ଏତେ ସଫଳତା ପାଇ ମଧ୍ୟ ବଲିଉଡ୍‌ର ଏହି ୫ଟିକୁ ଫିଲ୍ମକୁ ଟକ୍କର ଦେଇ ପାରିଲା ନାହିଁ ସଞ୍ଜୁ

Advertisment
ଏତେ ସଫଳତା ପାଇ ମଧ୍ୟ ବଲିଉଡ୍‌ର ଏହି ୫ଟିକୁ ଫିଲ୍ମକୁ ଟକ୍କର ଦେଇ ପାରିଲା ନାହିଁ ସଞ୍ଜୁ

The Financial Express

ଅଭିନେତା ରଣବୀର କପୁରଙ୍କ ଅଭିନୀତ ଫିଲ୍ମ ସଞ୍ଜୁ ରିଲିଜ ହେବା ପରେ ଏହି ଫିଲ୍ମକୁ ଦର୍ଶକଙ୍କ ଭରପୂର ଭଲପାଇବା ମିଳିଥିଲା । ବକ୍ସ ଅଫିସରେ ଫିଲ୍ମଟି ବ୍ଲକ୍‌ବଷ୍ଟର ସାବ୍ୟସ୍ତ ହୋଇଥିବା ବେଳେ ରଣବୀରଙ୍କୁ ବକ୍ସ ଅଫିସର ନୂଆ ବାଦ୍‌ଶାହା ବୋଲି ଲୋକେ କହିବା ଆରମ୍ଭ କରିଥିଲେ । ଏବେ ପର୍ଯ୍ୟନ୍ତ ଫିଲ୍ମଟି ୩୩୦କୋଟି ଆୟ କରି ସାରିଥିବା ଜଣା ପଡ଼ିଛି । ଏବେ ବି ବକ୍ସ ଅଫିସରେ ଫିଲ୍ମଟି ଚାଲୁଥିବା ବେଳେ ଫିଲ୍ମର ଆୟ ଏବେ ଧିରେ ଧିରେ କମିବାରେ ଲାଗିଛି ।

ପ୍ରଥମେ ଫିଲ୍ମର ସଫଳତାକୁ ଦେଖି ଫିଲ୍ମଟି ଏହି ୫ଟି ବଲିଉଡ୍‌କୁ ପଛରେ ପକାଇ ନମ୍ବର ଓ୍ଵାନରେ ରହିବ ବୋଲି ସମୀକ୍ଷକମାନେ କହିବା ଆରମ୍ଭ କରିଥିଲେ । କିନ୍ତୁ ଏବେ ତାହା ଅସମ୍ଭବ ବୋଲି ସମୀକ୍ଷକମାନେ କହିଛନ୍ତି । ଫିଲ୍ମଟି ଏହି ୫ଟି ବଲିଉଡ୍‌ ଫିଲ୍ମ କରିଥିବା ଆୟର ପାଖାପାଖି ମଧ୍ୟ ପହଞ୍ଚିଲା ନାହିଁ ବୋଲି ସେମାନେ କହିଛନ୍ତି । ଆସନ୍ତୁ ଜାଣିବା ସେ ସବୁ ଫିଲ୍ମ ବିଷୟରେ...

୧. ସଲମାନ ଖାନ୍‌ ଏବଂ ନଓ୍ଵାଜଉଦ୍ଦିନ୍‌ ସିଦ୍ଦିକୀ ଅଭିନୀତ ଫିଲ୍ମ ବଜରଙ୍ଗି ଭାଇଜାନ ୫ଟି ଫିଲ୍ମ ଲିଷ୍ଟର ୫ନମ୍ବରରେ ଥିବା ଜଣା ପଡ଼ିଛି । ଫିଲ୍ମର ବଜେଟ ୯୦ କୋଟି ଥିବା ବେଳେ ଫିଲ୍ମ ୪୩୩କୋଟି ଟଙ୍କା ଆୟ କରିଥିଲା । ୨୦୧୫ରେ ରିଲିଜ ହୋଇଥିବା ଏହି ଫିଲ୍ମର କାହାଣୀ ସମସ୍ତଙ୍କୁ ପସନ୍ଦ ଆସିଥିଲା ।

publive-image Zee News

୨. ଟାଇଗର ଜିନ୍ଦା ହେରେ ନଜର ଆସିଥିଲେ ସଲମାନ ଖାନ୍‌ ଏବଂ କ୍ୟାଟ୍ରିନା କୈଫ୍‌ । ୨୦୧କୋଟି ଟଙ୍କାରେ ତିଆରି ହୋଇଥିବା ଏହି ଫିଲ୍ମଟି ୪୩୪ କୋଟି ଟଙ୍କା ଆୟ କରିଥିଲା ।

publive-image India TV

୩. ପିକେ ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ଆମିର ଖାନ୍‌ ଏବଂ ଅନୁଷ୍କା ଶର୍ମା । ଫିଲ୍ମର କାହାଣୀ ଦର୍ଶକମାନଙ୍କୁ ଭିନ୍ନ ଏବଂ ପସନ୍ଦ ଆସିଥିବା ବେଳେ ଫିଲ୍ମଟି ୪୮୯କୋଟି ଆୟ କରିଥିଲା ।

publive-image India TV

୪. ପହିଲମାନ ମହାବୀର ସିଂ ଫୋଗଟଙ୍କ ଜୀବନୀକୁ ନେଇ ନିର୍ମାଣ ହୋଇଥିବା ଫିଲ୍ମ ଦଙ୍ଗଲକୁ ତିଆରି କରିବା ପାଇଁ ୭୦କୋଟି ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ଫିଲ୍ମଟି ବକ୍ସ ଅଫିସରେ ୫୧୧କୋଟି ଟଙ୍କା ଆୟ କରିଥିଲା ।

publive-image The Hindu

୫. ବାହୁବଲୀ-୨ ୨୦୧୮ର ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ ଲିଷ୍ଟରେ ଏକ ନମ୍ବରରେ ରହିଛି । ଯାହାର ରେକର୍ଡ଼କୁ ଏ ପର୍ଯ୍ୟନ୍ତ କେଉଁ ଫିଲ୍ମ ବ୍ରେକ୍‌ କରି ପାରି ନାହାନ୍ତି । ୨୫୦କୋଟିରେ ତିଆରି ହୋଇଥିବା ଏହି ଫିଲ୍ମଟି ବକ୍ସ ଅଫିସରେ ୧୮୦୦ କୋଟି ଟଙ୍କା ଆୟ କରିଥିଲା ।

publive-image The Indian Express

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe