ବଲିଉଡ ମୋତେ ପାରିଶ୍ରମିକ ଦେଇପାରିବ ନାହିଁ, ତେଣୁ ମୁଁ ହିନ୍ଦୀ ଫିଲ୍ମ କରି ସମୟ ନଷ୍ଟ କରିବି ନାହିଁ: ମହେଶ ବାବୁ

ବଲିଉଡ ମୋତେ ପାରିଶ୍ରମିକ ଦେଇପାରିବ ନାହିଁ, ତେଣୁ ମୁଁ ହିନ୍ଦୀ ଫିଲ୍ମ କରି ସମୟ ନଷ୍ଟ କରିବି ନାହିଁ: ମହେଶ ବାବୁ

ନୂଆଦିଲ୍ଲୀ: ବଲିଉଡକୁ ନେଇ ସାଉଥ ସୁପରଷ୍ଟାର ମହେଶ ବାବୁ ଦେଲେ ଆଶ୍ଚର୍ଯ୍ୟ କଲା ଭଳି ବୟାନ। ବଲିଉଡରୁ ଅଫର ମିଳିବା ନେଇ ପ୍ରଶ୍ନ କରାଯିବା ପ‌ରେ ବଲିଉଡ ମୋତେ ପାରିଶ୍ରମିକ ଦେଇପାରିବ ‌ନାହିଁ ବୋଲି କହିଲେ ଅଭିନେତା ମହେଶ। ତାଙ୍କର ଏଭଳି ବୟାନ ସମସ୍ତଙ୍କୁ ଅଶ୍ଚର୍ଯ୍ୟ କରିଛି।

publive-image aajtak

ଅଦିବି ଶେଷଙ୍କ ଫିଲ୍ମ 'ମେଜର'ର ଟ୍ରେଲର ଲଞ୍ଚ ସମୟରେ ଅଭିନେତା ତାଙ୍କର ବଲିଉଡ ଡେବ୍ୟୁ ବିଷୟରେ ନିଜର ମତ ଦେଇଥିଲେ। ଗଣମାଧ୍ୟମକୁ ସାକ୍ଷାତକାର ଦେଇ ସେ କହିଥିଲେ ଯେ ହିନ୍ଦୀ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି ତାଙ୍କୁ ପାରିଶ୍ରମିକ ଦେଇପାରିବ ନାହିଁ, ତେଣୁ ସେ ଏକ ହିନ୍ଦୀ ଚଳଚ୍ଚିତ୍ରରେ କାମ କରି ନିଜ ସମୟ ନଷ୍ଟ କରିବେ ନାହିଁ । ହିନ୍ଦୀ ଚଳଚ୍ଚିତ୍ରର ଅଫର ମିଳିଛି କି ବୋଲି ପ୍ରଶ୍ନ କରାଯିବା ପରେ ମହେଶ ବାବୁ କହିଥିଲେ ଯେ, ମୋତେ ବଲିଉଡର ଅନେକ ଫିଲ୍ମ ଅଫର କରାଯାଇଛି। ହେଲେ ମୁଁ ସେସବୁ ଫିଲ୍ମ କରିବାକୁ ମନା କରିଦେଇଛି। କାରଣ ମୋତେ ଲାଗୁନାହିଁ ସେମାନେ ମୋତେ ପାରିଶ୍ରମିକ ଦେଇପାରିବ। ‌ମୁଁ ଏମିତି ଏକ ଇଣ୍ଡଷ୍ଟ୍ରିରେ କାମ କରିବାକୁ ଚାହେଁ ନାହିଁ ଯିଏ ମୋତେ ପାରିଶ୍ରମିକ ଦେଇପାରିବ ନାହିଁ। ମୋତେ ଏଠାରେ ମିଳିଥିବା ଷ୍ଟାରଡମ୍ ଏବଂ ପ୍ରତିଷ୍ଠା ମୋ ପାଇଁ ବହୁତ ବଡ। ସେଥିପାଇଁ ମୁଁ ମୋର ଇଣ୍ଡଷ୍ଟ୍ରି ଛାଡି ଅନ୍ୟ କୌଣସି ଇଣ୍ଡଷ୍ଟ୍ରିର ଅଂଶ ହେବାକୁ ଚିନ୍ତା କରି ନାହିଁ। ମୁଁ ସବୁବେଳେ ଚଳଚ୍ଚିତ୍ର କରିବା ଏବଂ ବଡ ହେବା ବିଷୟରେ ଚିନ୍ତା କରେ। ମୋର ସ୍ୱପ୍ନ ବର୍ତ୍ତମାନ ସାକାର ହେଉଛି ଏବଂ ଏହାଠାରୁ ମୁଁ ଅଧିକ ଖୁସି ହୋଇପାରିବି ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe