ଏହି ସବୁ ଚଳଚ୍ଚିତ୍ର ବଲିଉଡ୍‌ କଳାକାରଙ୍କ ନିଜ ଘରେ ସୁଟିଂ ହୋଇଛି

Advertisment
ଏହି ସବୁ ଚଳଚ୍ଚିତ୍ର ବଲିଉଡ୍‌ କଳାକାରଙ୍କ ନିଜ ଘରେ ସୁଟିଂ ହୋଇଛି

ବେଳେ ବେଳେ ବଲିଉଡ୍‌ ଚଳଚ୍ଚିତ୍ରଗୁଡ଼ିକରେ ଖୁବ୍‌ ସୁନ୍ଦର ଘର ସବୁ ଦେଖିବାକୁ ମିଳିଥାଏ। ଆମେ ଏକଥା କହୁନାହୁଁ ଯେ ସବୁ ସୁନ୍ଦର ଘର ଜଣେ ଜଣେ ସେଲିବ୍ରେଟିଙ୍କ ଘର, ମାତ୍ର ଏକଥା ଜାଣିରଖନ୍ତୁ ଯେ କେତେକ ଚଳଚ୍ଚିତ୍ରର କିଛିଟା ଦୃଶ୍ୟ ସେଲିବ୍ରେଟିମାନଙ୍କ ନିଜ ଘରେ ସୁଟିଂ ହୋଇଛି।

ଅଭିନେତା ଶାହାରୁଖ ଏବଂ ଅଭିନେତ୍ରୀ ପ୍ରୀତି ଜିଣ୍ଟାଙ୍କ ବହୁ ଲୋକପ୍ରିୟ ଚଳଚ୍ଚିତ୍ର ‘ବୀର-ଜାରା’ ଏବଂ ଅମୀର ଖାନ୍‌ଙ୍କ ବହୁଚର୍ଚ୍ଚିତ ଚଳଚ୍ଚିତ୍ର ‘ରଙ୍ଗ୍‌ ଦେ ବସନ୍ତୀ’ର କେତୋଟି ଦୃଶ୍ୟ ହରିଆଣାରେ ଥିବା ସୈଫ୍‌ ଅଲ୍ଳୀ ଖାନ୍‌ଙ୍କ ପଟୌଦୀ ପ୍ୟାଲେସ୍‌ରେ ସୁଟିଂ ହୋଇଛି। ଏହି ସ୍ଥାନକୁ କେହି କେହି ଇବ୍ରାହିମ୍‌ କୋଠୀ ନାମରେ ମଧ୍ୟ ଜାଣନ୍ତି।

publive-image

କରୀନା କପୁର ଏବଂ ଅର୍ଜୁନ କପୁରଙ୍କ ଅଭିନୀତ ଚଳଚ୍ଚିତ୍ର ‘କି ଆଣ୍ଡ୍‌ କା’ର କିଛି ଦୃଶ୍ୟ ବିଗ୍‌ ବି ଅମିତାଭ ଏବଂ ଜୟା ବଚ୍ଚନଙ୍କ ଘରେ ସୁଟିଂ ହୋଇଛି।

publive-image

‘ବମ୍ବେ ଟକିଜ୍‌’ର କେତୋଟି ଦୃଶ୍ୟ ସିନେମା ନିର୍ଦ୍ଦେଶକ କରଣ ଜୋହର ଏବଂ ଅମିତାଭ ବଚ୍ଚନଙ୍କ ଘରେ ସୁଟିଂ ହୋଇଛି। ଏହାବ୍ୟତୀତ କେତେକ ଚଳଚ୍ଚିତ୍ର ମୁମ୍ବାଇରେ ଥିବା ବଚ୍ଚନଙ୍କର ଅନ୍ୟ ଏକ ଘର ‘ପ୍ରତୀକ୍ଷା’ରେ ସୁଟିଂ ହୋଇଛି।

publive-image

ଶାହାରୁଖ ଖାନ୍‌ଙ୍କ ‘ଫ୍ୟାନ୍‌’ ଚଳଚ୍ଚିତ୍ର ଦେଖିଛନ୍ତି? ଏଥିରେ ଶାହାରୁଖ ଡବଲ୍‌ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରଟିକୁ ଜୀବନ୍ତ କରିବା ପାଇଁ ଏହି ଚଳଚ୍ଚିତ୍ରର କିଛି ଦୃଶ୍ୟ ଶାହାରୁଖଙ୍କ ଘର ‘ମନତ୍‌’ରେ ସୁଟିଂ କରାଯାଇଛି।

publive-image

କବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ‘ବଜରଙ୍ଗୀ ଭାଇଜାନ୍‌’ର କେତୋଟି ଦୃଶ୍ୟ ପାନ୍‌ଭେଲ୍‌ରେ ଥିବା ସଲମାନଙ୍କ ନିଜ ଘରେ ସୁଟିଂ କରାଯାଇଛି।

publive-image

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe