ନୂଆଦିଲ୍ଲୀ: ତିନି ବିବାଦୀୟ କୃଷି ଆଇନକୁ କେନ୍ଦ୍ର ସରକାର ଉଚ୍ଛେଦ କରିବେ ବୋଲି ଆଜି ସକାଳ ୯ଟା ବେଳେ ଜାତି ଉଦ୍ଦେଶ୍ୟରେ ବାର୍ତ୍ତା ଦେବା ବେଳେ ପ୍ରଧାନମନ୍ତ୍ରୀ ମୋଦୀ ଘୋଷଣା କରିଛନ୍ତି।
କ୍ଷମା ମାଗିବା ସହ ପ୍ରଧାମନ୍ତ୍ରୀ ସ୍ବୀକାର କରିଛନ୍ତି ଯେ, କୃଷି ଆଇନ ସମ୍ବନ୍ଧରେ ଗୋଟିଏ ଗୋଷ୍ଠୀର କୃଷକମାନଙ୍କୁ ବୁଝାଇବାରେ ସରକାର ଅସମର୍ଥ ହୋଇଛନ୍ତି। ଚଳିତ ମାସରେ ହେବାକୁ ଥିବା ସଂସଦୀୟ ଅଧିବେଶନରେ ତିନି କୃଷି ଆଇନ ଉଚ୍ଛେଦ ପାଇଁ ସାମ୍ବିଧାନିକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ କହିଛନ୍ତି। ଏହି କ୍ରମରେ ବଲିଉଡ ସେଲିବ୍ରିଟିମାନେ ମଧ୍ୟ ମୋଦୀଙ୍କ ଏଭଳି ନିଷ୍ପତ୍ତିର ସ୍ବାଗତ କରି କୃଷକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ସୋନୁ ସୁଦ, ଗୁଲ ପନାଗ, ତାପସୀ ପନ୍ନୁ, ରିଚା ଚଡ୍ଡା ଭଳି ସେଲିବ୍ରିଟିମାନେ କୃଷି ଆଇନକୁ କେନ୍ଦ୍ର ସରକାର ଉଚ୍ଛେଦ କରିବେ ଘୋଷଣାକୁ ଶୁଣିବା ପରେ ନିଜନିଜ ପ୍ରତିକ୍ରିୟା ଦେଇଛନ୍ତି।
/sambad/media/post_attachments/b6c94d0d8789700cb3339b3aa145c113cf64112c141fa2a07ba43cb7ea06a204.jpg)
ତାପସୀ ପନ୍ନୁ ମୋଦୀ କୃଷି ଆଇନକୁ ଉଚ୍ଛେଦ କରିବାର ଖବର ଶୁଣିବା ପରେ ଲେଖିଛନ୍ତି, ଗୁରୁ ପର୍ବ ଦେଲା ସମସ୍ତଙ୍କୁ ଶୁଭକାମନା। ରିଚା ଚଡ୍ଡା ଲେଖିଛନ୍ତି, ଜିତିଗଲେ ଆପଣ, ଆପଣଙ୍କ ବିଜୟ ସମସ୍ତଙ୍କ ବିଜୟ।
ଏହି କ୍ରମରେ ସୋନୁ ସୁଦ ଲେଖିଛନ୍ତି, ଅଦ୍ଭୁତ ଖବର। ମୋଦୀଙ୍କୁ ଧନ୍ୟବାଦ। କୃଷମାନଙ୍କୁ ଧନ୍ୟବାଦ ଯେଉଁମାନେ ଶାନ୍ତି ସହକାରେ ବିରୋଧ ପ୍ରଦର୍ଶନ କରି ନିଜ ଦାବି ରଖିଥିଲେ। ଆଶା କରୁଛି ଗୁରୁ ପର୍ବରେ ଆପଣ ଖୁସିଖୁସିରେ ନିଜ ପରିବାର ପାଖକୁ ଫେରି ପାରିବେ।
ସୂଚନାଯୋଗ୍ୟ, ଗତବର୍ଷ ସେପ୍ଟେମ୍ବର ମାସରେ ସଂସଦରେ ତିନି କୃଷି ଆଇନ ଅନୁମୋଦିତ ହୋଇଥିଲା। ଏହାର ଉଚ୍ଛେଦ ଦାବି କରି ପ୍ରାୟ ଏକ ବର୍ଷ ହେବ ହଜାର ହଜାର କୃଷକ ଦିଲ୍ଲୀ ସୀମାନ୍ତରେ ଡେରା ପକାଇ ପ୍ରତିବାଦ ଚଳାଇଥିଲେ।
Follow Us