‘ରାମା‌ୟାଣ’ ଚଳଚ୍ଚିତ୍ରକୁ ନେଇ ରାମାନନ୍ଦ ସାଗରଙ୍କ ନାତିଙ୍କ ପ୍ରତିକ୍ରିୟା

‘ରାମା‌ୟାଣ’ ଚଳଚ୍ଚିତ୍ରକୁ ନେଇ ରାମାନନ୍ଦ ସାଗରଙ୍କ ନାତିଙ୍କ ପ୍ରତିକ୍ରିୟା

ମୁମ୍ବାଇ: ନୀତେଶ ତିୱାରୀଙ୍କ ନିର୍ଦ୍ଦେଶନାରେ ନିର୍ମିତ 'ରାମାୟାଣ' ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ ରହିଛି। ଏହି ଚଳଚ୍ଚିତ୍ରର ଷ୍ଟାର କାଷ୍ଟିଙ୍ଗରେ ଅରୁଣ ଗୋବିଲ ରାଜା ଦଶରଥଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ଅନ୍ୟପକ୍ଷେ  ଲାରା ଦତ୍ତା କୈକେୟୀ ହୋଇଛନ୍ତି। ସେଟରୁ ଉଭୟଙ୍କ ଲୁକ ମଧ୍ୟ ଲିକ୍ ହୋଇଛି। ଅନ୍ୟପକ୍ଷରେ, ଯଶ ରାବଣ ଭୂମିକାରେ ଅଭିନୟ କରିବାକୁ ଯାଉଛନ୍ତି ଏବଂ ହନୁମାନଙ୍କ ଭୂମିକା ପାଇଁ ସନ୍ନି ଦେଓଲଙ୍କୁ ଚୂଡ଼ାନ୍ତ କରାଯାଇଛି।

ପୂରା କାଷ୍ଟ ଏପର୍ଯ୍ୟନ୍ତ ସୁଟିଂରେ ଯୋଗ ଦେଇନାହାଁନ୍ତି। କାହାଣୀ ଅନୁଯାୟୀ, ଗୋଟିଏ ପରେ ଗୋଟିଏ ସମସ୍ତେ ନିଜ ନିଜର ସୁଟିଂ ଶେଷ କରିବେ ବୋଲି ସୂଚନା ରହିଛି ।ନିକଟରେ ଫିଲ୍ମର ସେଟରୁ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି।ପ୍ରଶଂସକମାନେ ଏହି ଫିଲ୍ମକୁ ନେଇ ଖୁବ ଉତ୍ସାହିତ ଅଛନ୍ତି।

ଏହି କ୍ରମରେ ରାମାନନ୍ଦ ସାଗରଙ୍କ ନାତି ଅମୃତ ସାଗର ଆଗାମୀ 'ରାମାୟାଣ' ଚଳଚ୍ଚିତ୍ରକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି।

ଏକ ସାକ୍ଷାତକାରରେ ରାମାନନ୍ଦ ସାଗରଙ୍କ ନାତି ଅମୃତ ସାଗର ନୀତେଶ ତିୱାରୀଙ୍କ ରାମାୟାଣ ଚଳଚ୍ଚିତ୍ରକୁ ନେଇ ପ୍ରତିକ୍ରିୟା ଦେଇ କହିଛନ୍ତି,‘ ଏହି ମହାକାବ୍ୟ ଉପରେ ଯେଉଁମାନେ ଚଳଚ୍ଚିତ୍ର ଓ ସୋ’ ନିର୍ମାଣ କରିବାକୁ ଚାହୁଁଛନ୍ତି ସେମାନେ ଅତି ଯତ୍ନରେ ଏହାକୁ ନିର୍ମାଣ କରନ୍ତୁ। ଏଥିରେ କାଳ୍ପିକ କାହାଣୀ ଖଞ୍ଜନ୍ତୁ ନାହିଁ। ଏହା ରାମଙ୍କ କାହାଣୀ ତେଣୁ ନାମ ରହିଛି ରାମାୟାଣ। ମୁଁ ଭାବୁଛି ସମସ୍ତଙ୍କୁ ରାମାୟଣ ନିର୍ମାଣ କରିବା ଉଚିତ୍, ହଁ କି ନାହିଁ? କାରଣ ରାମାୟଣ ଉପରେ କାହାର କପିରାଇଟ୍ ନାହିଁ। କିନ୍ତୁ ଏହାର ମର୍ଯ୍ୟାଦା ଖଣ୍ଡନ କରନ୍ତୁ ନାହିଁ। ”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe