ବଲିଉଡ ସିନେ-ନିର୍ମାତାଙ୍କ ସ୍ତ୍ରୀ ଓ ଝିଅ ନିଜକୁ ଜିଅନ୍ତା ଜାଳି ଦେଲେ !

ବଲିଉଡ ସିନେ-ନିର୍ମାତାଙ୍କ ସ୍ତ୍ରୀ ଓ ଝିଅ ନିଜକୁ ଜିଅନ୍ତା ଜାଳି ଦେଲେ !

Free Press Journal

ମୁମ୍ବାଇ: ବଲିଉଡ ସିନେ-ନିର୍ମାତାଙ୍କ ସ୍ତ୍ରୀ ଓ ଝିଅ ନିଜକୁ ଜିଅନ୍ତା ଜାଳି ଦେଇଛନ୍ତି। ଉକ୍ତ ସିନେ-ନିର୍ମାତାଙ୍କ ନାମ ସନ୍ତୋଷ ଗୁପ୍ତା। ସନ୍ତୋଷ ଗୁପ୍ତାଙ୍କ ସ୍ତ୍ରୀଙ୍କ ନାମ ଅସ୍ତିମା ଗୁପ୍ତା ଓ ଝିଅର ନାମ ସୃଷ୍ଟି ଗୁପ୍ତା ବୋଲି ଜଣାପଡ଼ିଛି।

ପ୍ରକାଶିତ ଏକ ରିପୋର୍ଟ ମୁତାବକ, ଅନ୍ଧେରୀ ୱେଷ୍ଟ ଅନ୍ତର୍ଗତ  ଡିଏନ ନଗର ଅଞ୍ଚଳରେ ମା’ ଓ ଝିଅ ସୋମବାର ନିଜକୁ ନିଜ ଜିଅନ୍ତା ଜାଳି ଦେଇଥିଲେ। ତେବେ ଏହି ଘଟଣା ସମ୍ପର୍କରେ ସୂଚନା ମିଳିବା ପରେ ପଡ଼ିଶାଘର ଲୋକ ନିଆଁ ଲିଭାଇବା ଲାଗି ଫାୟର ବ୍ରିଗେଡ଼କୁ ଜଣାଇବା ପରେ ଘଟଣା ସମ୍ପର୍କରେ ଜଣାପଡ଼ିଥିଲା।

ଘଟଣାସ୍ଥଳରୁ ସେମାନଙ୍କୁ ଉଦ୍ଧାର କରି କୁପର ହସ୍ପିଟାଲକୁ ଅଣାଯାଇଥିଲା। ହସ୍ପିଟାଲରେ ଅସ୍ତିମାଙ୍କୁ ମୃତ ଘୋଷଣା କରାଯାଇଥିଲା। ସନ୍ତୋଷଙ୍କ ଝିଅ ସୃଷ୍ଟିଙ୍କ ଶରୀରର ୭୦ପ୍ରତିଶତ ଜଳି ଯାଇଛି। ମଙ୍ଗଳବାର ତାଙ୍କୁ ଏୟାରଓଲି ନ୍ୟାସନାଲ ବର୍ଣ୍ଣ ସେଣ୍ଟରକୁ ସ୍ଥାନାନ୍ତର କରି ଦିଆଯାଇଥିଲା। ଗୋଟିଏ ଦିନ ପରେ ଝିଅର  ମୃତ୍ୟୁ ବି ହୋଇଯାଇଥିଲା।

କୁହାଯାଉଛି ଅସ୍ତିମାଙ୍କ ଅନେକ ଦିନ ହେବ କିଡନି ସମସ୍ୟା ରହିଥିଲା।  ଯେଉଁ କାରଣରୁ ସେ ଏଭଳି ଆତ୍ମହତ୍ୟା ଭଳି ପଦକ୍ଷେପ ଉଠାଇଥିଲେ। ତେବେ ଝିଅ ମା’ର ଯନ୍ତ୍ରଣା ଦେଖି ନପାରି ସେ ବି ନିଆଁରେ ପୋଡ଼ି ହୋଇଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe