କପିଲ ଶର୍ମାଙ୍କ ଫିଲ୍ମ ‘ଫିରଙ୍ଗୀ’ର ପୋଷ୍ଟର୍‌ ରିଲିଜ୍‌ ହେଲା

Advertisment
କପିଲ ଶର୍ମାଙ୍କ ଫିଲ୍ମ ‘ଫିରଙ୍ଗୀ’ର ପୋଷ୍ଟର୍‌ ରିଲିଜ୍‌ ହେଲା

photo-navbharattimes

ମୁମ୍ବାଇ: ଲୋକପ୍ରିୟ କମେଡିଆନ୍‌ କପିଲ ଶର୍ମାଙ୍କ ଦ୍ୱିତୀୟ ଫିଲ୍ମ ‘ଫିରଙ୍ଗୀ’ର ପୋଷ୍ଟର୍‌ ରିଲିଜ୍‌ ହୋଇଛି । ଏହାର କାହାଣୀ ଇଂରେଜମାନଙ୍କ ପୃଷ୍ଠଭୂମି ଉପରେ ଆଧାରିତ। ଏଥିରେ ନିଜେ କପିଲ ମେଲ୍‌ ଲିଡରେ ଥିବା ବେଳେ ଇଶିତା ଦତ୍ତ ଅଛନ୍ତି ଫିମେଲ ଲିଡରେ। ଏହାପୂର୍ବରୁ ଇଶିତାଙ୍କୁ ଦର୍ଶକ ‘ଦୃଶ୍ୟମ୍‌’ ସିନେମାରେ ଅଜୟ ଦେବଗନଙ୍କ ଝିଅ ଭୂମିକାରେ ଦେଖିବାକୁ ପାଇଥିଲେ।

‘ଫିରଙ୍ଗୀ’ର ନିର୍ଦ୍ଦେଶନା ଦେଇଛନ୍ତି ରାଜୀବ ଧିଂଗ୍ରା। ଏହା ଆଗାମୀ ନଭେମ୍ବର ୨୪ ତାରିଖରେ ରିଲିଜ୍‌ ହେଉଛି। ଏହି ସିନେମାରେ ପ୍ରଖ୍ୟାତ କମେଡିଆନ୍‌ ରାଜୁ ଶ୍ରୀବାସ୍ତବଙ୍କୁ ବି ଦେଖିବାକୁ ମିଳିବ। ଏଥିରେ ଭରପୁର କମେଡିର ମଜା ଉଠାଇବେ ଦର୍ଶକ ବୋଲି ଜଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe