ସୈଫ୍‌ଙ୍କ ଉପରେ ଆକ୍ରମଣ ପରେ କରୀନା ମଧ୍ୟ ହୋଇଥିଲେ ଆକ୍ରମଣର ଶିକାର: ରୋନିତ୍ ରଏ

t

ନୂଆଦିଲ୍ଲୀ: ଚଳିତ ବର୍ଷ ଆରମ୍ଭରେ ବଲିଉଡର 'ନବାବ' ସୈଫ୍ ଅଲ୍ଲୀ ଖାନଙ୍କୁ ଛୁରାମାଡ଼ କରାଯାଇଥିଲା। ଅଭିଯୁକ୍ତ ଘରେ ପଶି ସୈଫ୍‌ଙ୍କୁ ଏକ ଧାରୁଆ ଅସ୍ତ୍ରରେ ଆକ୍ରମଣ କରିଥିଲା। ଏବେ ଏହି ମାମଲାରେ ଆଉ ଏକ ଆଶ୍ଚର୍ଯ୍ୟଜନକ ସୂଚନା ସାମ୍ନାକୁ ଆସିଛି। ଜଣାଶୁଣା ଅଭିନେତା ରୋନିତ ରଏ କହିଛନ୍ତି ଯେ, ସୈଫ୍‌ଙ୍କ ଉପରେ ଆକ୍ରମଣ ପରେ କରୀନା କପୁରଙ୍କ ଉପରେ ଏକ ଛୋଟ ଆକ୍ରମଣ ହୋଇଥିଲା, ଯାହା ଯୋଗୁଁ ସେ ଭୟଭୀତ ହୋଇଯାଇଥିଲେ। 

ଘରେ ସୈଫ୍‌ ଅଲ୍ଲୀ ଖାନଙ୍କ ଉପରେ ଆକ୍ରମଣ ପରେ, ପଟୌଦି ପରିବାର ସେମାନଙ୍କର ସୁରକ୍ଷା ସଂସ୍ଥା ପରିବର୍ତ୍ତନ କରିଥିଲେ। ଏହି ଆକ୍ରମଣ ପରେ, ସେମାନେ ସବୁକିଛି ପରିଚାଳନା କରିବା ପାଇଁ ରୋନିତ ରୟଙ୍କ ସୁରକ୍ଷା ସଂସ୍ଥାକୁ ନିଯୁକ୍ତ କରିଥିଲେ। ଏକ ସାକ୍ଷାତକାରରେ ରୋନିତ ଏହା ପରେ ଘଟିଥିବା ଘଟଣା ବିଷୟରେ କହିଛନ୍ତି। ତାଙ୍କ କହିବା ମୁତାବକ, ଯେତେବେଳେ ସୈଫ ହସ୍ପିଟାଲରୁ ଡିସଚାର୍ଜ ହୋଇ ଘରକୁ ଫେରୁଥିଲେ, ସେତେବେଳେ ହସ୍ପିଟାଲ ବାହାରେ ପ୍ରବଳ ଭିଡ଼ ଏବଂ ଗଣମାଧ୍ୟମ ଉପସ୍ଥିତ ଥିଲା। ଏହି ସମୟରେ କରୀନା ହସ୍ପିଟାଲ ଛାଡି ଘରକୁ ଫେରୁଥିବା ବେଳେ ତାଙ୍କ କାର ଉପରେ ଛୋଟ ଆକ୍ରମଣ ହୋଇଥିଲା। କିଛି ଲୋକ ତାଙ୍କ କାର୍‌କୁ ଧକ୍କା ମାରିବା ସହ କରୀନାଙ୍କ ବହୁତ ପାଖକୁ ଆସିଯାଇଥିଲେ। ଏହା ଦେଖି କରୀନା ଡରିଯିବା ସହ ମୋତେ ସୈଫ୍‌ଙ୍କୁ ଘରକୁ ନେବା ପାଇଁ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe