ବଲିଉଡର ଶିଶୁକଳାକାରଙ୍କୁ ବିମାନରେ ଅସଦାଚରଣ କରିବା ଘଟଣାରେ ଅଭିଯୁକ୍ତଙ୍କୁ ତିନିବର୍ଷ ଜେଲ

Advertisment
ବଲିଉଡର ଶିଶୁକଳାକାରଙ୍କୁ ବିମାନରେ ଅସଦାଚରଣ କରିବା ଘଟଣାରେ ଅଭିଯୁକ୍ତଙ୍କୁ ତିନିବର୍ଷ ଜେଲ

ନୂଆଦିଲ୍ଲୀ: ୨୦୧୭ ମସିହାରେ ବିମାନ ଭିତରେ ବଲିଉଡ୍‌ର ଜଣେ ଶିଶୁ କଳାକାରଙ୍କୁ ଅସଦାଚରଣ କରାଯାଇଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ଅଭିଯୁକ୍ତ ବିକାଶ ସଚ୍ଚଦେବା(୪୧)କୁ କୋର୍ଟ ଦଣ୍ଡ ଶୁଣାଣି କରିଛନ୍ତି। ପକ୍ସୋ ଆାଇନ ଧାରା ୮ ଓ ଭାରତୀୟ ଦଣ୍ଡବିଧାନ ଆଇନ ଅନୁସାରେ ଅଭିଯୁକ୍ତକୁ ତିନିବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ କୋର୍ଟ ଦେଇଛନ୍ତି। ଏହା ବ୍ୟତୀତ କୋର୍ଟ ୨୫ହଜାର ୫୦୦ଟଙ୍କାର ଜରିମାନା ବି ଅଭିଯୁକ୍ତ ବିକାଶ ସଚ୍ଚଦେବା ଉପରେ କରିଛନ୍ତି।

Image result for /bollywood-minor-actress-molestation MissMalini

ଅଭିଯୁକ୍ତର ଓକିଲ କୋର୍ଟରେ ଆବେଦନ କରି କହିଥିଲେ, ବିକାଶ ସଚ୍ଚଦେବାଙ୍କ  ରୋଜଗାରରେ ତାଙ୍କ ପରିବାର ଚଳିଥାଏ। ପ୍ରଥମ ଥର ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି, ଏହା ପୂର୍ବରୁ ତାଙ୍କ ବିରୋଧରେ କୌଣସି ଅପରାଧିକ ମାମଲା ରୁଜୁ ହୋଇନାହିଁ। ସେଥିପାଇଁ ତାଙ୍କ ଦଣ୍ଡକୁ କୋହଳ କରାଯାଉ। କିନ୍ତୁ କୋର୍ଟ ବିକାଶ ସଚ୍ଚଦେବାଙ୍କ ଦଣ୍ଡରେ କୌଣସି କୋହଳ କରି ନଥିଲେ।

ଉଲ୍ଲେଖଯୋଗ୍ୟ କି, ୨୦୧୭ରେ ବଲିଉଡ୍‌ର ଜଣେ ଶିଶୁ କଳାକାର ଦିଲ୍ଲୀରୁ ମୁମ୍ବାଇ ବିମାନରେ ଯାଉଥିଲେ। ଏହି ସମୟରେ ବିକାଶ ସଚ୍ଚଦେବା ବିମାନ ଭିତରେ ତାଙ୍କ ସହ ଅସଦାଚଣ କରିଥିଲେ। କଳାକାର ଅଭିଯୋଗ କରି କହିଥିଲେ, ଏୟାରଲାଇନ୍ସର ବିମାନରେ ଠିକ୍‌ ପଛପାର୍ଶ୍ୱରେ ବସିଥିବା ବିକାଶ ସଚ୍ଚଦେବ ତାଙ୍କ ସହିତ ଖରାପ ବ୍ୟବହାର କରିବା ସହିତ ଖରାପ ଶୈଳୀରେ ସ୍ପର୍ଶ କରିଥିଲା।

Related image indiatoday.in

ବିମାନର କ୍ର୍ୟୁ ସଦସ୍ୟଙ୍କୁ ଅଭିଯୋଗ କରିଥିଲେ ହେଁ ସେମାନଙ୍କ ଠାରୁ କୌଣସି ସାହାଯ୍ୟ ମିଳି ନ ଥିଲା। ମୁମ୍ବାଇରେ ପହଞ୍ଚିବା ପରେ କଳାକାର ଲାଇଭ୍‌ ଭିଡିଓ କରି ଏହି ଘଟଣା ବିଷୟରେ ସୂଚନା ସମସ୍ତଙ୍କୁ ଦେଇଥିଲେ। ସେ ଏହି ଭିଡିଓ ଜରିଆରେ ମହିଳାଙ୍କ ସୁରକ୍ଷା ପ୍ରତି ବି ପ୍ରଶ୍ନ ଉଠାଇ ଥିଲେ। ପରେ ଅଭିଯୁକ୍ତ ବିରୋଧରେ ପୁଲିସରେ ଅଭିଯୋଗ କରିବା ପରେ ପୁଲିସ ଏହି ଘଟଣାକୁ ନେଇ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe