ସାପ ସହ ଷ୍ଟଣ୍ଟ୍‌ କରିବା ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଲା! ଅଳ୍ପକେ କାମୁଡ଼ାରୁ ବର୍ତ୍ତିଲେ

Advertisment
ସାପ ସହ ଷ୍ଟଣ୍ଟ୍‌ କରିବା ଅଭିନେତ୍ରୀଙ୍କୁ ମହଙ୍ଗା ପଡ଼ିଲା! ଅଳ୍ପକେ କାମୁଡ଼ାରୁ ବର୍ତ୍ତିଲେ

NDTV Khabar

ମୁମ୍ବାଇ: ଷ୍ଟଣ୍ଟ୍‌ କରିବା କେବେ କେବେ ଯେ ମହଙ୍ଗା ପଡ଼ିଯାଏ ତାହା ଏହି ଭିଡିିଓରୁ ଦେଖିବାକୁ ମିଳିଛି। ତେବେ ଏମିତି କିଛି ଘଟଣା ଏବେ ପଞ୍ଜାବୀ ଅଭିନେତ୍ରୀ ସିମରନ୍‌ କୌର୍‌ଙ୍କ ସହିତ ଘଟିଛି। ଅଭିନେତ୍ରୀ ସିମରନ୍‌ ଏକ ସାପକୁ ତାଙ୍କର ଗଳାରେ ଧରି ଷ୍ଟଣ୍ଟ୍‌ କରିବା ଲାଗି ପ୍ରଚେଷ୍ଟା କରିଥିଲେ ବି ପରେ ମାମଲାଟି ବିଗିଡ଼ି ଯାଇଥିଲା ଓ ସେ ଅଳ୍ପକେ ସାପ କାମୁଡ଼ାରୁ ବର୍ତ୍ତି ଯାଇଥିଲେ । ଏହି ଘଟଣାର ଭିଡିଓ ଏବେ ଭାଇରାଲ୍‌ ହୋଇଛି।

ସୂଚନା ଅନୁଯାୟୀ, ପଞ୍ଜାବୀ ଅଭିନେତ୍ରୀ ସିମରନ୍‌ କୌର୍‌ ନିକଟରେ ସାପ ସହିତ ଷ୍ଟଣ୍ଟ୍‌ କରୁଥିବାର ତାଙ୍କର ଏକ ଭିଡ଼ିଓକୁ ଇନ୍‌ଷ୍ଟାଗ୍ରାମ୍‌ ପେଜ୍‌ରେ ସେଆର୍‌ କରିଛନ୍ତି। ଯେଉଁଥିରେ କି ଦେଖିବାକୁ ମିଳିଛି ଯେ, ଅଭିନେତ୍ରୀ ସିମରନ୍‌ ନିଜ ଗଳାରେ ଏକ ଜୀବିତ ସାପକୁ ପକାଇ ଦେଉଛନ୍ତି। ତେବେ ପ୍ରଥମେ ସେ ଏପରି କରିବାକୁ ଭୟ କରୁଥିଲେ ବି ପରେ ସେଠାରେ ଉପସ୍ଥିତ ଲୋକଙ୍କ କଥାଶୁଣି ସାପଟିକୁ ହାତରେ ଧରିବାକୁ ଚେଷ୍ଟା କରିଛନ୍ତି। ହେଲେ ସିମରନ୍‌ଙ୍କ ଏପରି ଚେଷ୍ଟାଟି ହୁଏତ ସାପଟିକୁ ପସନ୍ଦ ଆସିଲା ନାହିଁ। ଯେଉଁ କାରଣକୁ ନେଇ ଅଭିନେତ୍ରୀ ସିମରନ୍‌ ଯେତେବେଳେ ସାପର ମୁହଁ ପାଖକ ଧରିବାକୁ ଚେଷ୍ଟା କରୁଛନ୍ତି,ସେତେବେଳେ ସେହି ସାପଟି ରାଗିଯାଇ ତାହାର ମୁହଁକୁ ଖୋଲିଦେଉଥିବାର ଦେଖାଯାଇଛି। ତେବେ ଆପଣ ଏମିତି ବି ଭାବିପାରନ୍ତି ଯେ, ଉକ୍ତ ସାପଟି ହୁଏତ ଅଭିନେତ୍ରୀ ସିମରନ୍‌ କୁ କାମୁଡ଼ି ଦେଇଥାଆନ୍ତା। ହେଲେ ସାପଟିର ଏଭଳି ପ୍ରତିକ୍ରିୟାରେ ଅଭିନେତ୍ରୀ ସିମରନ୍‌ ଚିତ୍କାର କରିବା ସହିତ ସେହି ସାପକୁ ଫୋପାଡ଼ି ଦେଉଥିବାର ଏହି ଭିଡ଼ିଓରୁ ଦେଖିବାକୁ ମିଳୁଛି। ତେବେ ସିମରନ୍‌ଙ୍କୁ ଏଭଳି କାଣ୍ଡକୁ ଦେଖି ତାଙ୍କର କେତେକ ପ୍ରଶସଂକ ସିମରନ୍‌ ଏଥିରୁ ନିବୃତ୍ତ ରହିବାକୁ ପରାମର୍ଶ ଦେଉଛନ୍ତି।

publive-image www.prabhatkhabar.com

ସୂତ୍ର ଅନୁସାରେ, ୨୦୦୮ରେ ମିସ୍‌ ଇଣ୍ଡିଆ ୟୁନିଭର୍ସ ବନିଥିବା ସିମରନ୍‌ ଫିଲ୍ମ ‘ଜୋ ହମ୍‌ ଚାହେଁ’ ଜରିଆରେ ବର୍ଷ ୨୦୧୧ରେ ତାଙ୍କର ଫିଲ୍ମ କ୍ୟାରିଅର୍‌ ଆରମ୍ଭ କରିଥିଲେ। ଏହାପରେ ୨୦୧୩ ମସିହାରେ ସେ ପଂଜାବୀ ଫିଲ୍ମ ଜଗତରେ ପ୍ରଥମେ ପାଦ ରଖିଥିଲେ। ତେବେ ଅଭିନେତା ଗିପ୍ପୀ ଗ୍ରେଓ୍ଵାଲ୍‌ଙ୍କ ସହିତ ଅଭିନେତ୍ରୀ ସିମରନ୍‌ଙ୍କ ଫିଲ୍ମ ‘ବେଷ୍ଟ୍‍ ଅଫ୍‌ ଲକ୍‌’ ସୁପରହିଟ୍‌ ସାବ୍ୟସ୍ତ ହୋଇଥିଲା। ଏଥିସହିତ ମଧ୍ୟ ସେ ମଧ୍ୟ ଉଭୟ ତେଲୁଗୁ ଏବଂ ତାମିଲ୍‌ ଫିଲ୍ମରେ ନଜର ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe