୧୫୦୦କୋଟି କ୍ଲବରେ ଏଣ୍ଟ୍ରି ମାରିଲା 'ପୁଷ୍ପା-୨'

ପୁଷ୍ପା-୨: ଦି ରୁଲ୍ ବକ୍ସ ଅଫିସରେ ଧମାଲ ମଚାଇ ଚାଲିଛି। ରିଲିଜ୍ ପରଠାରୁ ଗୋଟାଏ ପରେ ଗୋଟାଏ ରେକର୍ଡ ଭାଙ୍ଗିଚାଲିଥିବା ଅଲୁ ଅର୍ଜୁନଙ୍କ ଫିଲ୍ମ ବର୍ତ୍ତମାନ ସାରା ବିଶ୍ୱରେ ୧୫୦୦କୋଟି କ୍ଲବରେ ଏଣ୍ଟ୍ରି ମାରିଛି।

tallluaa

ନୂଆଦିଲ୍ଲୀ: ଆଇକନ ଷ୍ଟାର ଅଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା ୨: ଦି ରୁଲ୍' ଚଳିତ ବର୍ଷର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଥିଲା। ଗତ ତିନିବର୍ଷ ଧରି ନିର୍ମାଣ ହେଉଥିବା ଏହି ଆକ୍ସନ୍ ଥ୍ରୀଲର ଫିଲ୍ମ ଶେଷରେ ଡିସେମ୍ବର ୫ରେ ସାରା ବିଶ୍ୱରେ ରିଲିଜ୍ ହୋଇଥିଲା। ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରର ଟିଜର, ଟ୍ରେଲର ଏବଂ ଗୀତ ଦର୍ଶକଙ୍କ ଉତ୍ସାହକୁ ଖୁବ ବଢ଼ାଇଥିଲା।

ଏହି କାରଣରୁ ଫିଲ୍ମଟି ଆଡଭାନ୍ସ ବୁକିଂରୁ ହିଁ କୋଟି କୋଟି ଟଙ୍କା ଆୟ କରିଥିଲା। ଏବେ ଫିଲ୍ମ ରିଲିଜ୍ ହେବାର ୧୫ଦିନ ‌ହୋଇସାରିଥିବା ବେଳେ ଫିଲ୍ମଟି ଭାରତରେ ୧୦୦୦କୋଟିରୁ ଅଧିକ ଟଙ୍କ‌ା ଆୟ କରିସାରିଛି। ଏହା ସହ ସାରା ବିଶ୍ବରେ ଫିଲ୍ମଟି ୧୫୦୦କୋଟି ଟଙ୍କାର କ୍ଲବରେ ଏଣ୍ଟ୍ରି ମାରିଥିବା ଜଣାଯାଇଛି।

ବିଶ୍ବବ୍ୟାପୀ ଫିଲ୍ମ କରିଥିବା ଆୟ ବିଷୟରେ ଜଣାଇ ପ୍ରଡକ୍ସନ୍ ହାଉସ୍ ଏକ ପୋଷ୍ଟ କରିଥିବା ଦେଖାଯାଇଛି। ପୋଷ୍ଟରେ ଲେଖାଯାଇଛି ଯେ, ପୁଷ୍ପା-୨ ସାରା ବିଶ୍ୱରେ ୧୫୦୮କୋଟି ଟଙ୍କା ରୋଜଗାର କରିଛି। ଏହି ସଂଖ୍ୟାରେ ପହଞ୍ଚିବାରେ ଦ୍ରୁତତମ ଭାରତୀୟ ଚଳଚ୍ଚିତ୍ର ହୋଇପାରିଛି ପୁଷ୍ପା-୨।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe