ସଲ୍‌ମାନ୍‌ଙ୍କଠାରୁ ରଣବୀର ଅନେକ ବଲିଉଡ୍‌ ଅଭିନେତା ଛାଡ଼ିଛନ୍ତି ଧୂମପାନ; ଜାଣନ୍ତୁ କାହିଁକି

Advertisment
ସଲ୍‌ମାନ୍‌ଙ୍କଠାରୁ ରଣବୀର ଅନେକ ବଲିଉଡ୍‌ ଅଭିନେତା ଛାଡ଼ିଛନ୍ତି ଧୂମପାନ; ଜାଣନ୍ତୁ କାହିଁକି

punjabkesari

କ୍ଷତିକାରକ ହୋଇଥିଲେ ହେଁ ବର୍ତ୍ତମାନ ଲୋକଙ୍କ ମଧ୍ୟରେ ଧୂମପାନ ଅଭ୍ୟାସ ବଢ଼ିବାରେ ଲାଗିଛି। ସିଗାରେଟ ଟାଣିବା ଯୁବପିଢ଼ି ଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତିଙ୍କ ପର୍ଯ୍ୟନ୍ତ ବିଭିନ୍ନ ବୟସ ବର୍ଗରେ ଏକ ସାଧାରଣ ଅଭ୍ୟାସରେ ପରିଣତ ହେବାରେ ଲାଗିଛି। ତେବେ ଏହି ଅଭ୍ୟାସରୁ ଦୂରେଇ ରହିନାହାନ୍ତି ବଲିଉଡ୍‌ କଳାକାର । କିନ୍ତୁ ପରିବାର ଏବଂ ସ୍ୱାସ୍ଥ୍ୟ ପାଇଁ ନିଜର ଏହି ମନ୍ଦ ଅଭ୍ୟାସକୁ ସଫଳତାର ସହ ପରିତ୍ୟାଗ କରିଛନ୍ତି ଅନେକ ବଲିଉଡ୍‌ କଳାକାର । ଆସନ୍ତୁ ଜାଣିବା ବଲିଉଡ୍‌ କଳାକାର ଏବଂ ତାଙ୍କ ଧୂମପାନ ଅଭ୍ୟାସ ପରିବର୍ତ୍ତନର କାହାଣୀ ବିଷୟରେ..

publive-image punjabkesari

ରଣବୀର କପୁର : ବଲିଉଡ୍‌ ରକ୍‌ଷ୍ଟାର ରଣବୀର କପୁରଙ୍କର କଲେଜ୍‌ ସମୟରୁ ହିଁ ଧୂମପାନ କରିବାର ଅଭ୍ୟାସ ଥିଲା । ଏପରିକି ତାଙ୍କର ଧୂମପାନ କରିବାର ଅନେକ ଫଟୋ ସୋସିଆଲ୍‌ ମିଡ଼ିଆରେ ମଧ୍ୟ ଦେଖିବାକୁ ମିଳିଛି। କିନ୍ତୁ ତାଙ୍କ ମା’ ନୀତୁ ସିଂଙ୍କ ମନା କରିବା ପରେ ସେ ଧୂମପାନ ଏବଂ ମଦ୍ୟପାନ କରିବା ସଂପୂର୍ଣ୍ଣ ବନ୍ଦ କରିଦେଇଛନ୍ତି ।

publive-image punjabkesari

ସୈଫ୍‌ ଅଲ୍ଲୀ ଖାନ୍‌ : ଧୂମପାନର ସବୁଠାରୁ ଖରାପ ପ୍ରଭାବ ପଡ଼ିଥିଲା ଅଭିନେତା ସୈଫ ଅଲ୍ଲୀ ଖାନ୍‌ଙ୍କ ଉପରେ । ଏହି ଅଭ୍ୟାସ କାରଣରୁ ତାଙ୍କର ଥରେ ହୃଦ୍‌ଘାତ ମଧ୍ୟ ହୋଇଛି, ଯାହା ପରେ ସେ ସ୍ୱାସ୍ଥ୍ୟକୁ ଜଗି ଧୂମପାନ କରିବା ସଂପୂର୍ଣ୍ଣ ଭାବେ ବନ୍ଦ କରି ଦେଇଥିବା ଜଣାପଡ଼ିଛି ।

publive-image punjabkesari

ଅଜୟ ଦେବଗନ: ଧୂମପାନ କରିବା ତାଲିକାରେ ଅଜୟ ଦେବଗନ୍‌ ମଧ୍ୟ ସାମିଲ୍‌ ଥିଲେ । ତାଙ୍କର ଅନେକ ବର୍ଷରୁ ଧୂମପାନ କରିବାର ଅଭ୍ୟାସ ରହିଥିଲା କିନ୍ତୁ ପତ୍ନୀ କାଜଲଙ୍କ ବାରମ୍ବାର ବାରଣ ପରେ ସେ ତାଙ୍କର ଏହି ଅଭ୍ୟାସକୁ ପରିବର୍ତ୍ତନ କରିଦେଇଥିଲେ ।

publive-image punjabkesari

ଅର୍ଜୁନ୍‌ ରାମପାଲ: ପାଠ ପଢ଼ୁଥିବା ସମୟରୁ ହିଁ ଅର୍ଜୁନ୍‌ଙ୍କର ଧୂମପାନ କରିବାର ଅଭ୍ୟାସ ରହିଥିଲା । ଅନେକ ଚେଷ୍ଟା ପରେ ମଧ୍ୟ ସେ ତାଙ୍କର ଅଭ୍ୟାସକୁ ବଦଳାଇ ପାରୁ ନ ଥିଲେ । କିନ୍ତୁ ସେ ଯେତେବେଳେ ଏହାର ଖରାପ ପ୍ରଭାବ ତାଙ୍କ ସନ୍ତାନମାନଙ୍କ ଉପରେ ପଡ଼ୁଥିବାର ଦେଖିବାକୁ ପାଇଲେ ସେ ଧୂମପାନକୁ ସଂପୂର୍ଣ୍ଣ ଭାବେ ବାଏବାଏ କରିଦେଇଥିଲେ ।

publive-image punjabkesari

ହ୍ରିତିକ୍‌ ରୋଶନ୍‌ : କ୍ରିସ୍‌ ଷ୍ଟାର୍‌ ହ୍ରିତିକ୍‌ଙ୍କର ଧୂମପାନର ବହୁତ ଖରାପ ଅଭ୍ୟସ ରହିଥିଲା । ଏହାକୁ ଛାଡ଼ିବା ପାଇଁ ତାଙ୍କୁ ବହୁ ସମୟ ଲାଗିଯାଇଥିଲା । ଏଥିପାଇଁ ସେ ଧୂମପାନ ଛାଡ଼ିବା ଲାଗି ବିଭିନ୍ନ ଉପାୟ ଅବଲମ୍ବନ ଆରମ୍ଭ କରିଥିଲେ। ସେ ଧୀରେ ଧୀରେ ଏହି ଅଭ୍ୟାସକୁ ଛାଡ଼ିବାରେ ସଫଳ ହୋଇଥିଲେ ।

publive-image punjabkesari

ସଲ୍‌ମାନ୍‌ ଖାନ୍‌ : ବଲିଉଡ୍‌ର ଦବଙ୍ଗ ଗୋଟେ ସମୟରେ ଧୂମପାନ ବିନା ବଞ୍ଚି ପାରୁନଥିଲେ । ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସେ ଧୂମପାନ କରୁଥିବାର ଦେଖାଯାଉଥିଲେ । କିନ୍ତୁ କିଛି ଦିନ ପୂର୍ବେ ଏକ ଚିକିତ୍ସା ଦ୍ୱାରା ସେ ତାଙ୍କର ଧୂମପାନ ଅଭ୍ୟାସକୁ ବଦଳାଇବାରେ ସକ୍ଷମ ହୋଇଛନ୍ତି। ଏଥିସହ ବର୍ତ୍ତମାନ ସେ ଧୂମପାନ ନିବାରଣର ଅନେକ ଅଭିଯାନରେ ମଧ୍ୟ ସାମିଲ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe