ଦୁର୍ଘଟଣା କେବେ କେଉଁ ପରିସ୍ଥିତିରେ କାହା ସହିତ ଘଟିବ ତାହା ସମସ୍ତଙ୍କୁ ଅଗୋଚର। ତେବେ ଆକସ୍ମିକ ଭାବେ ଦୁର୍ଘଟଣାର ଶିକାର ହୋଇ ସୌଭାଗ୍ୟବଶତଃ ମୃତ୍ୟୁ ମୁଖରୁ ବଞ୍ଚି ଆସିଥିବା ବଲିଉଡର ଏହି ୭ ଜଣ ଅଭିନେତା-ଅଭିନେତ୍ରୀଙ୍କ ସମ୍ପର୍କରେ ଆସନ୍ତୁ ଜାଣିବା।
/sambad/media/post_attachments/wp-content/uploads/2018/01/sunny-plane-crash_22_01_2018-300x225.jpg)
ସନ୍ନି ଲିଓନ୍ : ଗତବର୍ଷ ଜୁନ୍ରେ ପର୍ଣ୍ଣଷ୍ଟାର ତଥା ଅଭିନେତ୍ରୀ ସନ୍ନି ଲିଓନ୍ ତାଙ୍କ ସ୍ୱାମୀ ଡାନିୟଲଙ୍କ ସହିତ ଏକ ବିମାନରେ ଯାଉଥିଲେ। ଏହି ସମୟରେ ତାଙ୍କ ବିମାନ ଏକ ନିଶ୍ଚିତ ଦୁର୍ଘଟଣାଠାରୁ ଅଳ୍ପକେ ବର୍ତ୍ତି ଯାଇଥିଲା। ବିମାନକୁ ଦୁର୍ଘଟଣାରୁ ବଞ୍ଚାଇବା ପାଇଁ ମୁମ୍ବାଇ ଠାରୁ ଦୂରରେ ମହାରାଷ୍ଟ୍ରର ଏକ ଉପାନ୍ତ ଅଞ୍ଚଳରେ ଅବତରଣ କରାଯାଇଥିଲା।
/sambad/media/post_attachments/wp-content/uploads/2018/01/1519217-saifalikhanphotofile-1506676898-300x225.jpg)
ସୈଫ ଅଲ୍ଲୀ ଖାନ୍: ସୁଟିଂ ସମୟରେ ଏକ ଦୁର୍ଘଟଣାରୁ ଅଳ୍ପକେ ବଞ୍ଚି ଯାଇଥିଲେ ଅଭିନେତା ସୈଫ ଅଲ୍ଲୀ ଖାନ୍ ବୋଲି ଖବର ମିଳିଥିଲା। ସିନେମାର ଏକ ଦୃଶ୍ୟ ପାଇଁ ଷ୍ଟଣ୍ଟ କରୁଥିବା ସମୟରେ ସୈଫ୍ଙ୍କ ମୁଣ୍ଡ ଏକ ପଥରରେ ମାଡ ହୋଇଥିଲା। ସେ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଥିଲେ। ସୁଟିଂ ସେଟର ସଦସ୍ୟ ତାଙ୍କୁ ଚିକିତ୍ସା ପାଇଁ ସଙ୍ଗେସଙ୍ଗେ ଡାକ୍ତରଖାନା ନେଇ ଯାଇଥିଲେ। ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ସୈଫଙ୍କ ମୁଣ୍ଡରେ ୧୦୦ଟି ଷ୍ଟିଜ୍ ପଡ଼ିଥିଲା।
/sambad/media/post_attachments/wp-content/uploads/2018/01/hema-accident_22_01_2018-300x225.jpg)
ହେମା ମାଲିନୀ: ୨୦୧୫ ମସିହାରେ ମଥୁରାସ୍ଥିତ ଦୋସାରେ ହୋମ ମାଲିନୀଙ୍କ କାର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ହେମାମାଲିନୀଙ୍କୁ ଗଭୀର ଆଘାତ ମଧ୍ୟ ଲାଗିଥିଲା। ତାଙ୍କର ମର୍ସିଡିଜ ଏକ ଅଲଟୋ କାର ସହିତ ଧକ୍କା ହୋଇଥିଲା।
/sambad/media/post_attachments/wp-content/uploads/2018/01/sonu-accident_22_01_2018-300x225.jpg)
ସୋନୁ ସୁଦ: ସୋନୁ ସୁଦ ନିଜର ଏକ ସାଙ୍ଗ ସହିତ ଅଡି କ୍ୟୁ୭ରେ ଯାଉଥିଲେ। େଓ୍ଵଷ୍ଟର୍ଣ୍ଣ ଏକ୍ସପ୍ରେସ ହାଇେଓ୍ଵରେ ଉପରେ ତାଙ୍କ ଗାଡ଼ିରେ ହଠାତ୍ ନିଆଁ ଲାଗି ଯାଇଥିଲା। ସେ ଉପସ୍ଥିତ ବୁଦ୍ଧି ଘଟାଇ କଳେବଳେ କୌଶଳେ କାରରୁ ବାହାରି ଆସିଥିଲେ।
/sambad/media/post_attachments/wp-content/uploads/2018/01/SHOCKING-Preity-Zinta-BLASTS-Farhan-Akhtar-and-Ritesh-Sidhwani-for-negatively-portraying-a-character-allegedly-based-on-her-in-their-web-show-300x218.jpg)
ପ୍ରୀତି ଜିଣ୍ଟା: ଅଭିନେତ୍ରୀ ପ୍ରୀତି ଜିଣ୍ଟା ଥରେ ନୁହେଁ ଦୁଇଥର ମୃତ୍ୟୁ ମୁଖରୁ ବର୍ତ୍ତି ଯାଇଛନ୍ତି। ପ୍ରଥମଥର ସେ କୋଲମ୍ବୋରେ ନୃତ୍ୟ ପ୍ରଦର୍ଶନ କରୁଥିବା ସମୟରେ ଏକ ବୋମା ବିସ୍ଫୋରଣ ହୋଇଥିଲା। ଦ୍ୱିତୀୟଥର ଥାଇଲ୍ୟାଣ୍ଡରେ ଛୁଟି କଟାଇବାକୁ ଯାଇଥିବା ସମୟରେ ତାଙ୍କର ଦୁର୍ଘଟଣା ହୋଇଥିବା ଶୁଣିବାକୁ ମିଳିଥିଲା।
/sambad/media/post_attachments/wp-content/uploads/2018/01/12669486_929902237104756_2967712178276727933_n-300x178.jpg)
ସୁନୀଲ ଗ୍ରୋଭର: ୨୦୧୪ରେ ସୁନୀଲ ଗ୍ରୋଭରଙ୍କ ବିଏମ୍ଡବ୍ଲ୍ୟୁ ନବି ମୁମ୍ବାଇ-ବେଲାପୁର-ପନେବେଲ ହାଇେଓ୍ଵରେ ଏକ ଅଲଟୋ କାର ସହିତ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ତାଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଥିଲା ବୋଲି ସେ କହିଥିଲେ।
/sambad/media/post_attachments/wp-content/uploads/2018/01/gq-lara-dutta-2_2-300x169.jpg)
ଲାରା ଦତ୍ତା: ଅଭିନେତ୍ରୀ ଲାରା ଦତ୍ତା ବି ଦୁର୍ଘଟଣାରେ ସମ୍ମୁଖୀନ ହୋଇଛନ୍ତି। ସେ ଏକ ସିନେମାର ସୁଟିଂରେ ଥିବା ସମୟରେ ତାଙ୍କ ଗୋଡ ଖସି ଯାଇଥିଲା। ଫଳରେ ସେ ଯଦି ଚଟାଣରେ ପଡ଼ି ଥାଆନ୍ତେ ବୋଧ ହୁଏ ତାଙ୍କର ମୁଣ୍ଡରେ ଗଭୀର ଆଘାତ ଲାଗି ଥାଆନ୍ତା। କିନ୍ତୁ ସିନେମା ଷ୍ଟାଇଲ୍ରେ ଅଭିନେତା ଅକ୍ଷୟ କୁମାର ତାଙ୍କୁ ବଞ୍ଚାଇ ଦେଇଥିଲେ।
Follow Us