ଆସନ୍ତା ଏପ୍ରିଲ ମାସ ୨୫ ତାରିଖରେ ଷ୍ଟାର ଫିଲ୍ମ ଆୱାର୍ଡ ଅନୁଷ୍ଠିତ ହେବ। ଏଥିରେ ବଲିଉଡର କଳାକାର ଯୋଗଦେବାର କାର୍ଯ୍ୟକ୍ରମ ରହିଥିବା ଆଜି ଓଡ଼ିଶା ଚଳଚ୍ଚିତ୍ର ପ୍ରଯୋଜକମାନଙ୍କ ମିଳିତ ସହଯୋଗରେ ଏହା ଘୋଷଣା କରାଯାଇଛି। ଦ୍ବିତୀୟ ବର୍ଷ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓଲିଉଡ ଚଳଚ୍ଚିତ୍ର, ଧାରାବାହିକ ଓ ମ୍ୟୁଜିକ ଆଲବମ୍କୁ ସୁଯୋଗ ମିଳିବ। ପ୍ରଥମ ଥର ଏହି ଆୱାର୍ଡ ଉତ୍ସବରେ ପ୍ରତି ବିଭାଗରୁ ଶ୍ରେଷ୍ଠ କଳାକାର ଚୟନ କରାଯାଇ ସେମାନଙ୍କୁ ପୁରସ୍କୃତ କରାଯିବ। ଆୟୋଜକ ସଂସ୍ଥାର ଚେୟାରମ୍ୟାନ୍ ପ୍ରଯୋଜକ ରମେଶ ବାରିକ କହିଛନ୍ତି ଏହି ସୋ’କୁ ମନୋରଞ୍ଜନ ଭିତ୍ତିକ କରିବା ପାଇଁ ବଲିଉଡରୁ ବଛାବଛା କଳାକାରମାନଙ୍କୁ ଅତିଥି ଭାବେ ନିମନ୍ତ୍ରଣ କରାଯିବ। ଏଥିରେ ଓଲିଉଡର ସମସ୍ତ ବର୍ଗର କଳାକାରମାନେ ଯୋଗେଦେବେ। ସରକାରଙ୍କ କରୋନା କଟକଣାକୁ ଆଖିରେ ରଖି ଓ ପରିସ୍ଥିତିକୁ ଦେଖି ଉତ୍କଳ ମଣ୍ଡପର ଖୋଲା ମଞ୍ଚ କିମ୍ବା ଏକ ତାରକା ହୋଟେଲରେ ଏହି କାର୍ଯ୍ୟକ୍ରମ ହେବ।
ଷ୍ଟାର ଫିଲ୍ମ ଆୱାର୍ଡରେ ଯୋଗଦେବେ ବଲିଉଡ କଳାକାର
Advertisment
Follow Us