ବଲିଉଡ୍‌ରେ କଳାକାରମାନେ ସ୍ୱଇଚ୍ଛାରେ ଯୌନ ଶୋଷଣକୁ ଆଦରି ନେଇ ଥାଆନ୍ତି: ଏକତା କପୁର

Advertisment
ବଲିଉଡ୍‌ରେ କଳାକାରମାନେ ସ୍ୱଇଚ୍ଛାରେ ଯୌନ ଶୋଷଣକୁ ଆଦରି ନେଇ ଥାଆନ୍ତି: ଏକତା କପୁର

ନୂଆଦିଲ୍ଲୀ: ଭାରତୀୟ ସିନେମା ଓ ଟେଲିଭିଜନ୍‌ର ପ୍ରଯୋଜିକା ଏକତା କପୁର ଯୌନ ଶୋଷଣକୁ ନେଇ ମୁହଁ ଖୋଲିଛନ୍ତି। ତାଙ୍କର ଏହି ମନ୍ତବ୍ୟ ଗଣମାଧ୍ୟମରେ ହଇଚଇ ସୃଷ୍ଟି କରିଛି।

ଏକତା କହିଛନ୍ତି, ବଲିଉଡ୍‌ରେ ଏମିତି ନାମୀଦାମୀ ପ୍ରଯୋଜକ ଅଛନ୍ତି ଯେଉଁମାନେ ନିଜ ସ୍ଥାନର ଫାଇଦା ଉଠାଇବାକୁ ଯାଇ ନୂଆ ଭାବେ ଆସୁଥିବା ଅନେକ କଳାକାରଙ୍କ ଯୌନ ଶୋଷଣ କରିଥାଆନ୍ତି। କେବଳ ଏତିକି ନୁହେଁ କେହିକେହି କଳାକାର କାମ ପାଇବା ଲୋଭରେ ଏସବୁକୁ ବି ସ୍ୱଇଚ୍ଛାରେ ଆପଣାଇ ନେଇ ଥାଆନ୍ତି। ନିକଟରେ ହଲିଉଡ ପ୍ରଯୋଜକ ହାର୍ବି ଓ୍ଵଇନ୍‌ଷ୍ଟେନ୍‌ଙ୍କ ବିରୋଧରେ ଯୌନ ନିର୍ଯାତନାର ମାମଲା ସାମ୍ନାକୁ ଆସିଥିଲା।

publive-image

ଏକ ସାକ୍ଷାତକାରରେ ଏକତାଙ୍କୁ ଯେତେବେଳେ ବଲିଉଡ୍‌ରେ କ’ଣ କାଷ୍ଟିଂ କାଉଚ ହେଉଛି, ହାର୍ବି ଓ୍ଵଇନ୍‌ଷ୍ଟେନଙ୍କ ଭଳି କ’ଣ କେହି ଅଛନ୍ତି ବୋଲି ପ୍ରଶ୍ନ କରାଯାଇଥିଲା। ତେବେ ଏହାର ଉତ୍ତର ଦେବାକୁ ଯାଇ ଏକତା କହିଥିଲେ ହଁ, ବଲିିଉଡ୍‌ରେ ବି ହାର୍ବି ଓ୍ଵଇନ୍‌ଷ୍ଟେନଙ୍କ ଭଳି ବ୍ୟକ୍ତି ଅଛନ୍ତି। କେବଳ ନିର୍ମାତା ଓ ପ୍ରଯୋଜନକମାନଙ୍କ ଦୋଷ ଅଛି ମୁଁ କହିବି ନାହିଁ, କଳାକାରମାନେ ବି ତାଙ୍କୁ ଏହାର ସୁଯୋଗ ଦେଇ ଥାଆନ୍ତି। ପ୍ରଯୋଜକ ଓ ନିର୍ମାତା ଯଦି ନିଜର ଶକ୍ତି ଦେଖାଇ ଥାଆନ୍ତି, ଏପଟେ କଳାକାରମାନେ କାମ ପାଇବା ପାଇଁ ଯୌନ ଶୋଷଣର ଶିକାର ହେବା ପାଇଁ ବି ପ୍ରସ୍ତୁତ ହୋଇଯାଇଥାଆନ୍ତି।

ନିକଟରେ ଏକତା କପୁରଙ୍କ ପିତା ତଥା ଜଣାଶୁଣା ଅଭିନେତା ଜିତେନ୍ଦ୍ରଙ୍କ ବିରୋଧରେ ତାଙ୍କର ଜଣେ ସମ୍ପର୍କୀୟ ଭଉଣୀ ଯୌନ ଶୋଷଣର ଅଭିଯୋଗ ଆଣିଥିଲା। ଅଭିଯୋଗ ଆଣିଥିବା ଜିତେନ୍ଦ୍ରଙ୍କ ସମ୍ପର୍କୀୟା ଭଉଣୀ ୪୭ବର୍ଷ ପୂର୍ବେ ତାଙ୍କୁ ଜିତେନ୍ଦ୍ର ଯୌନ ନିର୍ଯାତନା ଦେଇଥିଲେ ବୋଲି ଅଭିଯୋଗ ଆଣିଥିଲେ। ତେବେ ସମ୍ପର୍କୀୟ ଭଉଣୀଙ୍କ ଅଭିଯୋଗକୁ ସମ୍ପୂର୍ଣ୍ଣ ଭାବେ ଖଣ୍ଡନ କରିଛନ୍ତି ଜିତେନ୍ଦ୍ର।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe