ଯେତିକି ସଫଳତା ପାଇବା କଥା , ସେତିକି ପାଇ ନାହାନ୍ତି ଏହି ବଲିଉଡ଼ କଳାକାର

ଯେତିକି ସଫଳତା ପାଇବା କଥା , ସେତିକି ପାଇ ନାହାନ୍ତି ଏହି ବଲିଉଡ଼ କଳାକାର

photo--stardunfolded

କେତେକ ବଲିଉଡ଼ କଳାକାରଙ୍କୁ ସେମାନଙ୍କ ପ୍ରତିଭା ଅନୁଯାୟୀ ଯେତିକି ସଫଳତା ମିଳିବା କଥା ସେତିକି ମିଳି ନାହିଁ । ଆସନ୍ତୁ ଜାଣିବା ଏପରି କିଛି ବଲିଉଡ଼ କଳାକାରଙ୍କ ବିଷୟରେ …

ମନୋଜ ବାଜପେୟୀ :
ରାମ ଗୋପାଳ ବର୍ମାଙ୍କ ଚଳଚ୍ଚିତ୍ର 'ସତ୍ୟା'ରେ 'ଭିକୁ ମାହାତ୍ରେ' ଭୂମିକାରେ ନଜର ଆସିଥିବା ମନୋଜ ଆଜି ମଧ୍ୟ ସେହି ଚରିତ୍ର ପାଇଁ ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି । ମନୋଜଙ୍କ ସର୍ବଦା ଏପରି ଚରିତ୍ର ପସନ୍ଦ କରିଥାନ୍ତି ଯାହା ତାଙ୍କ ପର୍ସନାଲିଟିକୁ ସୁଟ କରିଥାଏ। ସେ ତାଙ୍କର ନିଖୁଣ ଅଭିନୟର ପରିଚୟ ପ୍ରଦାନ କରିଛନ୍ତି 'ଗ୍ୟାଙ୍ଗସ୍‌ ଅଫ ଓ୍ଵାସେପୁର' , 'ରାଜନୀତି , 'ଅଲିଗଡ଼' ଏବଂ 'ସ୍ପେଶାଲ ୨୬' ଆଦି ଚଳଚ୍ଚିତ୍ରରେ ।

publive-image photo-youtube

ତବୁ :
ଏହି ତାଲିକାରେ ତବୁଙ୍କ ନାମ ଦେଖି ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେଉଥିବେ । ତବୁ ୬ଟି ଫିଲ୍ମ ଫେୟାର ଆଓ୍ଵାର୍ଡ଼ ଏବଂ ୨ଟି ରାଷ୍ଟ୍ରୀୟ ଚଳଚ୍ଚିତ୍ର ପୁରସ୍କାର ହାସଲ କରିଥିଲେ ମଧ୍ୟ ତାଙ୍କ ସମୟର ଅନ୍ୟ ଅଭିନେତ୍ରୀଙ୍କ ଅପେକ୍ଷା ତାଙ୍କୁ ସେତେଟା ସଫଳତା ମିଳିନଥିଲା। ତବୁ ସର୍ବଦା ତାଙ୍କର ବ୍ୟକ୍ତିଗତ ଜୀବନକୁ ଚଳଚ୍ଚିତ୍ର ଏବଂ ମିଡ଼ିଆରୁ ଦୂରରେ ରଖିଛନ୍ତି । ତବୁ 'ମାଚ୍ଚିସ' , 'ବିରାସତ' , 'ମକବୁଲ' , 'ହାଇଦର' ଦୃଶ୍ୟମ୍‌ ଏବଂ 'ଚିନିକମ' ଭଳି ଅନେକ ସୁପରହିଟ ଚଳଚ୍ଚିତ୍ରରେ ତାଙ୍କ ଅଭିନୟର ଝଲକ ଦେଖାଇଛନ୍ତି ।

ପଙ୍କଜ ତ୍ରିପାଠୀ :
ଖଳନାୟକ ଭାବେ ପରିଚିତ ହୋଇଥିବା ପଙ୍କଜ ତ୍ରିପାଠୀଙ୍କୁ ବଲିଉଡ଼ରେ ସେତେଟା ସଫଳତା ମିଳିପାରିଲା ନାହିଁ। ତାଙ୍କର ବିହାରୀ କଥାବାର୍ତ୍ତା ପାଇଁ ତାଙ୍କୁ ଚଳଚ୍ଚିତ୍ରରେ ମଧ୍ୟ କେବଳ ସେହି ଭଳି ଚରିତ୍ର ମିଳିଥିଲା କିନ୍ତୁ ତାଙ୍କର ଅଭିନୟ ବହୁ ଉଚ୍ଚ କୋଟୀର । ପ୍ରକାଶ ଝା , ମଣିରତ୍ନମ , ଅନୁରାଗ କଶ୍ୟପ ଏବଂ ରୋହିତ ସେଟ୍ଟୀ ଭଳି ବଡ଼ ନିର୍ଦ୍ଦେଶକଙ୍କ ସହ କାମ କଲାପେରେ ମଧ୍ୟ ତାଙ୍କୁ କିଛି ଭଲ ଚରିତ୍ର ଆଜି ପର୍ଯ୍ୟନ୍ତ ମିଳିଲା ନାହିଁ।

ସଂଞ୍ଜୟ ମିଶ୍ରା :
ବଲିଉଡ଼ର ସବୁଠାରୁ ବଡ଼ ଭୁଲ ଏହା ଏଠାରେ ଠିକ ଟ୍ୟାଲେଣ୍ଟ ଚିହ୍ନଟ କରିପାରନ୍ତି ନାହିଁ । ଏହାର ପ୍ରତ୍ୟକ୍ଷ ଉଦାହରଣ ହେଉଛନ୍ତି ସଂଞ୍ଜୟ ମିଶ୍ରା । ବଲିଉଡ଼ରେ ସାଧାରଣତଃ ତାଙ୍କୁ କମେଡ଼ିଆନ ଭାବେ ଦେଖିବାକୁ ମିଳିଥାଏ। ତାଙ୍କୁ ଫିଲ୍ମ ଫେୟାରରେ ଶ୍ରେଷ୍ଠ କ୍ରିଟିକ୍‌ କଳାକାର ଭାବେ ପୁରସ୍କୃତ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe