imdb.com
ବଲିଉଡ୍ର ନୂଆ ଚଳଚ୍ଚିତ୍ର ‘ଲୁପ୍ ଲପେଟା’ର ତାରକା ଯୋଡ଼ି ହେଉଛନ୍ତି ଦକ୍ଷିଣୀ ସିନେ ଜଗତ୍ର ଜଣାଶୁଣା ଅଭିନେତ୍ରୀ ତାପସୀ ପନ୍ନୁ ଓ ତହିର ରାଜ ଭାସିନ। ଚଳିତ ବର୍ଷ ଫେବ୍ରୁଆରି ମାସ ୪ ତାରିଖରେ ଏଇ ଚଳଚ୍ଚିତ୍ରଟି ନେଟ୍ଫ୍ଲିକ୍ସରେ ମୁକ୍ତିଲାଭ କରିବ ବୋଲି ଚୂଡ଼ାନ୍ତ ହେଇଛି। ନିଜ ପୁରୁଷ ବନ୍ଧୁଙ୍କୁ ଉଦ୍ଧାର କରିବା ପାଇଁ ଜୀବନ ମରଣ ସଂଘର୍ଷ କରିଛନ୍ତି ଲୁପ୍ ଲପେଟାର ବାନ୍ଧବୀ ଚରିତ୍ର ସାବି।
ସାବି ଓରଫ୍ ତାପସୀ କହିଛନ୍ତି ଚଳଚ୍ଚିତ୍ରଟି ବ୍ୟଙ୍ଗାତ୍ମକ ଶୈଳୀରେ ନିର୍ମାଣ ହେଇଥିବାରୁ ସେ ଏହାକୁ ନେଇ ଖୁବ୍ ଉତ୍ସାହିତ। ଅନ୍ୟପକ୍ଷରେ ଏହାର ନାୟକ ଭୂମିକାରେ ଅବତୀର୍ଣ୍ଣ ହେଇଥିବା ତହିର ରାଜ କହିଛନ୍ତି ଚଳଚ୍ଚିତ୍ରଟି ଝିଅପୁଅଙ୍କ ଭିତରେ ଗଢ଼ିଉଠୁଥିବା ପ୍ରେମ ସମ୍ପର୍କକୁ ଭାଙ୍ଗିଦେବା ପାଇଁ ଯେଉଁ ସାମାଜିକ ଅବ୍ୟବସ୍ଥା ମୁଣ୍ଡଟେକେ ତାହାକୁ ଅବରୋଧ କରିବାରେ ସହାୟକ ହେବ।
ଲୁପ୍ ଲପେଟା ୧୯୯୮ରେ ନିର୍ମିତ ଜର୍ମାନୀ ଚଳଚ୍ଚିତ୍ର ‘ରନ୍ ଲୋଲା ରନ୍’ର କାହାଣୀ ଉପରେ ପର୍ଯ୍ୟବସିତ। ଆକାଶ ଭାଟିଆ ଏହାର ନିର୍ଦ୍ଦେଶନା ଦେଇଛନ୍ତି। ଆକାଶ କହିଛନ୍ତି ଯେ ଏହି ଚଳଚ୍ଚିତ୍ରରେ ହାସ୍ୟରସ, ରହସ୍ୟ ଏବଂ ପ୍ରେମ ଆଦି ବିଭିନ୍ନ ବିଭାଗର ସମନ୍ବୟ ଦେଖିବାକୁ ମିଳିବ। ଏହା ଦର୍ଶକଙ୍କୁ ଭିନ୍ନ ଭିନ୍ନ ସ୍ବାଦର ମନୋରଂଜନ ଯୋଗାଇବ ବୋଲି ସେ ଆଶାବାଦୀ।
Follow Us