Business Insider
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ବାରା କରୋନା ଟିକାକରଣ ଆରମ୍ଭ ହେବା ପରେ ବଲିଉଡ୍ ଏହାକୁ ସ୍ବାଗତ ଜଣାଇଛି। କଙ୍ଗନା ରଣାଵତ୍, ପରେଶ ରାଵଲ୍, ନିମରତ୍ କୌର୍ଙ୍କ ଭଳି କଳାକାରମାନେ ଟ୍ବିଟ୍ କରି ସାମାଜିକ ଗଣମାଧ୍ୟମରେ ସ୍ବାଗତ ଜଣାଇଛନ୍ତି। କଙ୍ଗନା ଲେଖିଛନ୍ତି, ଟିକା ନେବା ପାଇଁ ସେ ବ୍ୟଗ୍ର। ସେହିଭଳି ପରେଶ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇ ଲମ୍ବା ସମୟର ଅପେକ୍ଷା ବୋଲି ଉଲ୍ଲେଖ କରିଛନ୍ତି। ଅଭିନେତ୍ରୀ ନିମରତ୍ ଶୁଭକାମନା ଜଣାଇବା ସହିତ ଦୀର୍ଘ ଦିନର ପ୍ରତୀକ୍ଷାର ଫଳ ମିଳିଛି ବୋଲି ଲେଖିଛନ୍ତି। ଏମାନଙ୍କ ବ୍ୟତୀତ ଇସା ଦେଵଲ, ଗୁରୁମିତ୍ ଚୌଧୁରୀ, କୁନାଲ୍ କପୁରଙ୍କ ଭଳି କଳାକାରମାନେ ମଧ୍ୟ ସରକାର ସମେତ ଚିକିତ୍ସା ବିଜ୍ଞାନକୁ ପ୍ରଶଂସା କରିଛନ୍ତି।
Follow Us