ସଞ୍ଜୟ ରାଉତଙ୍କୁ ବମ୍ବେ ହାଇକୋର୍ଟଙ୍କ ନିନ୍ଦା

Advertisment
ସଞ୍ଜୟ ରାଉତଙ୍କୁ ବମ୍ବେ ହାଇକୋର୍ଟଙ୍କ ନିନ୍ଦା

tribuneindia.com

ମୁମ୍ବାଇ:  ଶିବସେନାର ପ୍ରବକ୍ତା ସଞ୍ଜୟ ରାଉତଙ୍କ ଦ୍ବାରା ଅଭିନେତ୍ରୀ କଙ୍ଗନା ରଣାୱତଙ୍କୁ ଦିଆଯାଇଥିବା ଧମକ ବାବଦରେ ବମ୍ବେ ହାଇକୋର୍ଟ ପ୍ରଶ୍ନ ଉଠାଇଛନ୍ତି। ନ୍ୟାୟାଳୟ ପକ୍ଷରୁ କୁହାଯାଇଛି, ଯଦିଓ ଆମେ ଆବେଦନକାରୀ କଙ୍ଗନା କହିଥିବା ଗୋଟିଏ ବି ଶବ୍ଦରେ ସହମତ ନୋହୁଁ, ମାତ୍ର କଥା କହିବାର ଶୈଳୀ ଏପରି ହେବା ଠିକ୍‌ କି?

ଜଷ୍ଟିସ୍‌ ଏସ୍‌ ଜେ କଠବଲ୍ଲା ଓ ନ୍ୟାୟମୂର୍ତି ଆର୍‌ଆଇ ଚାଗଲାଙ୍କ ଖଣ୍ଡପୀଠ କହିଛନ୍ତି, ଆମେ ବି ମହାରାଷ୍ଟ୍ରବାସୀ। ମହାରାଷ୍ଟ୍ରର ବାସିନ୍ଦା ଭାବେ ଆମେ ଗର୍ବିତ। ମାତ୍ର ଆମେ ଯାଇ କାହାର ଘର ଭାଙ୍ଗୁନାହୁଁ। ଜବାବ କ’ଣ ଏହିପରି ଦିଆଯାଏ? କ’ଣ ଆପଣଙ୍କର ଦୟା ଭାବନା ନାହିଁ? ବିଏମ୍‌ସିର କାର୍ଯ୍ୟାନୁଷ୍ଠାନକୁ ଅବୈଧ ଘୋଷଣା ସହ ହୋଇଥିବା କ୍ଷୟକ୍ଷତି ବାବଦରେ ୨ କୋଟି ଟଙ୍କାର କ୍ଷତିପୂରଣ ମାଗିବା ନେଇ କଙ୍ଗନାଙ୍କ ଯାଚିକା ବାବଦରେ ଖଣ୍ଡପୀଠ ଅନ୍ତିମ ଶୁଣାଣି କରୁଛି।

ମଙ୍ଗଳବାର ଶୁଣାଣି ବେଳେ ସଞ୍ଜୟ ରାଉତ ଏକ ସତ୍ୟପାଠ ଦାଖଲ କରିଛନ୍ତି। ଯେଉଁଥିରେ ସେ କଙ୍ଗନାଙ୍କୁ ଧମକ ଦିଆଯିବା କଥା ଅସ୍ବୀକାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe