ଲୋକ ଭାବୁଛନ୍ତି କି ମୁଁ ଭାରତକୁ ଭଲପାଏ ନାହିଁ, ଦୟାକରି ମୋ ଚଳଚ୍ଚିତ୍ରକୁ ବଏକଟ କରନ୍ତୁ ନାହିଁ: ଆମୀର ଖାନ୍

Advertisment
ଲୋକ ଭାବୁଛନ୍ତି କି ମୁଁ ଭାରତକୁ ଭଲପାଏ ନାହିଁ, ଦୟାକରି ମୋ ଚଳଚ୍ଚିତ୍ରକୁ ବଏକଟ କରନ୍ତୁ ନାହିଁ: ଆମୀର ଖାନ୍

ମୁମ୍ବାଇ: ବଲିଉଡ୍‌ର ମିଷ୍ଟର୍‌ ପର୍‌ଫେକ୍ଟ କୁହାଯାଉଥିବା ଅଭିନେତା ଆମୀର ଖାନଙ୍କ ଫିଲ୍ମ ଲାଲ୍‌ ସିଂହ ଚଢ଼ା ଅଗଷ୍ଟ ୧୧ରେ ରିଲିଜ ହେବ। ସବୁଥର ଆମୀରଙ୍କ ଫିଲ୍ମକୁ ଦର୍ଶକ ଦେଖିବା ପାଇଁ ଅନାଇ ବସିଥିବା ବେଳେ ଏଥର କିନ୍ତୁ ସେଭଳି କିଛି ଘଟିନାହିଁ। ରିଲିଜ ପୂର୍ବରୁ ‘ବଏକଟ୍‌ ଲାଲ୍‌ ସିଂହ ଚଢ଼ା’ ଟ୍ରେଣ୍ଡ କରିବା ଆରମ୍ଭ କରିଛି। ଫିଲ୍ମ ବିରୋଧରେ ଦର୍ଶକଙ୍କ ଏଭଳି ପ୍ରତିକ୍ରିୟା ଦେଖି ଆମୀର ଖାନ ଦୁଃଖ ପ୍ରକାଶ କରିଥିବା ଜଣାପଡ଼ିଛି।

‘ବଏକଟ୍‌ ଲାଲ୍‌ ସିଂହ ଚଢ଼ା’ ଟ୍ରେଣ୍ଡ କରିବା ପରେ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଆମୀର ଖାନ ଲୋକଙ୍କୁ ଏଭଳି ନକରିବାକୁ ଅନୁରୋଧ କରିଛନ୍ତି। ଗତ କିଛି ଦିନ ହେଲାଣି ହିନ୍ଦୀ ସିନେମାର ଦର୍ଶକ ଅଧିକାଂଶ ବଲିଉଡ ଫିଲ୍ମକୁ ବଏକଟ କରୁଛନ୍ତି। ଏହି ଧାରାରେ ଏବେ ଯୋଡ଼ି ହୋଇଛି ଆମୀରଙ୍କ ଫିଲ୍ମ।

ଇଣ୍ଡିଆ ଟୁଡେରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଆମୀର ଖାନଙ୍କୁ ପଚରାଯାଇଥିଲା ଯେ ଫିଲ୍ମକୁ ବଏକଟ କରିବା ପାଇଁ ଆରମ୍ଭ ହୋଇଥିବା ଟ୍ରେଣ୍ଡକୁ ଦେଖି ସେ ଦୁଃଖ ପ୍ରକାଶ କରୁଛନ୍ତି କି? ଏହାର ଉତ୍ତରରେ ଆମୀର ଖାନ କହିଥିଲେ, ହଁ ମୁଁ ଦୁଃଖିତ। ଏହା ସହିତ ମୁଁ ଭାରତକୁ ଭଲପାଏ ନାହିଁ ବୋଲି କିଛି ଲୋକ କହୁଥିବା ଜାଣି ମୋତେ ଆହୁରି ଖରାପ ଲାଗୁଛି। କିନ୍ତୁ ଏହା ସତ୍ୟ ନୁହେଁ। ଦୟାକରି ମୋ ଚଳଚ୍ଚିତ୍ରକୁ ବଏକଟ କରନ୍ତୁ ନାହିଁ। ଦୟାକରି ମୋର ଚଳଚ୍ଚିତ୍ର ଦେଖନ୍ତୁ।

ତେବେ ସୋସିଆଲ ମିଡିଆରେ ଆମୀର ଖାନଙ୍କ ଫିଲ୍ମକୁ ବଏକଟ କରିବାକୁ ଲୋକମାନେ ତାଙ୍କର ଏକ ପୁରୁଣା ବୟାନକୁ ସେୟାର କରୁଛନ୍ତି। ଏଥିରେ ସେ କହିଥିଲେ ଯେ ଶିବ ଲିଙ୍ଗ ଉପରେ କ୍ଷୀର ନଚଢ଼ାଇ ଗରିବ ଲୋକଙ୍କୁ ଖାଇବାକୁ ଦେବା ଭଲ। ଏଥି ସହିତ କରୀନା କହିଥିଲେ ଯେ, ଆମର ଚଳଚ୍ଚିତ୍ର ଦେଖ ନାହିଁ, ଆମେ କାହାକୁ ବାଧ୍ୟ କରୁନାହୁଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe