ରଣବୀର-ଆଲିଆ ଷ୍ଟାରର୍‌ ‘ବ୍ରହ୍ମାସ୍ତ୍ର’ର ବଜେଟ୍‌ ୧୫୦ କୋଟି!

ରଣବୀର-ଆଲିଆ ଷ୍ଟାରର୍‌ ‘ବ୍ରହ୍ମାସ୍ତ୍ର’ର ବଜେଟ୍‌ ୧୫୦ କୋଟି!

photo-indiatoday

ମୁମ୍ବାଇ: ରଣବୀର କପୁର -ଆଲିଆ ଭଟ୍ଟ ଷ୍ଟାରର୍‌ ‘ବ୍ରହ୍ମାସ୍ତ୍ର’କୁ ନେଇ ବେଶ୍‌ କିଛି ସମୟ ଧରି ଚର୍ଚ୍ଚା ଲାଗି ରହିଛି । ଏବେ ଏହାର ବଜେଟ୍‌କୁ ନେଇ ଆଲୋଡନ ଖେଳିଛି ବଲିଉଡରେ । କୁହାଯାଉଛି ଯେ ‘ବ୍ରହ୍ମାସ୍ତ୍ର’ର ବଜେଟ୍‌ ୧୫୦ କୋଟି । ଏହାକୁ ମଧ୍ୟ ସ୍ୱୀକାର କରିଛନ୍ତି ଫିଲ୍ମର ସହ ପ୍ରଯୋଜକ ନମିତ ମାଲହୋତ୍ରା। ଏହି ସିନେମାକୁ ହଲିଉଡ ଷ୍ଟାଣ୍ଡାର୍ଡରେ ଆଣିବାର ଯୋଜନା ପ୍ରସ୍ତୁତ ହୋଇଛି ବୋଲି ସେ କହିଛନ୍ତି।

‘ବ୍ରହ୍ମାସ୍ତ୍ର’ର ନିର୍ଦ୍ଦେଶନା ଦେଉଛନ୍ତି ଅୟାନ୍‌ ମୁଖାର୍ଜୀ ଯିଏ କି ଆଗରୁ ରଣବୀର କପୁରଙ୍କୁ ନେଇ ‘ଓ୍ଵକ ଅପ୍‌ ସିଡ୍‌’ ଏବଂ ‘ ୟେ ଜଓ୍ଵାନି ହେ ଦିଓ୍ଵାନି’ ଭଳି ହିଟ୍‌ ସିନେମା ତିଆରି କରିଛନ୍ତି। ରଣବୀର କପୁର -ଆଲିଆ ଭଟ୍ଟ ଷ୍ଟାରର୍‌ ‘ବ୍ରହ୍ମାସ୍ତ୍ର’ରେ ବିଗ୍‌ ବି ଅମିତାଭ ବଚ୍ଚନଙ୍କୁ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ଏଠାରେ ସୂଚନାଯୋଗ୍ୟ ଯେ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ରାକେଶ ରୋଶନଙ୍କ ‘କ୍ରିଶ୍‌’ ହେଉଛି ପ୍ରଥମ ସୁପର ହିରୋ ସିନେମା। ଏଥିରେ ସୁପରଷ୍ଟାର୍‌ ରିତିକ୍‌ ରୋଶନ୍‌ ବନିଥିଲେ ସୁପରହିରୋ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe