ବଢ଼ୁଛି ‘ବ୍ରହ୍ମାସ୍ତ୍ର’ କ୍ରେଜ୍, ଏବେ ଏହି ୨ଟି ଫିଲ୍ମକୁ ପଛରେ ପକାଇଲା

ବଢ଼ୁଛି ‘ବ୍ରହ୍ମାସ୍ତ୍ର’ କ୍ରେଜ୍, ଏବେ ଏହି ୨ଟି ଫିଲ୍ମକୁ ପଛରେ ପକାଇଲା

ମୁମ୍ବାଇ: ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ସେପ୍ଟେମ୍ବର ୯ରେ ରିଲିଜ୍‌ ହୋଇସାରିଛି। ଚଳଚ୍ଚିତ୍ରଟିକୁ ଲୋକେ ବୟକଟ୍‌ କରିଥିଲେ ବି ଚଳଚ୍ଚିତ୍ରଟି ଭଲ ପ୍ରଦର୍ଶନ କରିବା ଆରମ୍ଭ କରିଛି। ‘ବ୍ରହ୍ମାସ୍ତ୍ର’ର ରିଲିଜ୍ ପରେ ବକ୍ସ ଅଫିସ ରି‌ପୋର୍ଟ ସାମ୍ନାକୁ ଆସିଛି। ରିଲିଜ୍ ପରେ ପରେ ଫିଲ୍ମଟି ସପ୍ତାହ ଶେଷରେ କେବଳ ଭାରତରେ ୧୨୪କୋଟି ଆୟ କରିଥିବା ବେଳେ ବିଶ୍ବସ୍ତରରେ ୨୨୫କୋଟି ଟଙ୍କା ଆୟ କରିଛି। ତେବେ ଫିଲ୍ମଟି ୨୦୨୨ରେ ରିଲିଜ୍ ହୋଇଥିବା 'ଭୁଲ ଭୁଲୈୟା-୨' ଓ 'ଦ କଶ୍ମୀରୀ ଫାଇଲ୍ସ'କୁ ପଛରେ ପକାଇଥିବା ଜଣାପଡ଼ିଛି।

ସୋମବାର ଫିଲ୍ମ ‘ବ୍ରହ୍ମାସ୍ତ୍ର’ କରିଥିବା ଆୟ ଏହି ଦୁଇଟି ଫିଲ୍ମ କରିଥିବା ଆୟଠାରୁ ଅଧିକ ଥିଲା ବୋଲି ଜଣାପଡ଼ିଛି। ରିଲିଜର ପ୍ରଥମ ସୋମବାର ‘ବ୍ରହ୍ମାସ୍ତ୍ର’ ୧୫.୧୦କୋଟି ଆୟ କରିଥିବା ବେଳେ 'ଦ କଶ୍ମୀରୀ ଫାଇଲ୍ସ' ୧୫.୦୫କୋଟି ଆୟ କରିଥିଲା ବୋଲି ଜଣାପଡ଼ିଛି। ସେହିଭଳି 'ଭୁଲ ଭୁଲୈୟା-୨' ୧୦.୭୫କୋଟି ଟଙ୍କା ଆୟ କରିଥିବା ବେଳେ 'ଜୁଗ୍ ଜୁଗ୍ ଜିଓ' ୪.୮୨କୋଟି ଟଙ୍କା ଆୟ କରିଥିଲା। ଏହି ନମ୍ବରକୁ ଦେଖିଲେ ସୋମବାର ବକ୍ସ ଅଫିସ ଆୟ ସୂଚୀରେ ଆଗରେ ରହିଛି ‘ବ୍ରହ୍ମାସ୍ତ୍ର’।

ତେବେ ଆୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ବ୍ରହ୍ମାସ୍ତ୍ର'ର ମୋଟ ବଜେଟ୍ ୪୧୦ କୋଟି ଟଙ୍କା ରହିଛି । ଏହି ଚଳଚ୍ଚିତ୍ରରେ ରଣବୀର କପୁର, ଆଲିଆ ଭଟ୍ଟ, ଅମିତାଭ ବଚ୍ଚନ, ମୌନି ରୟ, ଟଲିଉଡ ତାରକା ନାଗାର୍ଜୁନ ଏବଂ ଏପରିକି ଶାହରୁଖ ଖାନଙ୍କ ଭଳି ଅଭିନେତା ଅଭିନୟ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe