ଆସିଲା ‘ବ୍ରହ୍ମାସ୍ତ୍ର’ର ୧୦ ଦିନର ବକ୍ସ ଅଫିସ୍‌ କଲେକ୍ସନ, ‘କାଶ୍ମୀର ଫାଇଲ୍ସ’କୁ ଦେଉଛି ଟକ୍କର

Advertisment
ଆସିଲା ‘ବ୍ରହ୍ମାସ୍ତ୍ର’ର ୧୦ ଦିନର ବକ୍ସ ଅଫିସ୍‌ କଲେକ୍ସନ, ‘କାଶ୍ମୀର ଫାଇଲ୍ସ’କୁ ଦେଉଛି ଟକ୍କର

www.aajtak.in

ମୁମ୍ବାଇ: ‘ବ୍ରହ୍ମାସ୍ତ୍ର’ର ଜଲୱା ଶେଷରେ ଦର୍ଶକ ଦେଖିବାକୁ ପାଇଲେ। ରିଲିଜ୍‌ ପୂର୍ବରୁ ଯେଉଁ ଫିଲ୍ମକୁ ନେଇ ସମସ୍ତେ ଦ୍ବନ୍ଦ୍ବରେ ଥିଲେ ରିଲିଜ୍‌ ପରେ କିନ୍ତୁ ସେ ଦ୍ବନ୍ଦ୍ବ ଦୂର ହୋଇଛି। ଫିଲ୍ମଟି ଯେଉଁ ଭଳି ଭାବେ ରୋଜଗାର କରି ଚାଲିଛି, ସେଥିରେ ସମସ୍ତ ଚକିତ ହୋଇଛନ୍ତି। ରଣବୀର କପୁରଙ୍କ ଏହି ଚଳଚ୍ଚିତ୍ରର ବିପୁଳ ବକ୍ସ ଅଫିସ୍‌ କଲେକ୍ସନ ଦ୍ବିତୀୟ ସପ୍ତାହରେ ବି ଜାରି ରହିଛି।

ଭଲ ଖବର ‌ହେଉଛି, ଶେଷରେ ‘ବ୍ରହ୍ମାସ୍ତ୍ର’ ୧୦ମ ଦିନ ମଧ୍ୟରେ ୨୦୦ କୋଟି ଟଙ୍କା ରୋଜଗାର ପାର୍‌ କରିଛି। ଜାଣିବାକୁ ମିଳିଛି ଯେ ଚଳଚ୍ଚିତ୍ରଟି ରବିବାର ଦିନ ଭାରତରେ ୧୬.୩୦ କୋଟି ଟଙ୍କା ରୋଜଗାର କରିଛି। ଏହା ସହିତ ଚଳଚ୍ଚିତ୍ରଟି ୧୦ମ ଦିନରେ ୨୧୫.୫୦ କୋଟି ରୋଜଗାର କରିଛି। ପ୍ରଥମ ସପ୍ତାହନ୍ତ ପରି ଦ୍ବିତୀୟ ସପ୍ତାହନ୍ତରେ ବି ଫିଲ୍ମଟି ଖୁବ୍‌ ଭଲ ପ୍ରଦର୍ଶନ କରିଥିବା ସୂଚନା ରହିଛି। ଆଶା ରହିଛି ଯେ ତୃତୀୟ ସପ୍ତାହନ୍ତ ସୁଦ୍ଧା ‘ବ୍ରହ୍ମାସ୍ତ୍ର’ ୨୫୦ କୋଟି ଟଙ୍କା ରୋଜଗାର କରି ସାରିଥିବ।

‘ବ୍ରହ୍ମାସ୍ତ୍ର’ ଚଳଚ୍ଚିତ୍ର ‘କାଶ୍ମୀର ଫାଇଲ୍ସ’ର ରୋଜଗାରକୁ ଟକ୍କର ଦେଉଥିବାର ଦେଖିବାକୁ ମିଳୁଛି। ଆପଣ ଜାଣିଥିବେ ନିଶ୍ଚୟ ଯେ ‘କାଶ୍ମୀର ଫାଇଲ୍ସ’ର ଲାଇଫ୍‌ଟାଇମ୍‌  କଲେକ୍ସନ ଥିଲା ୨୫୨.୯ କୋଟି ଟଙ୍କା। ତାହାକୁ ଏବେ ପଛରେ ପକାଇବାକୁ ବାହାରିଲାଣି ‘ବ୍ରହ୍ମ‌ାସ୍ତ୍ର’।

‘ବ୍ରହ୍ମାସ୍ତ୍ର’ ଓପେନିଂ ଡେ’ରେ ୩୬.୪୨ କୋଟି ଟଙ୍କା ରୋଜଗାର କରି ଖାତା ଖୋଲିଥିଲା। ଫିଲ୍ମଟି ରିଲିଜ୍‌ ହେବା ପୂର୍ବରୁ ସୋସିଆଲ୍‌ ମିଡିଆରେ ବୟକଟ୍‌ ଟ୍ରେଣ୍ଡ୍‌ ଚାଲିଥିଲେ ବି ଫିଲ୍ମଟି କିନ୍ତୁ ବେଶ୍‌ ଭଲ ପ୍ରଦର୍ଶନ କରିିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe