୧୧ ଦିନରେ ବି ଭଲ ପ୍ରଦର୍ଶନ କଲା ‘ବ୍ରହ୍ମାସ୍ତ୍ର’; ୧୦ମ ଦିନରେ ବିଶ୍ବ ସ୍ତରରେ ୩୬୦ କୋଟି ରୋଜଗାର

Advertisment
୧୧ ଦିନରେ ବି ଭଲ ପ୍ରଦର୍ଶନ କଲା ‘ବ୍ରହ୍ମାସ୍ତ୍ର’; ୧୦ମ ଦିନରେ ବିଶ୍ବ ସ୍ତରରେ ୩୬୦ କୋଟି ରୋଜଗାର

www.indiatoday.in

ମୁମ୍ବାଇ: ଚଳଚ୍ଚିତ୍ର ‘ବ୍ରହ୍ମ‌ାସ୍ତ୍ର’ର ଗତକାଲିର ରୋଜଗାର ସାମ୍ନାକୁ ଆସିଛି। ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ‘ବ୍ରହ୍ମ‌ାସ୍ତ୍ର’ ଦ୍ବିତୀୟ ସୋମବାରରେ ବେଶ୍‌ ଭଲ ପ୍ରଦର୍ଶନ କରିଥିବା ସୂଚନା ରହିଛି।

ସେପ୍ଟେମ୍ବର ୧୯ ତାରିଖରେ ଚଳଚ୍ଚିତ୍ରଟିର ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ କହିଛନ୍ତି ଯେ ଚଳଚ୍ଚିତ୍ରଟି ୧୦ମ ଦିନରେ ବିଶ୍ବ ସ୍ତରରେ ୩୬୦ କୋଟି ରୋଜଗାର କରି ରେକର୍ଡ କରିଛି। ଚଳଚ୍ଚିତ୍ରଟି ସେପ୍ଟେମ୍ବର ୯ ତାରିଖକୁ ରିଲିଜ୍‌ ହୋଇ ଦର୍ଶକଙ୍କୁ ମନୋରଞ୍ଜନର ଖୋରାଗ ଯୋଗାଇ ଆସୁଛି।

‘ବ୍ରହ୍ମ‌ାସ୍ତ୍ର’କୁ ନେଇ ଆହୁରି ଏକ ତଥ୍ୟ ବି ହସ୍ତଗତ ହୋଇଛି। ଫିଲ୍ମ ବ୍ରହ୍ମାସ୍ତ୍ରର ଦ୍ବିତୀୟ ଓ ତୃତୀୟ ଭାଗ ରିଲିଜ୍ ହେବାକୁ ଥିବା ବେଳେ ଏହି ଦୁଇଟି ଭାଗର ସୁଟିଂ ଏକା ସାଙ୍ଗରେ ହେବ ବୋଲି ଜଣାପଡ଼ିଛି। ଅଭିନେତା ରଣବୀର କପୁର କହିଛନ୍ତି ଯେ, ଅସ୍ତ୍ରଶସ୍ତ୍ରର ଅନ୍ୱେଷଣ କରିବାର ସମ୍ଭାବନା ଅସୀମ। ପ୍ରତ୍ୟେକ ଅସ୍ତ୍ରର ଇତିହାସ ଏବଂ ବ୍ରହ୍ମାଣ୍ଡ ଊପରେ ଏକାଧିକ ଚଳଚ୍ଚିତ୍ର ନିର୍ମାଣ ହୋଇପାରିବ। ତେଣୁ ଏକ ଟିମ୍ ଭାବରେ ଆମର ଯୋଜନା ହେଉଛି ଉଭୟ ଦ୍ବିତୀୟ ଓ ତୃତୀୟ ଭାଗର ସୁଟିଂ ଏକା ସାଙ୍ଗରେ କରିବୁ। ଏହା ଦ୍ବାରା ଫିଲ୍ମ ରିଲିଜରେ ବିଳମ୍ବ ହେବ ନାହିଁ ଏବଂ ଠିକ ସମୟରେ ଫିଲ୍ମ ରିଲିଜ ହୋଇପାରିବ।

‘ବ୍ରହ୍ମାସ୍ତ୍ର’ର ଜଲୱା ଶେଷରେ ଦର୍ଶକ ଦେଖିବାକୁ ପାଇଲେ। ରିଲିଜ୍‌ ପୂର୍ବରୁ ଯେଉଁ ଫିଲ୍ମକୁ ନେଇ ସମସ୍ତେ ଦ୍ବନ୍ଦ୍ବରେ ଥିଲେ ରିଲିଜ୍‌ ପରେ କିନ୍ତୁ ସେ ଦ୍ବନ୍ଦ୍ବ ଦୂର ହୋଇଛି। ଫିଲ୍ମଟି ଯେଉଁ ଭଳି ଭାବେ ରୋଜଗାର କରି ଚାଲିଛି, ସେଥିରେ ସମସ୍ତ ଚକିତ ହୋଇଛନ୍ତି। ରଣବୀର କପୁରଙ୍କ ଏହି ଚଳଚ୍ଚିତ୍ରର ବିପୁଳ ବକ୍ସ ଅଫିସ୍‌ କଲେକ୍ସନ ଦ୍ବିତୀୟ ସପ୍ତାହରେ ବି ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe