ଅନ୍ତର୍ଜାତୀୟ ବକ୍ସ ଅଫିସ୍‌ରେ ୨୨୫ କୋଟି ଟଙ୍କା ‌ରୋଜଗାର କରିଛି ‘ବ୍ରହ୍ମାସ୍ତ୍ର’; ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଲେ ନିର୍ମାତା

Advertisment
ଅନ୍ତର୍ଜାତୀୟ ବକ୍ସ ଅଫିସ୍‌ରେ ୨୨୫ କୋଟି ଟଙ୍କା ‌ରୋଜଗାର କରିଛି ‘ବ୍ରହ୍ମାସ୍ତ୍ର’; ପ୍ରଶଂସକଙ୍କୁ କୃତଜ୍ଞତା ଜଣାଇଲେ ନିର୍ମାତା

www.indiatoday.in

ମୁମ୍ବାଇ: ଆୟାନ ମୁଖାର୍ଜୀଙ୍କ ଫିଲ୍ମ ‘ବ୍ରହ୍ମ‌ାସ୍ତ୍ର’ ବକ୍ସ ଅଫିସ୍‌ରେ ଆଶାଠାରୁ ଅଧିକ ରୋଜଗାର କରିଛି। ମାତ୍ର ୩ ଦିନରେ ଏହି ଫିଲ୍ମଟି ଦେଶ ମଧ୍ୟରେ ବକ୍ସ ଅଫିସ୍‌ରେ ୧୦୦ କୋଟି ଟଙ୍କା ରୋଜଗାର କରିଛି। ଏହି ଫିଲ୍ମ ବିଶ୍ବ ବକ୍ସ ଅଫିସ୍‌ରେ ୨୨୫ କୋଟି ଟଙ୍କା ‌ରୋଜଗାର କରିଛି। ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ଦର୍ଶକଙ୍କୁ ବେଶ୍‌ ପସନ୍ଦ ଆସିଛି।

ଆୟାନ୍‌ ମୁଖାର୍ଜୀ ‘ବ୍ରହ୍ମ‌ାସ୍ତ୍ର’କୁ ନେଇ ତାଙ୍କର ବକ୍ସ ଅଫିସ୍‌ ଅପ୍‌ଡେଟ୍‌ସ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ଦେଇ ଚାଲିଛନ୍ତି। ଫିଲ୍ମଟିକୁ ଗ୍ରହଣ କରିଥିବାରୁ ନିର୍ଦ୍ଦେଶକ ତାଙ୍କ ଦର୍ଶକମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ମଧ୍ୟ।

ସେ ତାଙ୍କ ଇନ୍‌ଷ୍ଟା ପୋଷ୍ଟ୍‌ରେ ଲେଖିଛନ୍ତି କି ପ୍ରଥମ ସପ୍ତାହନ୍ତରେ ‘ବ୍ରହ୍ମାସ୍ତ୍ର’ ଖୁବ୍‌ ଭଲ ଆରମ୍ଭ କରିଛି। ମୁଁ କେବଳ ମୋର ଦର୍ଶକମାନଙ୍କୁ କୃତଜ୍ଞତା ହିଁ କୃତଜ୍ଞତା ଜଣାଉଛି। ଦର୍ଶକମାନଙ୍କ ଗ୍ରହଣୀୟତା ହିଁ ହେଉଛି ଏହି ଫିଲ୍ମ ପାଇଁ ସବୁଠାରୁ ବଡ଼ ପୁରସ୍କାର।’

ଅଭିନେତା ରଣବୀର କପୁର ଓ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ବ୍ରହ୍ମାସ୍ତ୍ର’ ଗତ ଶନିବାର ରିଲିଜ୍‌ ହୋଇସାରିଛି। ଚଳଚ୍ଚିତ୍ରଟିକୁ ଲୋକେ ବୟକଟ୍‌ କରିଥିଲେ ବି ଚଳଚ୍ଚିତ୍ରଟି ସେତେଟା ଖରାପ ପ୍ରଦର୍ଶନ କରିନାହିଁ। ତେବେ ଏହି ଚଳଚ୍ଚିତ୍ରଟି ୟଶଙ୍କ କେଜିଏଫ୍-୨ ଏବଂ ହ୍ରିତିକ୍ ରୋଶନଙ୍କ ଅଭିନୀତ ଫିଲ୍ମ ୱାରକୁ ପଛରେ ପକାଇଛି। ତେବେ ସବୁ ଆୟକୁ ମିଶାଇ ନୁହେଁ ବରଂ ପିଭିଆରର ଗୋଟିଏ ଦିନର ସଂଗ୍ରହକୁ ନେଇ ଏଭଳି ଦାବି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe