ଦର୍ଶକଙ୍କ ଦାବି ହେତୁ ନିର୍ଦ୍ଧାରିତ ତାରିଖ ପୂର୍ବରୁ ରିଲିଜ୍‌ ହେଲା ‘ବ୍ରହ୍ମାସ୍ତ୍ର’ର ବହୁ ପ୍ରତୀକ୍ଷିତ ଗୀତ ‘ରସିୟା’

Advertisment
ଦର୍ଶକଙ୍କ ଦାବି ହେତୁ ନିର୍ଦ୍ଧାରିତ ତାରିଖ ପୂର୍ବରୁ ରିଲିଜ୍‌ ହେଲା ‘ବ୍ରହ୍ମାସ୍ତ୍ର’ର ବହୁ ପ୍ରତୀକ୍ଷିତ ଗୀତ ‘ରସିୟା’

www.indiatoday.in

ମୁମ୍ବାଇ: ‘ବ୍ରହ୍ମ‌ାସ୍ତ୍ର’ର ବହୁ ପ୍ରତୀକ୍ଷିତ ଗୀତ ‘ରସିୟା’ ଶେଷରେ ରିଲିଜ୍‌ ‌ହୋଇଯାଇଛି। ଚଳଚ୍ଚିତ୍ରଟି ରିଲିଜ୍‌ ହେବାର ପାଖାପାଖି ୨ ସପ୍ତାହ ପରେ ନିର୍ମାତା ଏହି ଗୀତଟିକୁ ରିଲିଜ୍‌ କରିଛନ୍ତି। ଚଳଚ୍ଚିତ୍ରଟି ପରଦାରେ ଆସିବା ପରଠାରୁ ପ୍ରଶଂସକମାନେ ଏହି ଗୀତକୁ ଅପେକ୍ଷା କରି ରହିଥିଲେ। ଏପରିକି ଏହି ଗୀତକୁ ଶୀଘ୍ର ରିଲିଜ୍‌ କରିବାକୁ ଦର୍ଶକ ଦାବି କରି ଆସୁଥିଲେ। ଦର୍ଶକଙ୍କ ଦାବିକୁ ସମ୍ମାନ ଦେଇ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଆୟାନ ମୁଖାର୍ଜୀ ସ୍ଥିରିକୃତ ସମୟର ଯଥେଷ୍ଟ ପୂର୍ବରୁ ଗୀତଟିକୁ ରିଲିଜ୍‌ କରିଛନ୍ତି। ଗୀତଟିରେ ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି।

ପ୍ରଯୋଜକ କରଣ ‌ଜୋହର ଗୀତଟିକୁ ତାଙ୍କ ଅଫିସିଆଲ୍‌ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ୍‌ରେ ସେୟାର କରିଛନ୍ତି। ଏହି ଫଟୋଟିକୁ ସେୟାର କରି କରଣ କ୍ୟାପ୍‌ସନ୍‌ ଲେଖିଛନ୍ତି, ‘ଆମ ଭିତରେ ଥିବା  ପ୍ରେମ ଓ ଆଲୋକର ସହ ଆମେ ଏ ଗୀତଟିକୁ ସେୟାର୍‌ କରୁଛୁ। ଏହା ଏକ ଭାବନା ଓ ଭାବପ୍ରବଣତ‌ା, ଯାହାକୁ ଆପଣ ଦୀର୍ଘ ଦିନ ଧରି ଅପେକ୍ଷା କରିଛନ୍ତି।’

ଗୀତଟିକୁ ଗାଇଛନ୍ତି ତୁଷାର ଜୋଶୀ ଓ ଶ୍ରେୟା ଘୋଷାଲ୍‌। ଗୀତଟିକୁ ରଚନା କରିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ। ସ୍ବର ସଂଯୋଜନାରେ ଅଛନ୍ତି ପ୍ରିତମ। ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର ‘ବ୍ରହ୍ମ‌ାସ୍ତ୍ର’ ପ୍ରେକ୍ଷାଳୟରେ ବେଶ୍‌ ଭଲ ପ୍ରଦର୍ଶନ କରିବାରେ ଲାଗିଛି। ରଣବୀର କପୁରଙ୍କ ଏହି ଚଳଚ୍ଚିତ୍ରର ବିପୁଳ ବକ୍ସ ଅଫିସ୍‌ କଲେକ୍ସନ ଦ୍ବିତୀୟ ସପ୍ତାହ ପରେ ବି ଜାରି ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe