ରିଲିଜ୍‌ ହେଲା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ‘ବ୍ରହ୍ମାସ୍ତ୍ର’ର ଦ୍ବିତୀୟ ଗୀତ ‘ଦେବା ଦେବା’

ରିଲିଜ୍‌ ହେଲା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ‘ବ୍ରହ୍ମାସ୍ତ୍ର’ର ଦ୍ବିତୀୟ ଗୀତ ‘ଦେବା ଦେବା’

India Forums

ମୁମ୍ବାଇ: ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଅଭିନୀତ ‘ବ୍ରହ୍ମ‌ାସ୍ତ୍ର’ର ଦ୍ବିତୀୟ ଗୀତ ‘ଦେବା ଦେବା’ ରିଲିଜ୍‌ ହୋଇଛି। ସେପ୍ଟେମ୍ବର ୯ରେ ରିଲିଜ୍‌ ହେବାକୁ ଥିବା ଏହି ଚଳଚ୍ଚିତ୍ରଟିର ପ୍ରଥମ ଗୀତ ‘କେସରିୟା’ ରିଲିଜ୍‌ ହୋଇ ସାରିଥିବା ଦ୍ବିତୀୟ ଗୀତକୁ ନିର୍ମାତା ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି। ‘ଦେବା ଦେବା’ ଗୀତଟିକୁ ଗାଇଛନ୍ତି ଅର୍ଜିତ ସିଂହ ଓ ଏହାର ସ୍ବର ସରଂଜନା କରିଛନ୍ତି ପ୍ରିତମ। ଏହି ଗୀତଟିକୁ ଲେଖିଛନ୍ତି ଅମିତାଭ ଭଟ୍ଟାଚାର୍ଯ୍ୟ। ଗୀତଟିରେ ରଣବୀର କପୁର ନିଆଁରେ ଖେଳୁଥିବାର ଦୃଶ୍ୟ ଆପଣ ଦେଖିବାକୁ ପାଇବେ।

ଅୟାନ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ‘ବ୍ରହ୍ମାସ୍ତ୍ର’ ଏକ ମଲ୍‌ଟିଷ୍ଟାରର ଫିଲ୍ମ, ଯେଉଁଥିରେ ଆଲିଆ ଭଟ୍ଟ, ରଣବୀର କପୁର ସମେତ ଅମିତାଭ ବଚ୍ଚନ, ନାଗାର୍ଜୁନ ଓ ମୌନୀ ରାୟ ବି ପ୍ରମୁଖ ଭୂମିକାରେ ଅଛନ୍ତି। ଫିଲ୍ମରେ ଗୋଟିଏ ପଟେ ରଣବୀର ଶିବ ଭୂମିକାରେ ଅଭିନୟ କରୁଥିବା ବେଳେ ଆଲିଆ ଈଶା ଭୂମିକାରେ ନଜର ଆସିବେ।

‘ବ୍ରହ୍ମାସ୍ତ୍ର’ରେ ରଣବୀର ଶିବ ହୋଇ ଜଗତକୁ ରକ୍ଷା କରିବା ଦେଖିବାକୁ ମିଳିବ। ଶିବ ରୂପରେ ସେ କିଛି ଅଲଗା କରିବେ। ଅୟାନ ମୁଖାର୍ଜୀଙ୍କ ଫିଲ୍ମରେ ଭିଜୁଆଲ ଇଫେକ୍ଟର ବି ଭରପୂର ଉପଯୋଗ କରାଯାଇଛି। ୨ ମିନିଟ୍ ୫୧ ସେକେଣ୍ଡର ଟ୍ରେଲର ଦେଖି ଆପଣ ଫିଲ୍ମର କାହାଣୀ ଭଲ ଭାବରେ ବୁଝିପାରିବେ। ଟ୍ରେଲରରେ ଆଲିଆ ଓ ରଣବୀରଙ୍କ ରୋମାନ୍ସର ଝଲକ ଦେଖିବାକୁ ମିଳୁଛି। ମୋଟ ଉପରେ କହିଲେ ଟ୍ରେଲର ମନୋରଞ୍ଜନର ଭରପୂର ଖୋରାକ ନେଇ ଆସିଛି। ପ୍ରଶଂସକମାନଙ୍କୁ ଟ୍ରେଲର ବହୁତ ପସନ୍ଦ ଆସିଛି। ତେବେ ଏହି ଟ୍ରେଲରରେ କିଙ୍ଗ୍ ଖାନ୍‌ ଥିବା ନେଇ ସ୍ପଷ୍ଟଭାବେ ଜାଣିହେଉ ନ ଥିବା ବେଳେ ସେ ମଧ୍ୟ ସଂକ୍ଷିପ୍ତ ଭୂମିକାରେ ଆସିବେ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe