India Today
‘ଆଶିକି’ ହିରୋ ତଥା ଅଭିନେତା ରାହୁଲ ରଏ କାର୍ଗିଲରେ ଏକ ଚଳଚ୍ଚିତ୍ରର ସୁଟିଂ ସମୟରେ ହଠାତ୍ ବ୍ରେନ୍ ଷ୍ଟ୍ରୋକ୍ର ଶିକାର ହୋଇ ମୁମ୍ବାଇ ନାନାବତୀ ହସ୍ପିଟାଲ୍ରେ ଭର୍ତି ହୋଇଛନ୍ତି। ରାହୁଲ ଚଳଚ୍ଚିତ୍ର ‘ଲାକ୍-ଲିଭ୍ ଦ ବ୍ୟାଟେଲ୍’ର ସୁଟିଂ କରୁଥିବା ବେଳେ କାର୍ଗିଲର ଅତ୍ୟଧିକ ଥଣ୍ଡା ପାଣିପାଗ ଯୋଗୁଁ ବ୍ରେନ୍ ଷ୍ଟ୍ରୋକ୍ର ଶିକାର ହୋଇଛନ୍ତି। ରାହୁଲଙ୍କ ଭାଇ ରୋମିର ସେନ୍ ଏହି ଖବର ଦେଇଛନ୍ତି। ୧୯୯୦ର ମହେଶ ଭଟ୍ଟଙ୍କ ଚଳଚ୍ଚିତ୍ର ‘ଆଶିକି’ରେ ମୁଖ୍ୟ ଭୂମିକାରେ ଅଭିନୟ କରି ଲୋକପ୍ରିୟତା ହାସଲ କରିଥିଲେ ରାହୁଲ। ଏଥିସହ ସେ ୨୦୦୬ରେ ବିଗ୍ ବସ୍ର ପ୍ରଥମ ସିଜନ୍ର ବିଜେତା ଥିଲେ।
Follow Us