ଅଭିନୟ ପାଇଁ ଭାଇ ରାଜି ନଥିଲେ: ଉତ୍ତମ ମହାନ୍ତି

ଅଭିନୟ ପାଇଁ ଭାଇ ରାଜି ନଥିଲେ: ଉତ୍ତମ ମହାନ୍ତି

Incredible Orissa

ତିନି ଦଶନ୍ଧି ଧରି ଓଡ଼ିଆ ଚଳଚ୍ଚିତ୍ର ଜଗତରେ ନିଜର ପତିଆରା ଜାହିର କରିଥିବା ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତି ଅଶୀ ଦଶକରେ ଥିଲେ ଏକ ଅପ୍ରତିଦ୍ୱନ୍ଦ୍ୱୀ ଚେହେରା। ତେବେ ଅନେକ ହୁଏତ ଏକଥା ଜାଣନ୍ତି ନାହିଁ, ତାଙ୍କୁ ଚଳଚ୍ଚିତ୍ର ପାଇଁ ସୁଯୋଗ ମିଳିଥିଲେ ହେଁ ଏଥିପାଇଁ ତାଙ୍କ ବଡ଼ ଭାଇ ସମର୍ଥନ କରି ନଥିଲେ। ନିଜ କଲେଜ ଜୀବନରେ ସେ ବହୁ ମଞ୍ଚରେ ଅଭିନୟ କରି ନିର୍ଦ୍ଦେଶକ ଓ କାହାଣୀ ଲେଖକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୧୯୭୬ ମସିହାରେ ସେ ଯେତେବେଳେ ଲୁଧିଆନାରେ ଚାଟାର୍ଡ ଆକାଉଣ୍ଟାଣ୍ଟ୍‌ ପାଠ ପଢ଼ୁଥିଲେ ସେତେବେଳୁ ନିର୍ଦେଶକ ସାଧୁ ମେହେର ତାଙ୍କୁ ଚଳଚ୍ଚିତ୍ରରେ ନାୟକ ସାଜିବା ପାଇଁ ଅଫର୍‌ ଦେଇଥିଲେ। ଏନେଇ ସେ ଏକ ପତ୍ର ତାଙ୍କ ଘରକୁ ପଠାଇଥିଲେ। କିନ୍ତୁ ଉତ୍ତମଙ୍କ ପାଠପଢ଼ା ଚାଲିଥିବାରୁ ବଡ଼ ଭାଇ ଏହି ପତ୍ରକୁ ଚିରି ଦେଇଥିଲେ। ଏହାପରେ ଯେତେବେଳେ ମାସେ ଛୁଟିରେ ଉତ୍ତମ ବାରିପଦା ନିଜ ଘରକୁ ଆସିଥାନ୍ତି, ସେତେବେଳେ କାହାଣୀ ଲେଖକ ଆନନ୍ଦ ଶଙ୍କର ଦାସ ତାଙ୍କୁ ବାଧ୍ୟ କରି ନେଇ ସାଧୁ ମେହେରଙ୍କ ସହ ସାକ୍ଷାତ୍‌ କରାଇଥିଲେ। ଉତ୍ତମଙ୍କ ସହ ଏକ ସାଧାରଣ ସାକ୍ଷାତ୍‌କାର ପରେ ସାଧୁ ମେହେର୍‌ ତାଙ୍କୁ ତା’ ପରଦିନ ଆସିବାକୁ କହିଲେ। କିନ୍ତୁ ଉତ୍ତମଙ୍କର ସକାଳୁ ଡେରିରେ ଉଠିବା ଅଭ୍ୟାସ ଯୋଗୁଁ ସାଧୁ ନିଜେ ଯାଇ ତାଙ୍କ ଘରେ ପହଞ୍ଚିଯାଇ ଶୀଘ୍ର ବାହାରିକୁ କହିଲେ। ସେଦିନ ଉତ୍ତମ ପିନ୍ଧିଥିବା ହାଫ୍‌ ପ୍ୟାଣ୍ଟ୍‌ ଉପରେ ଫୁଲ୍‌ ପ୍ୟାଣ୍ଟ୍‌ ପିନ୍ଧି ବାହାରି ପଡ଼ିଥିଲେ। ଏହାପରେ ନିର୍ଦ୍ଦେଶକ ସାଧୁ ମେହେର ତାଙ୍କୁ ଏକ ଷ୍ଟୁଡିଓକୁ ନେଇ ଫଟୋ ଉଠାଇଥିଲେ। ହାଫ୍‌ ପ୍ୟାଣ୍ଟ୍‌ ସହ ଫୁଲ୍‌ ପ୍ୟାଣ୍ଟ୍‌ରେ ମଧ୍ୟ ବିଭିନ୍ନ ଭଙ୍ଗୀରେ ଫଟୋ ଉଠାଯାଇଥିଲା। ଉତ୍ତମଙ୍କ ଫଟୋଜେନିକ୍‌ ଫେସ୍‌ ଓ ହିରୋମାର୍କା ଚେହେରା ଯୋଗୁଁ ସାଧୁ ମେହେର ଉତ୍ତମଙ୍କୁ ତାଙ୍କ ‘ଅଭିମାନ’ ଚଳଚ୍ଚିତ୍ରରେ ନେବା ପାଇଁ ଏକ ପ୍ରକାର ନିଶ୍ଚିତ କରି ନେଇଥିଲେ। କିନ୍ତୁ ଉତ୍ତମଙ୍କ ଘରେ ସମସ୍ତେ ଏହାର ବିରୋଧ କରିଥିଲେ। ପରେ ଭଉଣୀମାନେ ବୁଝାଇବାରୁ ସମସ୍ତେ ରାଜି ହୋଇଥିଲେ। କିନ୍ତୁ ଚଳଚ୍ଚିତ୍ରର ସୁଟିଂ ଏହି ଛୁଟି ମାସ ଭିତରେ ସାରିବାକୁ ସର୍ତ ଥିଲା। ବାରିପଦାରେ ସୁଟିଂ ହେଉଥିବା ଚଳଚ୍ଚିତ୍ରର ସୁଟିଂ ମାସେ ଭିତରେ ଶେଷ କରାଗଲା। ୧୯୭୭ରେ ଅଭିମାନ ସୁପରହିଟ୍‌ ହେଲା। ପୁଣି ୩ ବର୍ଷର ବିରାମ ପରେ ସେ ଚଳଚ୍ଚିତ୍ର ‘ପତିପତ୍ନୀ’ ଜରିଆରେ ରୂପେଲି ପରଦାକୁ ଫେରିଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe