ଓଲିଉଡକୁ ଫେରିଲେ ଏହି ଲୋକପ୍ରିୟ ନାୟକ

Advertisment
ଓଲିଉଡକୁ ଫେରିଲେ ଏହି ଲୋକପ୍ରିୟ ନାୟକ

ଭୁବନେଶ୍ୱର: ଓଲିଉଡର ପ୍ରତିଭାବନ୍‌ ଅଭିନେତା ବୁଦ୍ଧାଦିତ୍ୟ ମହାନ୍ତି ବେଶ୍‌ କିଛି ଦିନର ବ୍ୟବଧାନରେ ପୁଣି ଏକ ଓଡ଼ିଆ ସିନେମାରେ ନଜର ଆସିବେ। ହଁ ସେ ‘ଶ୍ରୀମାନ ସୁରଦାସ’ ସିନେମାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରୁଛନ୍ତି। ଏହି ସିନେମାରେ ବୁଦ୍ଧାଦିତ୍ୟ ମହାନ୍ତିଙ୍କ ଅଭିନୀତ ଚରିତ୍ର ହେଲା ଭୈରବ। ସେ ଜଣେ ଷ୍ଟାଇଲିସ୍‌ ଚରିତ୍ରରେ ନଜର ଆସିବେ। ହେଲେ ସେ ଏଥିରେ ଜଣେ ଦୃଷ୍ଟିହୀନ ଭୂମିକାରେ ଅଛନ୍ତି।

publive-image
‘ଶ୍ରୀମାନ୍‌ ସୁରଦାସ’ ହେଉଛି ବୁଦ୍ଧାଦିତ୍ୟଙ୍କର ତରଙ୍ଗ ସିନେ ପ୍ରଡକ୍ସନରେ ଦ୍ୱିତୀୟ ସିନେମା। ହଁ, ବୁଦ୍ଧାଦିତ୍ୟ ଆଗରୁ ତରଙ୍ଗ ସିନେ ପ୍ରଡକ୍ସନ ନିର୍ମିତ ‘ଜଗା ହାତରେ ପଘା’ରେ ଖଳନାୟକ ଭୂମିକାରେ ନଜର ଆସିଥିଲେ। ବୁଦ୍ଧାଦିତ୍ୟ ବାବୁସାନ୍‌ଙ୍କ ସହିତ ଫିଲ୍ମ ‘ଲୋଫର୍‌’ରେ କାମ କରିଥିଲେ। ଏହାର ନିର୍ଦ୍ଦେଶନା ଦେଇଥିଲେ ଅଶୋକ ପତି। ଏଣେ ବୁଦ୍ଧାଦିତ୍ୟ ନିର୍ଦ୍ଦେଶକ ଅଶୋକ ପତିଙ୍କ ସହିତ ମଧ୍ୟ ନନ୍ଦିନୀ ଆଇ ଲଭ ୟୁ, ପ୍ରେମରୋଗୀ ଓ ଲୋଫର୍‌ ପରେ ପୁଣି ଥରେ ‘ଶ୍ରୀମାନ ସୁରଦାସ’ରେ କାମ କରୁଛନ୍ତି। ବୁଦ୍ଧାଦିତ୍ୟଙ୍କ ମୁକ୍ତିପ୍ରାପ୍ତ ଶେଷ ଓଡ଼ିଆ ସିନେମା ହେଲା ‘ବାଏ ବାଏ ଦୁବାଇ’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe