ଶାହାରୁଖ ଖାଁଙ୍କ ୫୪ତମ ଜନ୍ମଦିନରେ ନାଁ ପ୍ରଦର୍ଶନ କଲା ବୁର୍ଜ ଖଲିଫା

Advertisment
ଶାହାରୁଖ ଖାଁଙ୍କ ୫୪ତମ ଜନ୍ମଦିନରେ ନାଁ ପ୍ରଦର୍ଶନ କଲା ବୁର୍ଜ ଖଲିଫା

Image Source: Newsd

ନୂଆଦିଲ୍ଲୀ: ଶନିବାର ଦିନ ଦୁବାଇର ଦୀର୍ଘତମ ଅଟ୍ଟାଳିକା ବୁର୍ଜ ଖଲିଫା ଭାରତୀୟ ହିନ୍ଦୀ ଚଳଚ୍ଚିତ୍ର ଅଭିନେତା ଶାହାରୁଖ ଖାଁଙ୍କର ନାଁ ଆଲୋକମାଳାରେ ପ୍ରଜ୍ଜ୍ୱଳିତ କରିଥିଲା। ଶନିବାର ଦିନ ଶାହାରୁଖଙ୍କୁ ୫୪ ବର୍ଷ ହେଲା। ସେ ଉପଲକ୍ଷେ ସେ ଅଟ୍ଟାଳିକାରେ ଆଲୋକମାଳାରେ ଇଂରାଜୀ ଅକ୍ଷରରେ ଲେଖାଯାଇଥିଲା: ହାପି ବାର୍ଥଡେ ଟୁ ଦ କିଙ୍ଗ୍‌ ଅଫ୍‌ ବଲିଉଡ୍‌ ଶାହାରୁଖ ଖାଁ।

ସେ ଭିଡିଓଟିକୁ ସେୟାର କରି ଶ୍ରଦ୍ଧା ପାଇଁ ଦୁବାଇକୁ ଧନ୍ୟବାଦ ଦେଇଛନ୍ତି ଶାହାରୁଖ ଖାଁ। ସେ ଲେଖିଛନ୍ତି: ମତେ ଏତେ ଆଲୋକିତ କରିଥିବାରୁ ଧନ୍ୟବାଦ। ଆପଣଙ୍କର ଶ୍ରଦ୍ଧା ଓ ଦୟାଳୁପଣ ଅସୀମ। ବାଃ! ସତରେ ଏତେ ବଡ଼ ମୁଁ କେବେ ହୋଇ ନ ଥିଲି। ଦୁବାଇ ମୁଁ ତୁମକୁ ସ୍ନେହ କରେ। ଆଜି ମୋ ଜନ୍ମଦିନ ଏବଂ ମୁଁ ଅତିଥି!

ଶାହାରୁଖ ଖାଁ ହେଉଛନ୍ତି ଏକମାତ୍ର ଭାରତୀୟ ଅଭିନେତା ଯାହାଙ୍କ ନାମ ବୁର୍ଜ ଖଲିଫାରେ ପ୍ରଦର୍ଶୀତ ହୋଇଛି।
ଅଭିନେତା ଋଷି କପୁର ଏ କଥାକୁ ପ୍ରଶଂସା କରି ଶାହାରୁଖଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe