ଆପଣ ଜାଣନ୍ତି କି ଏବର୍ଷ ଦୁର୍ଗା ପୂଜାକୁ କେମିତି କାଟିବେ ବଲିଉଡ୍‌ର ଏହି କଳାକାରମାନେ?

Advertisment
ଆପଣ ଜାଣନ୍ତି କି ଏବର୍ଷ ଦୁର୍ଗା ପୂଜାକୁ କେମିତି କାଟିବେ ବଲିଉଡ୍‌ର ଏହି କଳାକାରମାନେ?

ମୁମ୍ବାଇ: ବର୍ଷ ଯାକ ଯେଉଁ ଉତ୍ସବକୁ ଦେଶ ସାରା ଲୋକେ ଅପେକ୍ଷା କରି ରହନ୍ତି ତାହା ଶେଷରେ ଆସି ପହଞ୍ଚିଗଲା। ହିନ୍ଦୁମାନଙ୍କର ପବିତ୍ର ଉତ୍ସବ ଦୁର୍ଗାପୂଜାରେ ସାଧାରଣ ଲୋକରୁ ନେଇ ସେଲିବ୍ରିଟିମାନେ ସମେସ୍ତ ନିଜ ମୁତାବକ କିଛି ନା କିଛି ଯୋଜନା କରିଥାନ୍ତି। ତେବେ ଚାଲନ୍ତୁ ଜାଣିବା ଚଳିତବର୍ଷ ଦୁର୍ଗା ପୂଜାରେ ଆମ ବଲିଉଡ୍‌ କଳାକାରମାନେ କେଉଁ ଯୋଜନା ରଖିଛନ୍ତି। ସେମାନେ ଦୁର୍ଗା ପୂଜାକୁ କେମିତି ପାଳନ କରିବାକୁ ଚାହାନ୍ତି।

ଏହି ପୂଜାରେ ଅଭିନେତ୍ରୀ କାଜଲ, ମହେଶ ଭଟ୍ଟ, ରେହା ଚକ୍ରବର୍ତ୍ତୀ, ଅର୍ଜୁନ କପୁର, ପରିଣିତୀ ଚେପ୍ରା ଆଦି ସମସ୍ତଙ୍କ ଯୋଜନା ସଂପର୍କରେ ଆମକୁ ଜଣା ଅଛି। ରେହା ଚକ୍ରବର୍ତ୍ତୀ ଓ ରିଦ୍ଧି ସେନ୍‌ ପୂର୍ବରୁ କୋଲକାତା ବୁଲିବା ପାଇଁ ଯୋଜନା କରିଛନ୍ତି। ଦୁର୍ଗା ପୂଜାରେ ଆଲୋକରେ ସଜ୍ଜିତ ସହରକୁ ସେମାନେ ଉପଭୋଗ କରିବା ପାଇଁ ଚିନ୍ତା କରିଛନ୍ତି।

publive-image

ସେହିପରି ଅଭିନେତ୍ରୀ କାଜଲ ନିଜ ପରିବାର ସହିତ ମୁମ୍ବାଇରେ ରହି ସମୟ ବିତାଇବାକୁ ମନସ୍ତ କରିଛନ୍ତି। ଅର୍ଜୁନ ଏବଂ ପରିଣିତୀ ତାଙ୍କର ଅପ୍‌କମିଂ ଚଳଚ୍ଚିତ୍ର ‘ନମସ୍ତେ ଇଂଲଣ୍ଡ’ର ପ୍ରମୋସନ୍‌ କରିବା ପାଇଁ ଯୋଜନା କରିଛନ୍ତି। ଏହାବ୍ୟତୀତ ସେମାନେ ଗୁଜୁରାଟରେ ଦାଣ୍ଡିଆ ନାଚିବା ପାଇଁ ମଧ୍ୟ ସ୍ଥିର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe