ମୁମ୍ବାଇ: ସୁଶାନ୍ତଙ୍କ ମୃତ୍ୟୁକୁ ନେଇ ସାମାଜିକ ଗଣମାଧ୍ୟମରେ ଲୋକେ ଅଭିନେତା ସଲ୍ମାନ୍ ଖାନ୍ଙ୍କ ଉପରେ ବର୍ଷୁଥିବା ବେଳେ ତାଙ୍କୁ ସବୁ ଦୃଷ୍ଟିରୁ ବର୍ଜନ କରିବାକୁ ଆହ୍ବାନ କରୁଛନ୍ତି ଭାଇଜାନ୍ଙ୍କ ଚଳଚ୍ଚିତ୍ର ପରେ ଏବେ ସେ ସହ-ପ୍ରଯୋଜନା କରୁଥିବା ଲୋକପ୍ରିୟ ସୋ ‘ଦ କପିଲ ଶର୍ମା ସୋ’କୁ ଏବେ ଟାର୍ଗେଟ୍ କରିଛନ୍ତି। ଫେସ୍ବୁକ୍ର ଏକ ଗ୍ରୁପ୍ ‘ଜଷ୍ଟିସ୍ ଫର୍ ସୁଶାନ୍ତ ସିଂହ ରାଜପୁତ’ରେ ଜଣେ ୟୁଜର୍ ‘ଦ କପିଲ ଶର୍ମା ସୋ’କୁ ବର୍ଜନ କରିବାକୁ ଅନୁରୋଧ କରିଛନ୍ତି। ସେମାନେ ଲେଖିଛନ୍ତି, ସଲ୍ମାନ୍ଙ୍କୁ କେବଳ ବଲିଉଡ୍ରୁ ନୁହେଁ, ଆମେ ତାଙ୍କୁ ସବୁଥିରୁ ବହିଷ୍କାର କରିବା। ସଲ୍ମାନ୍ କପିଲ ଶର୍ମା ସୋ’ର ଜଣେ ପ୍ରଯୋଜକ। ଏଣୁ ଏହି ସୋ’କୁ ବି ଆମେ ସମ୍ପୂର୍ଣ୍ଣ ବହିଷ୍କାର କରିବା ଉଚିତ। ଏହି ଗ୍ରୁପ୍ରେ ଏବେ ୯୧ହଜାର ସଦସ୍ୟ ରହିଥିବା ବେଳେ ଅନେକ ସଦସ୍ୟ ଏହି ଆହ୍ବାନକୁ ସମର୍ଥନ ଜଣାଇଛନ୍ତି।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us