ଜାଣନ୍ତୁ ବିରାଟ-ଅନୁଷ୍କା ପରସ୍ପରଙ୍କୁ କେଉଁ ନାମରେ ଡାକନ୍ତି; କ’ଣ ଏ ଦୁହିଁଙ୍କ ‘ନିକ୍‌ନେମ୍‌’?

ଜାଣନ୍ତୁ ବିରାଟ-ଅନୁଷ୍କା ପରସ୍ପରଙ୍କୁ କେଉଁ ନାମରେ ଡାକନ୍ତି; କ’ଣ ଏ ଦୁହିଁଙ୍କ ‘ନିକ୍‌ନେମ୍‌’?

ମୁମ୍ବାଇ: ବିରୁଷ୍କାଙ୍କୁ ଭୁଲିଗଲେ କି? କିଛି ମାସେ ତଳେ ଗଣମାଧ୍ୟମରେ ଚର୍ଚ୍ଚିତ ଚେହେରା ସାଜିଥିବା କ୍ରିକେଟ୍‌ ସେହେନ୍ସା ବିରାଟ କୋହଲି ଓ ବଲିଉଡ୍‌ ବିୟୁଟି ଅନୁଷ୍କା ଶର୍ମାଙ୍କ ବିବାହକୁ ଇତିମଧ୍ୟରେ ଅନେକ ମାସ ବିତିଗଲାଣି। ସେ ଦୁହେଁ ପ୍ରେମିକ-ପ୍ରେମିକାରୁ ପତି-ପତ୍ନୀ ସାଜି ସଂସାର କଲେଣି। ହେଲେ, ଏବେ କି କମିନି ଦର୍ଶକଙ୍କ ମନରୁ ସେ ଦୁହିଁଙ୍କୁ ନେଇ ଉତ୍ସୁକତା। ସେମାନଙ୍କ ଟିକ୍‌ ନିକ୍‌ ଖବର ଉପରେ ରହିଛି ନଜର। ନିକଟରେ ବିରାଟଙ୍କୁ ଆଇପିଏଲ୍‌ ଖେଳରେ ଦେଖିବାକୁ ମିଳିଥିବା ବେଳେ ପତି-ପତ୍ନୀଙ୍କୁ ନେଇ ସୋସିଆଲ୍‌ ମିଡିଆରେ ଅନେକ ଟ୍ରୋଲ୍‌ ହୋଇଥିଲା।

ପ୍ରତ୍ୟେକ ପତି-ପତ୍ନୀ ପରସ୍ପରଙ୍କୁ ଏକ ସ୍ୱତନ୍ତ୍ର ନାମରେ ଡାକୁଥିବା ଭଳି ବିରୁଷ୍କା ବି ଏଥିରୁ ବର୍ତ୍ତି ଯାଇନାହାନ୍ତି। କେହି କେହି ନିଜ ପ୍ରେମୀଙ୍କୁ ସୁଇଟ୍‌ହାର୍ଟ, ଡାର୍ଲିଂ, ଜାନେମନ୍‌ ଆଦି ଡାକିଥିବା ବେଳେ ବିରୁଷ୍କାଙ୍କ ଡାକରେ ରହିଛି କିନ୍ତୁ ସ୍ୱତନ୍ତ୍ରତା। ସେମାନେ ପରସ୍ପରଙ୍କୁ ଏକରି ସାଧାରଣ ନାମରେ ଡାକୁନାହାନ୍ତି। ଆପଣ ଜାଣିବାକୁ ଚାହିଁବେ ନିଶ୍ଚୟ ସେମାନେ ପରସ୍ପରଙ୍କୁ କେଉଁ ନାମରେ ଡାକନ୍ତି?

publive-image

ଅନୁଷ୍କା ଗତକାଲି ସୋସିଆଲ୍‌ ମିଡିଆରେ ଏକ ଭିଡିଓ ପୋଷ୍‌ଟ୍‌ କରିଛନ୍ତି। ସେହି ପୋଷ୍ଟ୍‍ର ଦେଖିବାକୁ ମିଳୁଛି ଯେ ସେ ବିରାଟଙ୍କୁ ‘ବୁବ୍‌ଜ’ ବୋଲି ଡାକୁଛନ୍ତି। ଏହି ନାମଟି ବେ୍‌ କିମ୍ବା ବେବିର ସର୍ଟ ଭର୍ସନ ପରି ଲାଗୁଛି। ସେହିପରି ବିରାଟ ବି ତାଙ୍କ ଲେଡି ଲଭଙ୍କ ପାଇଁ ଏକ କୌତୁକିଆ ନାଁ ଦେଇଛନ୍ତି। ଜାଣିବାକୁ ମିଳିଛି ଯେ ବିରାଟ ଅନୁଷ୍କାଙ୍କୁ ଡାକୁଛନ୍ତି ‘ନୁଷ୍‌କି’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe