ଓଲିଉଡର ଜଣାଶୁଣା ନାୟିକା ଝିଲିକଙ୍କ ଯାତ୍ରା: ‘ଟାର୍ଗେଟ୍’ରୁ ‘ବାଜିବଲୋ ସାହାନାଇ’ 

Advertisment
ଓଲିଉଡର ଜଣାଶୁଣା ନାୟିକା ଝିଲିକଙ୍କ ଯାତ୍ରା: ‘ଟାର୍ଗେଟ୍’ରୁ ‘ବାଜିବଲୋ ସାହାନାଇ’ 

ଭୁବନେଶ୍ବର: ଓଡ଼ିଆ ସିନେଜଗତର ଜଣାଶୁଣା ନାୟିକା  ଝିଲିକ୍ ଏବେ ଜଣେ ପ୍ରଯୋଜିକା ବି। ସେ ଓଲିଉଡରେ ଏକ ଦଶକ ପୂରଣ କରିଛନ୍ତି। ସେ କେବଳ ଓଡ଼ିଆ ବା ବଙ୍ଗଳା ଛବିରେ ଅଭିନୟ କରିନାହାନ୍ତି, ବରଂ ଏହାଭିତରେ ପ୍ରଯୋଜିକା ବି ବନିଛନ୍ତି।

୨୦୧୩ରେ ମୁକ୍ତିଲାଭ  କରିଥିବା ନିରଞ୍ଜନ ରଣାଙ୍କ ଓଡ଼ିଆ ଛବି ‘ଟାର୍ଗେଟ୍’ରୁ ଓଲିଉଡରେ  କ୍ୟାରିଅର୍ ଆରମ୍ଭ  କରିଥିଲେ।  ଏହାର   ନିର୍ଦ୍ଦେଶକ  ଥିଲେ  ଏସ୍.କେ.ମୁରଲୀଧରନ୍ । ଏହାପରେ ତାଙ୍କୁ ଓଲିଉଡରେ  ଭଲ ଭଲ  ଅଫର୍  ମିଳିବା  କାରଣରୁ  ସେ  ବଙ୍ଗୀୟା ହୋଇ ମଧ୍ୟ ଓଡ଼ିଆ ସିନେମାରେ କାମ କରିଚାଲିଛନ୍ତି। ବିଗତ ୧୦ ବର୍ଷ ଭିତରେ ଝିଲିକ୍ ‘ଟାର୍ଗେଟ୍’,  ‘ଆଖିରେ ଆଖିରେ’, ‘ଲେଖୁ ଲେଖୁ ଲେଖି ଦେଲି’, ‘ସୁପର ମିଛୁଆ’, ‘ଲଭ୍  ୟୁ ହମେଶା’, ‘ଜବରଦସ୍ତ ପ୍ରେମିକ’,‘ଜଗା ହାତରେ ପଘା’,‘ଅଗସ୍ତ୍ୟ’,‘ବେବି’, ‘ତୁମକୁ ଦେଖିଲା ପରେ’ ‘‘ଦିସ ଇଜ ସବୁ ମାୟାରେ ବାୟା’, ‘ଓଲେ ଓଲେ ଦିଲ୍ ବୋଲେ, ‘ ତୁ ମୋ’ ହିରୋ’, ପ୍ୟାର ଅଲଗା ପ୍ରକାର, ରୁଦ୍ରାଣୀ, ଓ ‘ବାଜିବଲୋ ସାହାନାଇ’  ଆଦି ଓଡ଼ିଆ ଛବିରେ ଅଭିନୟ କରିଛନ୍ତି।

publive-image

ଝିଲିକ ଏହି ସମୟ ଭିତରେ ବାବୁସାନ୍, ଅନୁଭବ, ଅରିନ୍ଦମ, ଜ୍ୟୋତି, ଅମ୍ଳାନ, ସମ୍ବିତ, ସିଦ୍ଧାନ୍ତ ଓ ଶୁଭାଶିଷ (ମଣ୍ଟୁ)ଙ୍କ ବିପକ୍ଷରେ ନାୟିକା ବନିଛନ୍ତି। ତେଣେ ଓଲିଉଡର ଜଣାଶୁଣା ନିର୍ଦ୍ଦେଶକ କେ ମୁରଲୀକ୍ରିଷ୍ଣା, ଏସ୍.କେ.ମୁରଲୀଧରନ୍, ଅଶୋକ ପତି, ଦିଲୀପ ପଣ୍ଡା ଓ ସୁଶାନ୍ତ ମଣି ଆଦିଙ୍କ ସହ କାମ କରିବାର ସୁଯୋଗ ପାଇଛନ୍ତି। ସେ ନିଜର ଝିଲିକ୍ ମୋସନ୍ ପିକଚର୍ସ ବ୍ୟାନରରେ ରୁଦ୍ରାଣୀ ଓ ତୋର ମୋର କଟି ଆଦି  ଓଡ଼ିଆ ଛବି ନିର୍ମାଣ କରିସାରିଲେଣି। ଏବେ ବି ଆଉ କେତୋଟି ଫିଲ୍ମ ଫ୍ଲୋରରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe