ଅଡ଼ୁଆରେ କଙ୍ଗନା

Advertisment
ଅଡ଼ୁଆରେ କଙ୍ଗନା

DNA India

ସମସ୍ତଙ୍କୁ ଅଡ଼ୁଆରେ ପକାଉଥିବା କଙ୍ଗନା ଏବେ ନିଜେ ଅଡ଼ୁଆରେ। ଦୁଇ ସଂପ୍ରଦାୟ ମଧ୍ୟରେ ବିଭେଦ ଓ ସାଂପ୍ରଦାୟିକ ଘୃଣାଭାବ ଉଦ୍ରେକ କରିବା ଅଭିଯୋଗରେ ବାନ୍ଦ୍ରା ମେଟ୍ରୋପଲିଟାନ୍‌ କୋର୍ଟ କଙ୍ଗନା ଓ ତାଙ୍କ ଭଉଣୀ ରଙ୍ଗୋଲି ଚାନ୍ଦେଲଙ୍କ ବିରୋଧରେ ମାମଲା ରୁଜୁ କରିବା ପାଇଁ ବାନ୍ଦ୍ରା ପୁଲିସ୍‌କୁ ନିର୍ଦ୍ଦେଶ ଦେଇଛନ୍ତି। ମେଟ୍ରୋପଲିଟାନ୍‌ ମାଜି‌ଷ୍ଟ୍ରେଟ୍‌ ଜୟଦେଓ ଖୁଲେ କହିଛନ୍ତି, ଦୁଇ ଆବେଦନକାରୀଙ୍କ ଦ୍ବାରା ଦାଖଲ ଅଭିଯୋଗପତ୍ରରୁ ସ୍ପଷ୍ଟ ହେଉଛି ଯେ ଅଭିଯୁକ୍ତ ଅପରାଧ ସଂଶ୍ଲିଷ୍ଟ ଅଛନ୍ତି। ପୂରା ମାମଲା ଟ୍ବିଟର୍‌ ଓ ସାକ୍ଷାତକାରରେ ଦିଆଯାଇଥିବା ମନ୍ତବ୍ୟ ଉପରେ ଆଧାରିତ। ବିଶେଷଜ୍ଞଙ୍କ ଦ୍ବାରା ଏହା ଉପରେ ଅଧିକ ତଦନ୍ତ କରାଯିବାର ଆବଶ୍ୟକତା ରହିଛି ବୋଲି କୋର୍ଟ କହିଛନ୍ତି।

ଆବେଦନକାରୀଙ୍କ ଦ୍ବାରା କୋର୍ଟ‌ରେ ଦାୟର୍‌ କରାଯାଇଥିବା ପିଟିସନ୍‌ରେ ଉଲ୍ଲେଖ କରାଯାଇଥିଲା ଯେ କଙ୍ଗନା ଦୁଇ ସମ୍ପ୍ରଦାୟ ଭିତରେ ବିବାଦ ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି। ସାମାଜିକ ଗଣମାଧ୍ୟମରୁ ନେଇ ବିଭିନ୍ନ ସାକ୍ଷାତକାରରେ; ସବୁଠି ବଲିଉଡ୍‌ରେ ସ୍ବଜନତୋଷଣ ସମ୍ପର୍କିତ ବୟାନବାଜି କରିଥିଲେ। ଏହାସହ କଙ୍ଗନା ନିଜର ଟୁଇଟ୍ ଜରିଆରେ ଦୁଇ ସମ୍ପ୍ରଦାୟର ଧାର୍ମିକ ଭାବନାକୁ ଆଘାତ ଦେଇଛନ୍ତି। ଏହାର ପ୍ରମାଣସ୍ବରୂପ ଆବେଦନକାରୀ କୋର୍ଟରେ କଙ୍ଗନାଙ୍କର ଗୁଡ଼ାଏ ଟୁଇଟ୍ ମଧ୍ୟ ଉପସ୍ଥାପନ କରିଛନ୍ତି। ସୂଚନାଯୋଗ୍ୟ, ଏଭଳି ଅଭିଯୋଗ ନେଇ ଆବେଦନକାରୀ ପ୍ରଥମେ ବାନ୍ଦ୍ରା ପୁଲିସର ଦ୍ବାରସ୍ଥ ହୋଇଥିଲେ। କିନ୍ତୁ ପୁଲିସ୍‌ ଏନେଇ ମାମଲା ରୁଜୁ କରିବାକୁ ମନା କରିବା ପରେ ସେମାନେ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe