ANI News
ଅଭିନେତା ଅଜୟ ଦେବଗନ୍ଙ୍କ ଅଭିନୀତ ଚଳଚ୍ଚିତ୍ର ମେ’ ଡେ’ର କ୍ରିଉ ସଦସ୍ୟ ସୁଟିଂ ସମୟରେ କରୋନା ନିୟମ ଉଲ୍ଲଂଘନ କରୁଥିବାରୁ ଏନେଇ ମାଣିକପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ପୁଲିସ୍ କହିଛି, ଗତକାଲି ରାତିରେ ପାଟ୍ରୋଲିଂ କରୁଥିବା ସମୟରେ ସୁଟିଂସେଟ୍ରେ ୧୫ରୁ ଅଧିକ ଲୋକ କରୋନାର ନିୟମାବଳୀ ଅନୁପାଳନ କରୁ ନଥିବା ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରରେ ଅଜୟଙ୍କ ବ୍ୟତୀତ ରାକୁଲ୍ପ୍ରୀତ୍ ସିଂହ ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରୁଛନ୍ତି।
Follow Us