ସୁଶାନ୍ତଙ୍କ ରୋଷେୟା ନୀରଜଙ୍କୁ ଜେରା କଲା ସିବିଆଇ, ଜୁନ୍‌ ୧୩ ତାରିଖ ରାତିରେ କ’ଣ ଘଟିଥିଲା ବୋଲି ପଚାରିଲା

ଶବ ବ୍ୟବଚ୍ଛେଦରେ ସାମିଲ କର୍ମଚାରୀଙ୍କ ବିସ୍ଫୋରକ ବୟାନ: ସୁଶାନ୍ତ ସିଂହଙ୍କୁ ହତ୍ୟା କରାଯାଇଛି

India Today

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଜେରା ପର୍ବ ସରୁନାହିଁ। ସୁଶାନ୍ତଙ୍କ ସହ ଜଡ଼ିତ ଜଣେ ପରେ ଜଣେ ବ୍ୟକ୍ତିଙ୍କୁ ଜେରା ହେବାରେ ଲାଗିଛି। ଏବେ ସିବିଆଇ ମାମଲାର ଯାଞ୍ଚ ଦାୟିତ୍ବ ନେବାପରେ ପୁଣି ଥରେ ଜେରା ଆରମ୍ଭ କରିଛି।

ସିବିଆଇ ଅଧିକାରୀଙ୍କ ସ୍ବତନ୍ତ୍ର ତଦନ୍ତକାରୀ ଦଳ ଆଜି ମୁମ୍ବାଇରେ ପହଞ୍ଚି  ତଦନ୍ତ ଆରମ୍ଭ କରିଛି। ଏବେ ସିବିଆଇ ସୁଶାନ୍ତଙ୍କ ରୋଷେୟାଙ୍କୁ ଜେରା କରିଛି। ସିବିଆଇ ଜେରା କରି ଜୁନ୍‌୧୩ ତାରିଖରେ ସୁଶାନ୍ତଙ୍କ ସହ କ’ଣ ହୋଇଥିଲା ବୋଲି ତାଙ୍କ ରୋଷେୟାଙ୍କୁ ପଚାରିଛି।

ଦୀର୍ଘ ତିନି ଘଣ୍ଟା ଧରି ସିବିଆଇ ସୁଶାନ୍ତଙ୍କ ରୋଷେଇଆ ନୀରଜଙ୍କୁ ପଚରାଉଚରା କରି ଯେତେବେଳେ ସେ ମୃତ୍ୟୁବରଣ କରିଥିଲେ ସେତେବେଳେ ତାଙ୍କ ବାସଭବନରେ ଆଉ କିଏ ଉପସ୍ଥିତ ଥିଲେ ବୋଲି ପଚାରିଛି।

publive-image Kalinga TV

ଜୁନ୍‌ ୧୪ ତାରିଖ ଦିନ ସୁଶାନ୍ତଙ୍କର ମୃତ୍ୟୁ ଘଟିଥିବା ବେଳେ ଜୁନ୍‌ ୧୩ ତାରିଖ ରାତିରେ ତାଙ୍କ ସହ କ’ଣ ଘଟିଥିଲା ବୋଲି ତାହା ଜାଣିବା ପାଇଁ ସିବିଆଇ ତଦନ୍ତ ଚଳଇଛି।

ସିବିଆଇ ଆହୁରି ବି ତଦନ୍ତ ଚଳାଇଛି ଯେ ସୁଶାନ୍ତ ମୃତ୍ୟୁର ପୂର୍ବ ରାତିରେ ସେ ଠିକ୍‌ ଭାବେ ଖାଇଥିଲେ କି ନାହିଁ, କେଉଁ ସମୟରେ ସେ ଶୋଇଥିଲେ, ତାଙ୍କ ମୃତଦେହକୁ ପ୍ରଥମେ କିଏ ଦେଖିଥିଲେ? ଏ ସମସ୍ତ ପ୍ରଶ୍ନର ଉତ୍ତର ସିବିଆଇ ଖେ‌ାଜିବା ଆରମ୍ଭ କରିଛି।

ଖାଲି ସେତିକି ନୁହେଁ, ପିସିଆର୍‌କୁ କଲ୍‌ କିଏ କରିଥିଲା? ଏ ପ୍ରଶ୍ନ ମଧ୍ୟ ସିବିଆଇ ସୁଶାନ୍ତଙ୍କ ରୋଷୟାଙ୍କୁ ଜେରା ସମୟରେ ପଚାରିଥିବା ଜାଣିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe