ଯଦି ସେନସର ବୋର୍ଡ ଅଧିକ କଠୋର ହୋଇଥା’ନ୍ତେ , ତେବେ ….

Advertisment
ଯଦି ସେନସର ବୋର୍ଡ ଅଧିକ କଠୋର ହୋଇଥା’ନ୍ତେ , ତେବେ ….

photo--youtube

ଭୁବନେଶ୍ୱର: (ଶିବଶଙ୍କର ଓଝା ) କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡ ( ସି ବି ଏ ଫ ସି)ର ଦାୟିତ୍ୱ ହେଉଛି ସିନେମାର କାହାଣୀ, ସଂଳାପ, ଗୀତ, ସଙ୍ଗୀତ ଓ ଦୃଶ୍ୟାବଳୀର ସମୀକ୍ଷା କରି ତା’କୁ ନିର୍ଦ୍ଦିଷ୍ଟ ଶ୍ରେଣୀଭୁକ୍ତ କରି ପ୍ରମାଣପତ୍ର ପ୍ରଦାନ କରିବା । ଏଥିପାଇଁ ସିବିଏଫ୍‌ସି ର ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ ବି ରହିଛି । କେଉଁ ଦୃଶ୍ୟ କ’ଣ ଥିଲେ ଆପତ୍ତିଜନକ, କେଉଁ ସଂଳାପ ଥିଲେ ତା’କୁ ମ୍ୟୁଟ୍‌ କରାଯାଇ ପାସ୍‌ କରାଯାଇପାରିବ ଇତ୍ୟାଦି....।
ହେଲେ ଯେତେବେଳେ କୌଣସି ସିନେମା ସେନସର ପ୍ରମାଣପତ୍ର ପାଇଁ ଆବେଦନ ହେବା ଆଗରୁ ନିର୍ଦ୍ଦିଷ୍ଟ ଜାତି ବା ସଂପ୍ରଦାୟର ମର୍ଯ୍ୟାଦହାନି ବା ସମ୍ବେଦନାକୁ ଆଘାତ କରିବା ଭଳି ପ୍ରସଙ୍ଗକୁ ନେଇ ବିବାଦୀୟ ହୋଇ ଉଠେ, ସେତେବେଳେ ସେନସର ବୋର୍ଡ ବା କେନ୍ଦ୍ରୀୟ ଚଳଚ୍ଚିତ୍ର ପ୍ରମାଣନ ବୋର୍ଡରେ ଥିବା ଉପଦେଷ୍ଟା ମଣ୍ଡଳୀ ସଦସ୍ୟ ଓ ସରକାରୀ ଅଧିକାରୀଙ୍କ ଦାୟିତ୍ୱ ବଢିଯାଇଥାଏ । କାରଣ ଏଠି କେବଳ ଗାଇଡ୍‌ଲାଇନକୁ ଦେଖିଲେ ଚଳିବ ନାହିଁ । ଗତ ବର୍ଷ ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ସଞ୍ଜୟ ଲୀଳା ଭଂସାଲୀଙ୍କ ଫିଲ୍ମ ‘ ପଦ୍ମାବତୀ’ କୁ ନେଇ ଏଭଳି ବିବାଦ ଦେଖା ଦେଇଥିଲା । ଏହାକୁ ନେଇ ଏଭଳି ପରିସ୍ଥିତି ଉପୁଜିଲା, କଥା ସଂସଦ ଯାଏଁ ପହଞ୍ଚିଲା ।
ସେନସର ବୋର୍ଡ ‘ ପଦ୍ମାବତୀ’ ର କେତେକ ପରିବର୍ତ୍ତନ ସହିତ ୟୁ/ଏ ସାର୍ଟିଫିକେଟ୍‌ ଦେଲେ । ହେଲେ ଏହି ସିନେମାକୁ ସବୁଠୁଁ ବେଶୀ ବିରୋଧ କରୁଥିବା ରାଜପୁତ କରଣୀ ସେନା ପକ୍ଷରୁ ଏବେ ବି ବିରୋଧ ଜାରି ରହିଛି ।
ସେନସର ବୋର୍ଡ ପାଖକୁ ଯିବା ପୂର୍ବରୁ ସଞ୍ଜୟ ଲୀଳା ଭଂସାଲୀ ଇତିହାସ ପ୍ରସିଦ୍ଧ ରାଣୀ ପଦ୍ମାବତୀଙ୍କ ଉପରେ ସିନେମା ତିଆରି କରୁଛନ୍ତି ବୋଲି କହି ବୁଲୁଥିଲେ । ହେଲେ ଯେମିତି ସେନସର ବୋର୍ଡ ପକ୍ଷରୁ ପ୍ରସ୍ତାବ ଦିଆଗଲା, ସେ ସାଙ୍ଗେ ସାଙ୍ଗେ ନିଜର ପଟ୍ଟ ପରିବର୍ତ୍ତନ କରି ଏହା ଏକ କାଳ୍ପନିକ କାହାଣୀ ବୋଲି ସ୍ପ୍ପଷ୍ଟୀକରଣ ଦେଲେ ଓ ‘ ପଦ୍ମାବତୀ’ କୁ ‘ ପଦ୍ମାବତ୍‌’ ଟାଇଟଲ୍‌ରେ ରିଲିଜ୍‌ କରିବାକୁ ରାଜି ହୋଇଗଲେ ।

publive-image photo-bollywoodhungama

ଏଠାରେ ପ୍ରଶ୍ନ ହେଉଛି ଯେ କେବଳ ଫିଲ୍ମର ନାମ ବଦଳାଇ ଓ କିଛି ସିନ୍‌ କାଟି ଦେଲେ କ’ଣ କାହାଣୀ ବଦଳିଗଲା ? ଏତିକିରେ କ’ଣ ରାଜପୁତ କରଣୀ ସେନା ସନ୍ତୁଷ୍ଟ ହୋଇଯିବେକେବଳ ବ୍ୟାବସାୟିକ ଫାଇଦା ପାଇଁ ଏଭଳି କରୁଛନ୍ତି ଭଂସାଲୀ। ଆଗରୁ ‘ବାଜିରାଓ-ମସ୍ତାନି’ ଜରିଆରେ ବିପୁଳ ବ୍ୟାବସାୟିକ ସଫଳତା ହାସଲ କରଥିବାରୁ ସେ ପୁଣି ସେହି ଧରଣର ସିନେମାରେ ହାତ ଦେଇଛନ୍ତି। ତାଙ୍କ ପାଖରେ ଆଉ କ’ଣ ‘ହମ୍‌ ଦିଲ ଦେ ଚୁକେ ସନମ୍‌’, ବ୍ଲାକ୍‌’, ଗୁଜାରିସ୍‌’ ବା ‘ଖାମୋସି-ଦ ମ୍ୟୁଜିକାଲ୍‌’ ଭଳି କାହାଣୀ ଉପରେ ସିନେମା ତିଆରି କରିବାର ଦକ୍ଷତା ବା କ୍ଷମତା ନାହିଁ ? ଏଣୁ କେବଳ କମର୍ସିଆଲ କଥାକୁ ଗୁରୁତ୍ୱ ଦେଇ ଅନ୍ୟମାନଙ୍କର ସମ୍ବେଦନାକୁ କୁଠାରଘାତ କରିବା ସମୀଚୀନ ନୁହେଁ ।
ଯଦି ସେନସର ବୋର୍ଡ ଅଧିକ କଠୋର ହୋଇଥା’ନ୍ତେ, ତେବେ ଆଗାମୀ ଦିନରେ ଏଭଳି ଐତିହାସିକ ସିନେମା ନିର୍ମାଣ ପୂର୍ବରୁ ଶହେ ଥର ଚିନ୍ତା କରନ୍ତେ ନିର୍ମାତା- ନିର୍ଦ୍ଦେଶକ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe