ନୂ୍ଆ ଓଡ଼ିଆ ଚଳଚ୍ଚିତ୍ର ‘ଚାହିଁଥିବି ତତେ ହଜାରେ ବରଷ’

ନୂ୍ଆ ଓଡ଼ିଆ ଚଳଚ୍ଚିତ୍ର ‘ଚାହିଁଥିବି ତତେ ହଜାରେ ବରଷ’

representetional immage- OrissaPOST

ଉଇ ଆଇକନ୍‌ସ ବ୍ୟାନରରେ ନିର୍ମିତ ‘ଚାହିଁଥିବି ତତେ ହଜାରେ ବରଷ’ର ପ୍ରଯୋଜନା କରିଛନ୍ତି ଭାରତୀ ନାୟକ। ଚଳଚ୍ଚିତ୍ରର ଚିତ୍ରନାଟ୍ୟ ପ୍ରସ୍ତୁତି ସହ ନିର୍ଦ୍ଦେଶନା ଦେଇଛନ୍ତି ଦେବପ୍ରିୟ ସେନାନାୟକ। କାହାଣୀଟି ଏକ ତ୍ରିକୋଣୀୟ ପ୍ରେମ କାହାଣୀ ହେଇଥିଲେ ବି ଏଥିରେ ଥିବା ପାରିବାରିକ ଡ୍ରାମା ରୋଚକ ହୋଇଛି। ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ସଜବାଜ ହେଉଛି ଏଇ ନୂଆ ଚଳଚ୍ଚିତ୍ର ‘ଚାହିଁଥିବି ତତେ ହଜାରେ ବରଷ’। ଚଳିତ ସପ୍ତାହରେ ଭୁବନେଶ୍ବରର ଏକ ତାରକା ହୋଟେଲ ପରିସରରେ ଏଇ ଚଳଚ୍ଚିତ୍ରର ଟ୍ରେଲର ଓ ଟିଜର ରିଲିଜ୍ ହୋଇସାରିଛି।

ଏଥିରେ ନାୟକ ଭୂମିକାରେ ଶୁଭମ୍ ନାୟକ ଥିବାବେଳେ ନାୟିକା ଭୂମିକାରେ ଅଛନ୍ତି ସୁଶ୍ରୀ ରଥ। ଏ ଦୁହିଙ୍କ ବ୍ୟତୀତ ଉକ୍ତ ଚଳଚ୍ଚିତ୍ରରେ ସ୍ବର୍ଗତ ମିହିର ଦାସ, ରତନ ମେହେର, କାଳୀଚରଣ, ଯୋଗେଶ ଜୋଜୋ, କେଦାର ପଟେଲ୍‌, ଝାନ୍‌ସୀରାଣୀ ଦାସ, ମୁନିଆ ପାଣିଗ୍ରାହୀ ପ୍ରମୁଖଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। ମନୋଜ ନାୟକ ଏହାର କାହାଣୀ ପରିକଳ୍ପନା କରିଥିବା ବେଳେ ସଂଳାପ ଲେଖିଛନ୍ତି ମନୋରଂଜନ ଦାସ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ସୌମିତ୍ରୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe