ବଦଳୁଛି ତାରକାଙ୍କ ‌କ୍ରେଜ୍, କଲ୍‌ଚର

Advertisment
ବଦଳୁଛି ତାରକାଙ୍କ ‌କ୍ରେଜ୍, କଲ୍‌ଚର

କେବଳ ଦକ୍ଷିଣୀ ଚଳଚ୍ଚିତ୍ର ନୁହେଁ, ଦଶବର୍ଷ ହେବ କନ୍ନଡ଼ ଓ ବଲିଉଡ୍ ମୁଭିରେ ମଧ୍ୟ ତମନ୍ନାଙ୍କ ଚାହିଦା ରହିଛି। ହିମ୍ମତୱାଲା, ହମ୍‌ସକଲ୍‌ସ, ଏଣ୍ଟର୍‌ଟେନ୍‌ମେଣ୍ଟ୍‌, ତୁତକ୍ ତୁତକ୍ ତୁତିୟା, ବାହୁବଳୀ-ଦ ବିଗନିଙ୍ଗ୍‌, ବାହୁବଳୀ-୨-ଦ କନ୍‌କ୍ଲୁଜନ୍, ଖାମୋସୀ ଆଦି ସଫଳ ସିନେମାର ନାୟିକା ତମନ୍ନା। ତାଙ୍କ ଆଗାମୀ ମୁଭି ହେଉଛି ‘ବୋଲେ ଚୁଡ଼ିୟାଁ’। ଆଜିକାଲି ଡିଜିଟାଲ୍ ପ୍ଲାଟ୍‌ଫର୍ମରେ ଆସୁଥିବା ୱେବ୍ ସିରଜ୍‌ରେ ମଧ୍ୟ ତମନ୍ନା ଦର୍ଶକଙ୍କୁ ଆକୃଷ୍ଟ କଲେଣି। ତେଲୁଗୁ ଭାଷାରେ ‘ଇଲେଭେନ୍‌ଥ ଆୱାର୍‌’ ଓ ତାମିଲ ଭାଷାରେ ନିର୍ମିତ ‘ସେପ୍ଟେମ୍ବର ଷ୍ଟୋରି’ ନାମକ ଦୁଇଟି ୱେବ୍‌-ସିରିଜ୍‌ରେ ମଧ୍ୟ ତମନ୍ନାଙ୍କୁ ଭିନ୍ନ ଭିନ୍ନ ଭୂମିକାରେ ଦେଖିବାକୁ ମିଳିଛି।

ତମନ୍ନା କହିଛନ୍ତି, ଆଜିକାଲି ‘ବଦଳୁଛି ଷ୍ଟାର୍‌ଙ୍କ କ୍ରେଜ୍, କଲଚର୍। ବଡ଼ ପରଦାରୁ ଯାଇ ଡିଜିଟାଲ୍ ପ୍ଲାଟ୍‌ଫର୍ମରେ ଅବତୀର୍ଣ୍ଣ ହେବା ପରେ ଦର୍ଶକଙ୍କ କ୍ରେଜ୍ ସାଙ୍ଗକୁ କଳାକାରଙ୍କ ଇମେଜ୍‌ ମଧ୍ୟ ବଦଳୁଛି।’ ତମନ୍ନା ଆହୁରି ମଧ୍ୟ କହିଛନ୍ତି, ବଡ଼ ପରଦା ଓ ଛୋଟ ପରଦାରେ ଦର୍ଶକ ତାରକାଙ୍କୁ ତ ଗ୍ରହଣ କରିସାରିଛନ୍ତି। ତେବେ କୋଭିଡ୍ ସଂକ୍ରମଣ କାଳରେ ଏ ଦୁଇଟି ପ୍ଲାଟଫର୍ମର ଦ୍ବାର ପ୍ରାୟ ବନ୍ଦ ହେଇଯାଇଛି। ଏତିକିବେଳେ ଘରେ ବସି ନେଟ୍‌ଫ୍ଲିକ୍ସ ଓ ଆମାଜନ୍‌ ପରି ନାମୀଦାମୀ ଡିଜିଟାଲ୍ ପ୍ଲାଟ୍‌ଫର୍ମ ଚଳଚ୍ଚିତ୍ରରୁ ମନୋରଂଜନ ପାଇବାର ଏକମାତ୍ର ମାଧ୍ୟମ ପାଲଟିଛି। ତାରକାଙ୍କ କ୍ରେଜ୍, କଲଚର ବଦଳିବା ସାଙ୍ଗକୁ ଦର୍ଶକ ମଧ୍ୟ ଏହାକୁ ସହଜରେ ଗ୍ରହଣ କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe