Chapter 900: ୯୦୦ ଅଧ୍ୟାୟରେ ତୁ ଖରା ମୁଁ ଛାଇ

ଜୀସାର୍ଥକରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ତୁ ଖରା ମୁଁ ଛାଇ’ ୯୦୦ ଅଧ୍ୟାୟରେ ପହଞ୍ଚିଛି। ଏହି ଧାରାବାହିକର କାହାଣୀ ଅଢ଼େଇ ବର୍ଷ ତଳେ ଦୁଇ ମୁଖ୍ୟଚରିତ୍ର ଏଜେ ଓ ମାନିନୀଙ୍କୁ ନେଇ ଆରମ୍ଭ ହୋଇଥିଲା।

fshhfsf

ଜୀସାର୍ଥକରେ ପ୍ରସାରିତ ହେଉଥିବା ଲୋକପ୍ରିୟ ଧାରାବାହିକ ‘ତୁ ଖରା ମୁଁ ଛାଇ’ ୯୦୦ ଅଧ୍ୟାୟରେ ପହଞ୍ଚିଛି। ଏହି ଧାରାବାହିକର କାହାଣୀ ଅଢ଼େଇ ବର୍ଷ ତଳେ ଦୁଇ ମୁଖ୍ୟଚରିତ୍ର ଏଜେ ଓ ମାନିନୀଙ୍କୁ ନେଇ ଆରମ୍ଭ ହୋଇଥିଲା। ଗତ ବର୍ଷ ଡିସେମ୍ବରରୁ କାହାଣୀରେ ଆସିଥିଲା ନୂଆ ମୋଡ଼। ଏଜେ ଓ ମାନିନୀ ମୃତ୍ୟୁ ପରେ ଜନ୍ମ ନେଇଛନ୍ତି ଅଭି ଓ ମାନି ରୂପରେ। ଆରମ୍ଭରୁ ଦୁଇ ଜଣ ପୂର୍ବ ଜନ୍ମର ଜୀବନସାଥୀ ବୋଲି ଜାଣି ପାରୁ ନଥିଲେ ହେଲେ ସମୟକ୍ରମେ ଦୁଇ ଜଣ ପୁଣି ପରସ୍ପରକୁ ଭଲ ପାଇଛନ୍ତି। କାହାଣୀରେ ଖଳନାୟକ ରୂପରେ ଆସିଛି ଅଭିର ବଡ଼ ଭିଣୋଇ ରାଘବ।

ନିଜ ଶଳାର ସମସ୍ତ ଧନସମ୍ପତ୍ତି ହଡ଼ପ କରିବାକୁ ସେ ଷଡ୍‌ଯନ୍ତ୍ର ଚଳାଇଛି। କିନ୍ତୁ ରାଘବର ଷଡ୍‌ଯନ୍ତ୍ର ଧରାପଡ଼ିଛି। ଏଣେ ରଞ୍ଜିତ ରୂପରେ ପୁଣି ଫେରିଛି ରାଘବ ଓ ନିଜ ଚକ୍ରାନ୍ତ ଆରମ୍ଭ କରିଛି। ଏପରିକି ଅଭିର ବନ୍ଧୁ ଦିଶାକୁ ଅଭି ଜୀବନରେ ଆଣିବାକୁ ଚେଷ୍ଟା କରିଛି। ଏସବୁ ଜାଣିବା ପରେ କେମିତି ନିଜ ସଂପର୍କକୁ ବଞ୍ଚାଉଛନ୍ତି ଅଭି ଓ ମାନି? ‘ତୁ ଖରା ମୁଁ ଛାଇ’ର ପରବର୍ତ୍ତୀ ଅଧ୍ୟାୟଗୁଡ଼ିକରେ ଏହା ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe