ରାଗିଲେ ଚେତନ ଭଗତ

Advertisment
ରାଗିଲେ ଚେତନ ଭଗତ

The Financial Express

ମୁମ୍ବାଇ:  ସୁଶାନ୍ତଙ୍କର ହତ୍ୟା ହୋଇନାହିଁ, ସେ ଆତ୍ମହତ୍ୟା କରିଛନ୍ତି ବୋଲି ଏମ୍‌ସ୍‌ ଡାକ୍ତରୀଦଳ ଚୂଡ଼ାନ୍ତ ରିପୋର୍ଟ ଦ‌ାଖଲ କଲା ପରେ ସୁଶାନ୍ତଙ୍କ କିଛି ପ୍ରଶଂସକ ଏହାକୁ ନେଇ ସାମାଜିକ ଗଣମାଧ୍ୟମରେ ବର୍ଷୁଛନ୍ତି। ତେବେ ଏମ୍‌ସ୍‌ ରିପୋର୍ଟକୁ ଏଭଳି ସନ୍ଦେହ କରିବା ଘଟଣା ପ୍ରଖ୍ୟାତ ଲେଖକ ଚେତନ ଭଗତଙ୍କୁ କ୍ଷୁବ୍ଧ କରିଛି। ସୁଶାନ୍ତଙ୍କ ମୃତ୍ୟୁ ମାମଲାକୁ ନେଇ ଚାଲିଥିବା ସମସ୍ତ ଆଲୋଚନାକୁ ‘ତମାସା’ କହିବା ସହ ଏକ ସାକ୍ଷାତକାରରେ ଚେତନ କହିଛନ୍ତି ମୁଁ କେବେ ଏମ୍‌ସ୍‌ ଯାଇନି। କିନ୍ତୁ ମୁଁ ଜା‌ଣେ ଏଠାରେ ନାମ ଲେଖାଇବା ବା ଚାକିରି ଖଣ୍ଡେ କରିବା ଅତ୍ୟନ୍ତ କଠିନ।

ସେ କହିଛନ୍ତି, ଯଦି କିଏ ଭାବୁଛନ୍ତି ଯେ ଏହି ଅନୁଷ୍ଠାନ ଦୁର୍ନୀତିଗ୍ରସ୍ତ, ତେବେ ମୋତେ ପ୍ରମାଣ ଆଣି ଦେଖାନ୍ତୁ। ଲୋକମାନେ ଯାହା ଚାହୁଥିଲେ, ତାହା ରିପୋର୍ଟରେ ଲେଖାଯାଇନାହିଁ। ଲୋକମାନେ ଭାବୁଥିବା କଥାଠାରୁ ସତ ଅଲଗା; ଏଣୁ ଲୋକ ବାସ୍ତବତାକୁ ଗ୍ରହଣ କରି ନ ପାରି ରିପୋର୍ଟକୁ ମିଛ ଦର୍ଶାଉଛନ୍ତି। କିଛି ଲୋକ ଭାବୁଛନ୍ତି, ସେମାନେ ଏକା ନିଷ୍ଠାବାନ ବୋଲି। ଅନ୍ୟପଟେ ଏମ୍‌ସ୍‌ର ରିପୋର୍ଟକୁ ନେଇ ସୁଶାନ୍ତଙ୍କ ବାପା କେ.କେ ସିଂହଙ୍କ ଓକିଲ ବିକାଶ ସିଂହ ସିବିଆଇ ସମ୍ମୁଖରେ ଆ‌ପତ୍ତି ଉଠାଇଛନ୍ତି। ସେ ସୁଶାନ୍ତଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଅନ୍ୟ ଏକ ଫରେନ୍‌ସିକ୍‌ ଟିମ୍‌କୁ ଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe