ବଲିଉଡ ଛାଡ଼ିବାକୁ ନେଇ ଅନୁରାଗ କଶ୍ୟପଙ୍କୁ କଟାକ୍ଷ କଲେ ନିର୍ଦ୍ଦେଶକ

ବଲିଉଡ ଛାଡ଼ିବା ପୂର୍ବରୁ ଅନୁରାଗ ହିନ୍ଦି ଫିଲ୍ମ  ଇଣ୍ଡଷ୍ଟ୍ରିକୁ ଟକ୍ସିକ ବୋଲି ସୂଚିତ କରି କହିଥିଲେ, ‘ଆଜିର ସମୟରେ ବଲିଉଡରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିଛି।  ସିନେମାରେ କ୍ରିଏଟିଭିଟିକୁ ଆଉ ଗୁରୁତ୍ବ ଦିଆଯାଉନାହଁ ।ସମସ୍ତେ ଅର୍ଥ ପଛରେ ବାୟା ।

TYRT

ମୁମ୍ବାଇ: ଜଣାଶୁଣା ସିନେମା ନିର୍ଦ୍ଦେଶକ  ଅନୁରାଗ କଶ୍ୟପ ବଲିଉଡକୁ ବାଏ ବାଏ କହିଛନ୍ତି । ଅନୁରାଗଙ୍କ ଏଭଳି ନିଷ୍ପତ୍ତି ପରେ ନିର୍ଦ୍ଦେଶକଙ୍କ ପ୍ରଶଂସକମାନେ ନିରାଶ ହୋଇଯାଇଛନ୍ତି।

ବଲିଉଡ ଛାଡ଼ିବା ପୂର୍ବରୁ ଅନୁରାଗ ହିନ୍ଦି ଫିଲ୍ମ  ଇଣ୍ଡଷ୍ଟ୍ରିକୁ ଟକ୍ସିକ ବୋଲି ସୂଚିତ କରି କହିଥିଲେ, ‘ଆଜିର ସମୟରେ ବଲିଉଡରେ ବହୁ ପରିବର୍ତ୍ତନ ଦେଖିବାକୁ ମିଳିଛି।  ସିନେମାରେ କ୍ରିଏଟିଭିଟିକୁ ଆଉ ଗୁରୁତ୍ବ ଦିଆଯାଉନାହଁ ।ସମସ୍ତେ ଅର୍ଥ ପଛରେ ବାୟା । କେହି ସିନେମା ନିର୍ମାଣ କରିବାକୁ ଚାହୁଁ ନାହାନ୍ତି  ।’

ସିନେମା ‘ଛାବା’ର ନିର୍ଦ୍ଦେଶକ ଲକ୍ଷ୍ମଣ ଉତେକର ନିକଟରେ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି, ‘ଦେଖନ୍ତୁ ଏହି ଇଣ୍ଡଷ୍ଟ୍ରି ଏମିତି ଯେଉଁଥିରେ ଆପଣଙ୍କୁ ମାନସିକ ଓ ରଚନାତ୍ମକ ଭାବେ ଖୁସି ରହିବାକୁ ପଡ଼ିବ। ଏହାପରେ ଯାଇ ଆମେ ଏକ ସୁନ୍ଦର ସିନେମା ନିର୍ମାଣ କରି ପାରିବେ।

ଯଦି ଆପଣଙ୍କ ଇଣ୍ଡଷ୍ଟ୍ରିରେ ରହିବାର ଇଚ୍ଛା ନଥିବ ତେବେ କେମିତି ଏକ ଭଲ ସିନେମା ନିର୍ମାଣ କରିବେ? ତେଣୁ ଭଲ ହେବ ତୁମେ ଚାଲିଯାଅ। ବାଧ୍ୟବାଧକତାରେ ସିନେମା ନିର୍ମାଣ କରିବାର କୌଣସି ପ୍ରକାର ପ୍ରୟୋଜନ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe