‘ଭାରତ’ ଏବଂ ‘ସାହୋ’ର ରେକର୍ଡ ବ୍ରେକ୍ କରିଲା ‘ଛିଛୋରେ’, ଶହେ କୋଟି କ୍ଲବରେ ସାମିଲ ହେବା ଅପେକ୍ଷାରେ

‘ଭାରତ’ ଏବଂ ‘ସାହୋ’ର ରେକର୍ଡ ବ୍ରେକ୍ କରିଲା ‘ଛିଛୋରେ’, ଶହେ କୋଟି କ୍ଲବରେ ସାମିଲ ହେବା ଅପେକ୍ଷାରେ

photo-rediff.com

ମୁମ୍ବାଇ: ସୁଶାନ୍ତ ସିଂହ ରାଜପୁତ ଓ ଶ୍ରଦ୍ଧା କପୁରଙ୍କ ଅଭିନୀତ ଫିଲ୍ମ ‘ଛିଛୋରେ’ ବକ୍ସ ଅଫିସରେ ଧମାଲ କରୁଛି । ଏହା ଦ୍ବିତୀୟ ସପ୍ତାହ ଶେଷ ହେବା ଆଗରୁ ଶହେ କୋଟି କ୍ଲବରେ ସାମିଲ ହେବ ବୋଲି କୁହାଯାଉଛି। ନିତେଶ ତିୱାରିଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ରିଲିଜ ହୋଇ ପ୍ରଥମ ୧୦ ଦିନରେ ୯୪.୬ କୋଟି ଟଙ୍କା ଆୟ କରିଥିବା ଜଣାଯାଇଛି।

ଏହି ଫିଲ୍ମ ଓପନିଙ୍ଗ ଦିନରେ ୭.୩୨କୋଟି ଆୟ କରିଥିବା ବେଳେ ମୋଟ ୯ଦିନରେ ୮୩.୫୯ କୋଟି ଆୟ କରିଥିଲା। ଗତକାଲି ୧୦.୪୭ କୋଟି ଆୟ କରିବାପରେ ଏହାର ମୋଟ ଆୟ ୯୪.୬ କୋଟି ଟଙ୍କା ହୋଇଥିବା ଜଣାଯାଇଛି।ଏହି ସିନେମାକୁ ଦର୍ଶକଙ୍କ ବହୁତ ଭଲ ରେସପନସ ମଧ୍ୟ ମିଳିଛି ଏବଂ ଏହା ସୁପରହିଟ ମଧ୍ୟ ହୋଇଛି ।

Image result for chhichhore photo-hindustantimes

କୁହାଯାଉଛି ‘ଛିଛୋରେ’ ଏବର୍ଷର ସୁପରହିଟ୍ ସିନେମା ‘ଭାରତ’ ଏବଂ ‘ସାହୋ’ର ରେକର୍ଡ ବ୍ରେକ୍ କରିଛି। ଅପରପକ୍ଷରେ ଗତ ଶୁକ୍ରବାର ରିଲିଜ ହୋଇଥିବା ଫିଲ୍ମ “ଡ୍ରିମ ଗର୍ଲ” ଛିଛୋରେର ବ୍ୟବସାୟ ଉପରେ କୌଣସି ବିଶେଷ ପ୍ରଭାବ ପକାଇପାରି ନଥିବା କୁହାଯାଉଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe