ମୁମ୍ୱାଇ: ବଲିଉଡ ଅଭିନେତା ଅକ୍ଷୟ କୁମାରଙ୍କ ଅଭିନୀତ ଚଳଚ୍ଚିତ୍ର "ଭୁଲ୍ ଭୁଲେୟା"ର କ୍ରେଜ ପିଲାରୁ ବୟସ୍କ ସଭିଙ୍କ ଭିତରେ ଦେଖିବାକୁ ମିଳୁଛି। ସିନେମାଟି ସେ ସମୟରେ ବକ୍ସ ଅଫିସରେ ବହୁ ଲୋକପ୍ରିୟତା ସାଉଁଟି ଥିଲା।
ଯଦିଓ ୟା ଭିତରେ ତାର ଭାଗ -୩ ରିଲିଜ୍ ହୋଇଗଲାଣି। କେବଳ ସେତିକି ନୁହେଁ, ବକ୍ସ ଅଫିସରେ ଖୁବ୍ ଭଲ ରୋଜଗାର ବି କରି ସାରିଲାଣି। ହେଲେ ଏବେ ବି ଲୋକଙ୍କ ଭିତରୁ ଅକ୍ଷୟ କୁମାର ଓ ବିଦ୍ୟା ବାଲନଙ୍କ ଅଭିନୀତ ଭୁଲ୍ ଭୁଲେୟାର କ୍ରେଜ୍ କମିନାହିଁ। ନିକଟରେ ଫିଲ୍ମରେ ଥିବା "ହରେ କ୍ରିଷ୍ଣା ହରେ ରାମ" ଗୀତରେ ନୃତ୍ୟ କରି ଜଣେ କୁନି ପିଲା ଚର୍ଚ୍ଚାର ପରିସର ଭିତରକୁ ଆସିଥିବା ଦେଖିବାକୁ ମିଳିଛି।
ଏହି ପାଠ ପଢ଼ନ୍ତୁ: ଅଭିଷେକଙ୍କ ସହ ସମ୍ପର୍କ ନେଇ ପରୋକ୍ଷରେ ଇଙ୍ଗିତ କଲେ ନିମ୍ରତ
ବରକତ ଅରୋରା ନାମକ କୁନି ପିଲା ଜଣକ "ହରେ କ୍ରିଷ୍ଣା ହରେ ରାମ" ଗୀତରେ ନାଚି କରି ଚାରିଆଡ଼େ ହଲ୍ଲା ମଚାଇଛନ୍ତି। ନାଚ ସାଙ୍ଗକୁ ତାଙ୍କର ଜବରଦସ୍ତ ଗେଟ୍-ଅପ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛି। ଏହି ଭିଡିଓଟି ଇନଷ୍ଟାଗ୍ରାମରେ ପୋଷ୍ଟ ହେବା ପରେ ଏଥିରେ ମିଲିୟନ୍ ଭିଉ ହୋଇ ସାରିଲାଣି। କୁନି ପିଲାର 'ଏକ୍ସପ୍ରେସନ୍' ସଭିଙ୍କୁ ବେଶ୍ ପସନ୍ଦ ଆସିଛି।
ଏହି ପାଠ ପଢ଼ନ୍ତୁ: ବଚ୍ଚନ ପରିବାରର ପ୍ରକୃତ ମୁଖ୍ୟ ଜୟା
ବରକତ ଅରୋରା "ହରେ କ୍ରିଷ୍ଣା ହରେ ରାମ" ଗୀତରେ ନାଚି କରି ଚାରିଆଡ଼େ ହଲ୍ଲା ମଚାଇଛନ୍ତି। ନାଚ ସାଙ୍ଗକୁ ତାଙ୍କର ଜବରଦସ୍ତ ଗେଟ୍-ଅପ ସଭିଙ୍କ ଦୃଷ୍ଟି ଆକର୍ଷଣ କରିଛି।
ଏହି ପାଠ ପଢ଼ନ୍ତୁ: ସିନ୍ଦେଙ୍କ ଭାଇରାଲ ଭିଡିଓ ନେଇ ଆଦିତ୍ୟଙ୍କ କଟାକ୍ଷ
ସାମାଜିକ ଗଣମାଧ୍ୟମରେ ଜଣେ ୟୁଜର୍ସ ଏକ ଭିଡିଓରେ କମେଣ୍ଟ କରିଛନ୍ତି। ଜଣେ ୟୁଜର୍ସ ଲେଖିଛନ୍ତି- ଏହା ନେକ୍ସଟ ଲେଭେଲର ଟେଲେଣ୍ଟ। ସେହିପରି ଅନ୍ୟ ଏକ ୟୁଜର୍ସଙ୍କ ଭାଷାରେ ବାଃବାରେ…। ଛୋଟପିଲାଟି କି ପ୍ରକାରର ଆର୍ଶ୍ଚର୍ଯ୍ୟଜନକ ନାଚ କରୁଛି। ତୃତୀୟ ୟୁଜର୍ସ ଲେଖିଛନ୍ତି ଯେ, ତାଙ୍କର ଗେଟ୍ଅପ୍ କଥା ଯଦି କହିବା, ଏହା ଆହୁରି ଭିନ୍ନ। ସେହିପରି ଚତୁର୍ଥ ଜଣଙ୍କ ବରକତଙ୍କୁ ପ୍ରଶଂସାର ପୋତିଛନ୍ତି। ସେ ଲେଖିଛନ୍ତି, ଏହି କୁନିପିଲାକୁ ଛୋଟ ଅକ୍ଷୟ କୁମାର କହିଲେ କିଛି ଭୁଲ ହେବ ନାହିଁ। ପଞ୍ଚମ ବ୍ୟକ୍ତିଙ୍କ କହିବାର ହେଲା ଯେ, ଯଦି ଅକ୍ଷୟ କୁମାର ଏହି ଲୁକ୍ରେ ଆସିଯାଆନ୍ତେ, ବହୁତ ଭଲ ହୁଅନ୍ତା।
ଏହି ପାଠ ପଢ଼ନ୍ତୁ: ଗଣମାଧ୍ୟମରେ ଟ୍ରମ୍ପଙ୍କ ପତ୍ନୀ ମେଲାନିଆଙ୍କର ଅଶ୍ଳୀଳ ଫଟୋ