ଘରେ ମୋ‌ତେ ଲେଡିଜ୍ ହଷ୍ଟେଲ ଭଳି ଅନୁଭବ ହୁଏ; ଏପରି କହି ଟ୍ରୋଲ ହେଲେ ଚିରଞ୍ଜିବି

Advertisment

ରାମଙ୍କ ବାପା ତଥା ମେଗାଷ୍ଟାର ଚିରଞ୍ଜିବି ନାତୁଣୀ ଜନ୍ମକୁ ନେଇ ଖୁସି ନଥିବା ଚର୍ଚ୍ଚା ହେଉଛି। ଏକ ଟକ୍ ସୋ’କୁ ‌ଯାଇ ସେ ଯେଉଁ କଥା କହିଛନ୍ତି, ଏହା ପରେ ତାଙ୍କୁ ଟ୍ରୋଲ କରାଯାଉଛି।

ରାମଙ୍କ ବାପା ତଥା ମେଗାଷ୍ଟାର ଚିରଞ୍ଜିବି ନାତୁଣୀ ଜନ୍ମକୁ ନେଇ ଖୁସି ନଥିବା ଚର୍ଚ୍ଚା ହେଉଛି। ଏକ ଟକ୍ ସୋ’କୁ ‌ଯାଇ ସେ ଯେଉଁ କଥା କହିଛନ୍ତି, ଏହା ପରେ ତାଙ୍କୁ ଟ୍ରୋଲ କରାଯାଉଛି।

tramchir

ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ରାମ ଚରଣ ଏବଂ ତାଙ୍କ ପତ୍ନୀ ଉପସାନାଙ୍କ ଝିଅ ୨୦୨୩ରେ ଏ ଦୁନିଆକୁ ଆସିଥିଲେ। ବିବାହର ପ୍ରାୟ ୧୧ବର୍ଷ ପରେ ଦୁହେଁ ମାତାପିତା ହୋଇଥିଲେ। ଏତେ ବର୍ଷ ପରେ ମାତାପିତା ହେବାର ସୌଭାଗ୍ୟ ମିଳିଥିବାରୁ ଖୁବ ଖୁସି ହୋଇଥିଲେ ରାମଙ୍କ ପରିବାର। ହେଲେ ଏବେ ରାମଙ୍କ ବାପା ତଥା ମେଗାଷ୍ଟାର ଚିରଞ୍ଜିବି ନାତୁଣୀ ଜନ୍ମକୁ ନେଇ ଖୁସି ନଥିବା ଚର୍ଚ୍ଚା ହେଉଛି। ଏକ ଟକ୍ ସୋ’କୁ ‌ଯାଇ ସେ ଯେଉଁ କଥା କହିଛନ୍ତି, ଏହା ପରେ ତାଙ୍କୁ ଟ୍ରୋଲ କରାଯାଉଛି। 

ଚିରଞ୍ଜିବି ନିକଟରେ ବ୍ରହ୍ମା ଆନନ୍ଦମର ପ୍ରି-ରିଲିଜ୍ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଥିଲେ। ଏହି ସମୟରେ ସେ କହିଥିଲେ, "ଯେତେବେଳେ ମୁଁ ଘରେ ଥାଏ, ମୋତେ ଏପରି ଲାଗେ ନାହିଁ ଯେପରି ମୁଁ ମୋ ନାତୁଣୀମାନଙ୍କ ଦ୍ୱାରା ଘେରି ରହିଛି। ସେତେବେଳେ ମୋତେ ଏମିତି ଲାଗେ ଯେପରି ମୁଁ ମହିଳା ହଷ୍ଟେଲର ୱାର୍ଡେନ ଓ ମୋ ଚାରିପାଖରେ କେବଳ ମହିଳାମାନେ ରହିଛନ୍ତି। ମୁଁ କାମନା କରୁଛି ଯେ, ରାମ ଚରଣଙ୍କର ଅତି କମରେ ଏଥର ପୁଅ ହେଉ, ଯାହାଦ୍ବାରା ଆମର ବଂଶ ଓ ପରମ୍ପରା ଆଗକୁ ବଢ଼ିବ। ମୋତେ ଡର ଲାଗୁଛି, ଯେମିତି ଏଥର ବି ଝିଅ ନହୋଇଯାଉ।"

ତାଙ୍କର ଏଭଳି ବୟାନ ଏବେ ଅନେକଙ୍କୁ ପସନ୍ଦ ଆସିନାହିଁ। ଏଥିପାଇଁ ତାଙ୍କୁ ଟ୍ରୋଲ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe