କର୍କଟରେ ପୀଡ଼ିତ ଥିବା ଖବରକୁ ନେଇ ମୁହଁ ଖୋଲିଲେ ଚିରଞ୍ଜିବୀ

Advertisment
କର୍କଟରେ ପୀଡ଼ିତ ଥିବା ଖବରକୁ ନେଇ ମୁହଁ ଖୋଲିଲେ ଚିରଞ୍ଜିବୀ

ନୂଆଦିଲ୍ଲୀ: କିଛିଦିନ ହେବ ଏକ ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି। ଏହି ଖବରଟି ହେଉଛି ମେଗାଷ୍ଟାର ଚିରଞ୍ଜିବୀ କର୍କଟରେ ପୀଡିତ ଅଛନ୍ତି। ଆଉ ତାଙ୍କର ଚିକିତ୍ସା ଜାରି ରହିଛି। ଏହି ଖବର ଚିରଞ୍ଜିବୀଙ୍କ ଫ୍ୟାନ୍ସମାନେ ପାଇବା ପରେ ନିରାଶ ହୋଇଯାଇଥିଲେ। ଶୀଘ୍ର ତାଙ୍କ ଷ୍ଟାର ସୁସ୍ଥ ହୋଇ ଯାଆନ୍ତୁ ବୋଲି ଫ୍ୟାନ୍ସମାନେ ଭଗବାନଙ୍କ ନିକଟର ପ୍ରାର୍ଥନା କରିଥିଲେ।

ତେବେ ସୋସିଆଲ ମିଡିଆରେ ସକ୍ରିୟ ରହୁଥିବା ଚିରଞ୍ଜିବୀ ଏହି ଖବରକୁ ନେଇ ନିଜର ପ୍ରତିକ୍ରିୟା ଦେଇଛନ୍ତି। ସେ ଏକ ପୋଷ୍ଟ ସେୟାର କରି ସ୍ପଷ୍ଟ କରିଛନ୍ତି କି ତାଙ୍କୁ କୌଣସି ପ୍ରକାର କର୍କଟ ରୋଗ ହୋଇନାହିଁ। ଏଥିସହିତ ଯେଉଁମାନେ ଏଭଳି ଗୁଜବ ପ୍ରଚାର କରୁଛନ୍ତି ସେମାନଙ୍କୁ କଡ଼ା ଜବାବ ଦେଇଛନ୍ତି ସେ ।

ଚିରଞ୍ଜିବୀ ଏଭଳି ଲୋକଙ୍କୁ କହିଛନ୍ତି କି, କିଛିଦିନ ପୂର୍ବରୁ ଏକ କର୍କଟ କେନ୍ଦ୍ର ଉଦଘାଟନ କରିବା ସମୟରେ କର୍କଟ ବିଷୟରେ ସମସ୍ତଙ୍କୁ ସଚେତନ ବାର୍ତ୍ତା ପ୍ରଚ‌ାର କରିବା ପାଇଁ କହିଥିଲି।  ମୁଁ ଆପଣମାନଙ୍କୁ କହିଥିଲି ଯଦି କ୍ରମାଗତ ଭାବେ ମେଡିକାଲ ‌ପରୀକ୍ଷା କରନ୍ତି ତେବେ କର୍କଟରୁ ରକ୍ଷା ପାଇ ପାରିବେ।  ମୁଁ ଏଥିପାଇଁ ଆଲର୍ଟ ଥିଲି। ଆଉ କୋଲୋନ ସ୍କୋପ ଟେଷ୍ଟ କରିଥିଲି।

ମୁଁ କହିଥିଲି କି ମୋର ଶରୀରରେ ନନ-କ୍ୟାନସର ପଲିପ୍ସ ଡିଟେକ୍ଟ ହୋଇଥିଲା। ଯାହାକୁ ବାହାର କରି ଦିଆଯାଇଛି। ମୁଁ କହିଥିଲି ଯଦି ଏହି ଟେଷ୍ଟ ନକରି ଥାଆନ୍ତି ତେବେ ମୁଁ କର୍କଟର ଶିକାର ହୋଇଥାଆନ୍ତି। ଏଥିପାଇଁ ପ୍ରତ୍ୟେକ ଲୋକଙ୍କୁ ସାବଧାନତା ରହିବା ଆବଶ୍ୟକ। ମୁଁ କେବଳ ଏତିକି ହଁ କହିଥିଲି। କିନ୍ତୁ କିଛି ସଙ୍ଗଠନ ଅଛନ୍ତି ଯେଉଁମାନେ ଲେଖିଛନ୍ତି କି ମୋତେ କର୍କଟ ହୋଇଥିଲା। ମୁଁ ଚିକିତ୍ସା ପରେ ଭଲ ହୋଇଯାଇଛି। ତେଣୁ ସେମାନଙ୍କୁ ମୋର ଅନୁରୋଧ କିଛି ନବୁଝି ଏମିତି ଜଣକଙ୍କ ବିଷୟରେ ମିଥ୍ୟା ପ୍ରଚାର କରନ୍ତୁ ନାହିଁ।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe