ଛପାକରେ ଓଡ଼ିଆ ଅଭିନେତାଙ୍କ କମାଲ, ପୁଲିସ ଅଧିକାରୀଙ୍କ ଭୂମିକାରେ ଆସିଲେ ନଜର

Advertisment
ଛପାକରେ ଓଡ଼ିଆ ଅଭିନେତାଙ୍କ କମାଲ, ପୁଲିସ ଅଧିକାରୀଙ୍କ ଭୂମିକାରେ ଆସିଲେ ନଜର

ଭୁବନେଶ୍ବର: କିଛି ଦିନ ତଳେ ରିଲିଜ୍ ହୋଇଥିବା ବଲିଉଡ୍ ଫିଲ୍ମ ଛପାକରେ ନଜର ଆସିଛନ୍ତି ଭଦ୍ରକ ଜିଲ୍ଲା ଚାନ୍ଦବାଲିରେ ରହୁଥିବା ଚିତ୍ତରଞ୍ଜନ ତ୍ରିପାଠୀ। ଏହି ଫିଲ୍ମରେ ‌ସେ ଜଣେ ପୁଲିସ ଅଧିକାରୀଙ୍କ ଭୂମିକାରେ ନଜର ଆସିଛନ୍ତି। ଫିଲ୍ମରେ ମୁଖ୍ୟ ନାୟିକା ଭାବେ ନଜର ଆସିଥିବା ଅଭିନେତ୍ରୀ ଦୀପିକା ପାଦୁକୋନ ଓରଫ ମାଳତୀଙ୍କ ଉପରେ ଏସିଡ୍ ମାଡ଼ ହେବା ପରେ ଘଟଣାର ତଦନ୍ତ କରୁଥିବା ପୁଲିସ ଅଧିକାରୀଙ୍କ ଭୂମିକାରେ ନଜର ଆସିଛନ୍ତି ଚିତ୍ତରଞ୍ଜନ।

The Director, Shri Chttaranjan Tripathy addressing at the presentation of the film, (Courtroom Nautanki) during the IFFI-2010, at Inox cinema hall, in Panjim, Goa on November 25, 2010.jpg Wikipedia

ତେବେ ଏହା ପ୍ରଥମ ନୁହେଁ, ପୂର୍ବରୁ ସେ ଅନେକ ଫିଲ୍ମ ଏବଂ ୱେବ୍ ସିରିଜରେ ନଜର ଆସି ସାରିଛନ୍ତି। ନେଟଫ୍ଲିକ୍ସରେ ପ୍ରସାରିତ ହୋଇ ସାରିଥିବା ସାକ୍ରେଡ୍ ଗେମ୍ସରେ ମଧ୍ୟ ସେ ତ୍ରିବେଦି ଭୂମିକାରେ ନଜର ଆସି ଚର୍ଚ୍ଚିତ ‌ହୋଇଥିଲେ। ତେବେ ଓଡ଼ିଆ ଫିଲ୍ମରେ ଅଭିନୟ କରି ନଥିଲେ ମଧ୍ୟ ସେ ଓଡ଼ିଆ ଫିଲ୍ମ 'ଧଉଳି ଏକ୍ସପ୍ରେସ' ଓ 'ମୁଖ୍ୟମନ୍ତ୍ରୀ' ଭଳି ଫିଲ୍ମ ନିର୍ମାଣ କରିଥିବା ଜଣା ପଡ଼ିଛି। ଏହା ସହ ଅଲଟ ବାଲାଜୀ ଓ ଜି୫ରେ ପ୍ରସାରିତ ହେଉଥିବା 'ମମ'ରେ ମଧ୍ୟ ସେ ଖଳନାୟକ ଭୂମିକାରେ ନଜର ଆସି ସାରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe