ଏହି କାରଣରୁ ବେଶ ବଦଳାଇ ମହାକୁମ୍ଭରେ ପହଞ୍ଚିଲେ ରେମୋ

Advertisment

ରେମୋ ନିକଟରେ ମହାକୁମ୍ଭ ମେଳାରୁ ନିଜର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ ଏକ କଳା ରଙ୍ଗର କପଡ଼ା ପରିଧାନ କରିଥିବା ସହିତ କାନ୍ଧରେ ଏକ କଳା ରଙ୍ଗର ବ୍ୟାଗ ପକାଇ ଚେହେରାରେ ଲୁଚାଇଥିବା ଦେଖିବାକୁ ମିଳୁଛି।

ରେମୋ ନିକଟରେ ମହାକୁମ୍ଭ ମେଳାରୁ ନିଜର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ ଏକ କଳା ରଙ୍ଗର କପଡ଼ା ପରିଧାନ କରିଥିବା ସହିତ କାନ୍ଧରେ ଏକ କଳା ରଙ୍ଗର ବ୍ୟାଗ ପକାଇ ଚେହେରାରେ ଲୁଚାଇଥିବା ଦେଖିବାକୁ ମିଳୁଛି।

ନଦନପଦ

ନୂଆଦିଲ୍ଲୀ: ପ୍ରୟାଗରାଜ ମହାକୁମ୍ଭରେ ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ବଡ଼ବଡ଼ କଳାକାର ଯାଇ ପହଞ୍ଚୁଛନ୍ତି। ଏହି କ୍ରମରେ ଲୋକପ୍ରିୟ କୋରିଓଗ୍ରାଫର ରେମୋ ଡିସୁଜା ବେଶ ପଦଳାଇ ମହାକୁମ୍ଭରେ ପହଞ୍ଚିଛନ୍ତି। ମହାକୁମ୍ଭରେ ରେମୋ ଭକ୍ତି ଭାବରେ ବୁଡ଼ି ରହିଥିବା ଦେଖିବାକୁ ମିଳୁଛି।

ଅଧିକପଢ଼ନ୍ତୁ:ମା-ପୁଅଙ୍କୁ ଏକାଠି ମିଳିବ ରାଷ୍ଟ୍ରପତି ସମ୍ମାନ

ରେମୋ ନିକଟରେ ମହାକୁମ୍ଭ ମେଳାରୁ ନିଜର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ତାଙ୍କୁ ଏକ କଳା ରଙ୍ଗର କପଡ଼ା ପରିଧାନ କରିଥିବା ସହିତ କାନ୍ଧରେ ଏକ କଳା ରଙ୍ଗର ବ୍ୟାଗ ପକାଇ ଚେହେରାରେ ଲୁଚାଇଥିବା ଦେଖିବାକୁ ମିଳୁଛି।

ସେ ଏପରି ବେଶ ଧାରଣ କରିବାର କାରଣ ହେଉଛି ତାଙ୍କୁ କୁମ୍ଭମେଳାରେ କେହି ଚିହ୍ନି ପାରିବେ ନାହିଁ। ସେ ସୁରୁଖୁରୁରେ ସଙ୍ଗମରେ ବୁଡ଼ ପକାଇ କୁମ୍ଭମେଳାର ଆନନ୍ଦ ନେଇ ପାରିବେ।

ଅଧିକପଢ଼ନ୍ତୁ: ମାର୍ଚ୍ଚ ୮ରେ ସୁଭଦ୍ରା ଯୋଜନାର ଦ୍ବିତୀୟ କିସ୍ତି: ମୁଖ୍ୟମନ୍ତ୍ରୀ

ରେମୋଙ୍କୁ ଭିଡିଓରେ ପ୍ରଥମେ ଚିହ୍ନବା ମୁସକିଲ ହୋଇଥିଲା। ନିରିଖି ଦେଖିଲା ପରେ ଯାଇ ଚିହ୍ନି ହୋଇଥିଲା। କୁମ୍ଭମେଳାରେ ରେମୋ ପହଞ୍ଚିବା ପରେ ସଙ୍ଗମ ଘାଟରେ ବୁଡ଼ ପକାଇ ନୌକାରେ ବସି କୁମ୍ଭମେଳାର ଦୃଶ୍ୟକୁ ଉପଭୋଗ କରିଥିଲେ। ଏହି ସମୟରେ ସେ ପକ୍ଷୀମାନଙ୍କୁ ଖାଇବାକୁ ବି ଦେଇଥିଲେ। 

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe